Movie prime

ହେ ଭଗବାନ , କଳିଯୁଗର ପୁଅ ର ଉନ୍ମକ୍ତ କାଣ୍ଡ.. ସାମାନ୍ୟ ଭତ୍ତା ପଇସା ପାଇଁ ମା ର ହାତ କାଟିଦେଲା ପୁଅ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେଉଁ ହାତ ଦିନେ ହାତ ଧରି ବାଟ ଚଳାଇ ଦେଉଥିଲା, ଯେଉଁ ହାତ ଦିନେ ଖୁଆଇ ଦେଉଥିଲା, ଯେଉଁ ହାତ ଦିନେ ମାରିବାକୁ ନଉଠାଇ ମୁଣ୍ଡ ଆଉଁସି ଦେଉଥିଲା ଆଜି ସେହି ମାଆ ର ହାତକୁ ବାଡେଇ ଭାଙ୍ଗି ଦେଇଛି ପୁଅ।
Special Report
ମେଡିକାଲ ବେଡ ରେ ଶୋଇ ପୁଅ ର ମାଡ଼ ଯନ୍ତ୍ରଣା ରେ ଛଟପଟ ହୋଇ କାନ୍ଦୁଛି ମାଆ। ଆଉ ମାଆ କହୁଛି କି ମୁଁ କିଛି ଭୁଲ୍ କରିନି ହେଲେ ମତେ ବହୁତ୍ ମାରିଲା।
ମାରି ମାରି ମାଆ ର ହାତ ମଧ୍ଯ ଭାଙ୍ଗି ଦେଇଛି ପୁଅ। ମାରି ମାରି ମାଆ ର ଆଣ୍ଠୁ ମଧ୍ୟ ଦରଜ କରି ଦେଇଛି। ପୁଅ ମାଡ଼ରେ ମଧ୍ୟ ମାଆ କୁ ବହୁତ୍ କଷ୍ଟ ହେଉଛି। କାନ୍ଦିବା ପରେ ମଧ୍ୟ ପୁଅ ମାଆ ର କଷ୍ଟ ବୁଝିପାରି ନଥିଲା।
ମାତ୍ର ୫୦୦ ଟଙ୍କା ପାଇଁ ମାରି ମାରି ମାଆ ର ଦେହ ଦରଜ କରି ଦେଇଥିଲା। ବେଡ ଉପରେ ପଡି ୭୦ ବର୍ଷୀୟ ବୃଦ୍ଧ ଜଣକ ନିଜର ଦୁଃଖ ମଧ୍ୟ ବଖାଣି ଛନ୍ତି। ସେ ଏସବୁ କ୍ୟାମେରା ସାମ୍ନା ରେ କହିଛନ୍ତି।
Special Report
ଯେ କେହି ମଧ୍ୟ ଏହାକୁ ଶୁଣିବ ତାର ଆଖିରୁ ଲୁହ ଚାଲି ଆସିବ। କିଛିଦିନ ପୂର୍ବରୁ ବାଡ଼ିରୁ କୋବି ନେଇ ଆସିବାରୁ ମାଆ କୁ ଖୁଣ୍ଟ ରେ ପିଟିଥିଲା ପୁଅ ଯାହାକି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟି ଥିଲା ।
ଏବେ ସେଭଳି ମଧ୍ୟ ଏକ ଘଟଣା ସାମ୍ନା କୁ ଆସିଛି। ସାମାନ୍ୟ ଭତ୍ତା ଟଙ୍କା ୫୦୦ ପାଇଁ ମାଆ କୁ ବାଡେଇ ବାଡେଇ ଲହୁ ଲୁହାଣ କରିଛି ପୁଅ। ମାଆ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ଶୁଣି ନଥିଲା ନିର୍ଦୟୀ ପୁଅ।
ଆଉ ମାଆ କୁ ସେମିତି ପିଟି ଚାଲିଥିଲା। ଯାହା ଦ୍ବାରା କି ମାଆ ଏବେ ମେଡିକାଲ ବେଡ ରେ ପଡିଛି। ଏଥିରୁ ଆପଣ ମାନେ ଜାଣି ପାରୁ ଥିବେ କି ଅନ ସମାଜ ଏବେ କେତେ ତଳକୁ ଖସି ଗଲାଣି।
କେଉଁଠି ଟଙ୍କା ଓ ପଇସା ପାଇଁ କିଏ କାହାକୁ ମାରି ଦେଉଛି ତ ଆଉ କେତେବେଳେ ସାମାନ୍ୟ ପଇସା ପାଇଁ ମାଆ କୁ ବାଡେଇଛି ପୁଅ। ଗଞ୍ଜାମ ଜିଲ୍ଲାରେ ହିଁ ଏଭଳି ଏକ ଅଭାବନୀୟ ଘଟଣା ଘଟି ଥିବାର ଦେଖିବାକୁ ମିଳିଛି।