Movie prime

କଳିଯୁଗ ପ୍ରେମ ରେ କାହାରିକୁ ବିଶ୍ୱାସ କରିବନି, କରିବ ଯଦି ଏମିତି ହେବ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ପଥରରେ ଛେଚି ହ-ତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ରାସ୍ତାର ଭାରତ ଫାଇନାନ୍ସ ଅଫିସ ସମ୍ମୁଖରେ।
ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ଏହି ହ-ତ୍ୟା-କା-ଣ୍ଡ ଘଟିଛି। ମୃ-ତ ମହିଳା ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ରୀତା ସାହୁ ବୋଲି ଜଣାପଡିଛି। ପୁଲିସ ମୃ-ତ-ଦେ-ହ-କୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। 
ତେବେ ହ-ତ୍ୟା-କା-ଣ୍ଡ-ର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଭାରତ ଫାଇନାନ୍ସ ଅଫିସରେ ରାତି ପ୍ରାୟ ୧୧ ଟା ସମୟରେ ନିଜ କାମ ସାରି ରୀତା ଭିତିରିଆ ସାହି ଠାରେ ଥିବା ନିଜର ଭଡା ଘରକୁ ବାହାରିଥିଲେ।
ମାତ୍ର ଅଫିସ ସମ୍ମୁଖରେ ୨ ଜଣ ଯୁବକ ତାଙ୍କୁ ଆ-କ୍ର-ମ-ଣ କରିବା ସହ ହ-ତ୍ୟା କରିଥିବା ସଂନ୍ଦେହ କରାଯାଉଛି। ରୀତା ଅଫିସ ବାହାରେ ନିଜ ସ୍କୁଟିରେ ବସିବାକୁ ଯାଉଥିବା ବେଳେ ହଠାତ ୨ ଜଣ ଯୁବକ ଆ-କ୍ର-ମ-ଣ କରିଥିଲେ। 
ପ୍ରଥମେ ଛୁ-ରି ଓ କାଠ ଫାଳିଆରେ ଆ-କ୍ର-ମ-ଣ କରିଥିଲେ। ପରେ ପଥର କଚାଡି ହ-ତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁଇ ଅ-ଭି-ଯୁ-କ୍ତ ଫେରାର ହୋଇଯାଇଥିଲେ।
ରୀତାଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଦୌଡି ଆସିଥିଲେ। ମାତ୍ର ରୀତାଙ୍କୁ ବଞ୍ଚାଇ ପାରିନଥିଲେ। ଅଫିସର ଅନ୍ୟ କର୍ମଚାରୀମାନେ ପୋଲିସକୁ ଖବର ଦେଇ ରୀତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । 
ମାତ୍ର ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ। ସୂଚନା ପାଇ ଦେବଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସକାଳୁ ସାଇଟିଫିକ୍ ଟିମ ମଧ୍ୟ ପହଞ୍ଚି ନମୁନା ସଂଗ୍ରହ କରିଥିଲେ।
ରୀତାଙ୍କୁ କିଏ ଓ କାହିଁକି ହ-ତ୍ୟା କଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ପୋଲିସ୍‌ କିନ୍ତୁ ଘଟଣାର ତଦନ୍ତ ଜାରିରଖିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଅଭାବନୀୟ ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।