Movie prime

କଳିଯୁଗ ରେ ଘଟିଲା ବହୁତ୍ ବଡ଼ ସତ୍ୟ ଘଟଣା ! ଯେତେବେଳେ ସ୍ଵୟଂ ଭଗବାନ ଆସି ନିଜ ଭକ୍ତ ପାଇଁ ସାକ୍ଷୀ ଦେଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକଦା ଜଣେ ଧନୀ ବୃଦ୍ଧ ବ୍ରାହ୍ମଣ ତୀର୍ଥ ଯାତ୍ରା ପାଇଁ ବୃନ୍ଦାବନ ଯିବାକୁ ଚାହିଁଲେ। ହେଲେ ତାଙ୍କ ପୁଅ ମାନେ ତାଙ୍କୁ କେହି ତୀର୍ଥ ନେଇ ଯିବା ପାଇଁ ସଂପୂର୍ଣ୍ଣ ଭାବରେ ଅରାଜି ଥିଲେ।
Special report
ଏହାପରେ ବୃଦ୍ଧ ବ୍ରାହ୍ମଣ ଜଣକ ଏକ ଗରିବ ଯବାନ ବ୍ରାହ୍ମଣ କୁ ଦେଖିଲେ ଆଉ ତାଙ୍କୁ ତୀର୍ଥ ନେଇ ଯିବା ପାଇଁ ଅନୁରୋଧ କରିଥିଲେ। ଯବାନ ବ୍ରାହ୍ମଣ ଜଣକ ବୃଦ୍ଧ ବ୍ରାହ୍ମଣ ଙ୍କ କଥାରେ ମଧ୍ଯ ରାଜି ହୋଇ ତାଙ୍କୁ ତୀର୍ଥ ନେଇ ଯାଇଥିଲେ।
ତୀର୍ଥ ଯାତ୍ରା କରୁଥିବା ସମୟରେ ବୃଦ୍ଧ ବ୍ରାହ୍ମଣ ଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ଆଉ ସେହି ସମୟରେ ମଧ୍ୟ ଯବାନ ବ୍ରାହ୍ମଣ ଜଣକ ନିଜ ମାଆ ବାପା ଙ୍କ ସେବା କଲା ଭଳି ତାଙ୍କର ସେବା କରିଥିଲେ।
ଆଉ ଏହାପରେ ଯେତେବେଳେ ସେହି ବୃଦ୍ଧ ବ୍ରାହ୍ମଣ ଜଣକ ବୃନ୍ଦାବନ ଯାଇ ପହଞ୍ଚି ଯାଇଥିଲେ ସେତେବେଳେ ସେ ଭଗବାନ ଶ୍ରୀ କୃଷ୍ଣ ଙ୍କ ସାମ୍ନା ରେ ତାଙ୍କ ଘରେ ଥିବା ତାଙ୍କର ଝିଅ ର ବାହାଘର ସେ ଗରିବ ଯବାନ ବ୍ରାହ୍ମଣ ସହ କରିବେ ବୋଲି କହିଥିଲେ।
Special report
ମାତ୍ର ଯେତେବେଳେ ବୃଦ୍ଧ ବ୍ରାହ୍ମଣ ଜଣକ ତାଙ୍କ ଘରକୁ ଯାଇଥିଲେ ସେତେବେଳେ ସେ ତାଙ୍କ ପୁଅ ମାନଙ୍କୁ ଡରି ଏକଥା କହି ପାରି ନଥିଲେ। ଆଉ ଏହାପରେ କିଛି ଦିନ ବିତି ଯାଇଥିଲେ ଯେତେବେଳେ ଗରୀବ ବ୍ରାହ୍ମଣ ଜଣକ ଆସି ବୃଦ୍ଧ ବ୍ରାହ୍ମଣ ଙ୍କ ଘରେ
 ଏକଥା କହିଥିଲେ ସେତେବେଳେ ବୃଦ୍ଧ ବ୍ରାହ୍ମଣ ଙ୍କ ପୁଅ ତାଙ୍କୁ ଖୁବ୍ ମାଡ଼ ମାରିଲେ। ବୃଦ୍ଧ ବ୍ରାହ୍ମଣ ଏଭଳି ବିବାହକୁ ନେଇ କୌଣସି ପ୍ରତିଜ୍ଞା କରି ନାହାଁନ୍ତି ବୋଲି ବାରଣ କରିଦେଲେ। ଏହାପରେ ଏକଥା ପଞ୍ଚାୟତ ରେ ପଡିଥିଲା।
ଆଉ ଏହା ନିଷ୍ପତ୍ତି ନିଆ ଗଲା ଯଦି ଏହି ଘଟଣାର ସାକ୍ଷୀ କିଏ ମିଳିଯାଏ ତେବେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଆଉ ଏହି କଥାବାର୍ତ୍ତା ର ସାକ୍ଷୀ ଶ୍ରୀ କୃଷ୍ଣ ଙ୍କ ବ୍ୟତୀତ ଆଉ କେହି ନଥିଲେ। ଯବାନ ବ୍ରାହ୍ମଣ ଜଣକ ବୃନ୍ଦାବନ ଶ୍ରୀ କୃଷ୍ଣ ଙ୍କ ପାଖକୁ ଯାଇଥିଲେ।
ଆଉ ସେଠାରେ ଶ୍ରୀ କୃଷ୍ଣ ଙ୍କ କବାଟ ଅନେକ ଥର ବାଡେଇବା ପରେ ଶ୍ରୀ କୃଷ୍ଣ ଜବାବ ଦେଇଥିଲେ। ଏହାପରେ ଯବାନ ବ୍ରାହ୍ମଣ ଜଣକ ତାଙ୍କର କଥାର ପ୍ରମାଣ ଦେବାକୁ ଯିବା ପାଇଁ କହିଥିଲେ। ଆଉ ନିଜର ପରମ ଭକ୍ତର କଥା ଶୁଣି ଶ୍ରୀ କୃଷ୍ଣ ମଧ୍ୟ ଏହି ଘଟଣାର ପ୍ରମାଣ ଦେବାକୁ ଯାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.