Movie prime

ଧାରଣାସ୍ଥଳୀ ରେ ବସି କାନ୍ଦି କାନ୍ଦି ନିଜ ପୁଅ କୁ ଫୋନ୍ କଲେ ସନଲିସା, ତୋ ମା ଯୁଦ୍ଧ କ୍ଷେତ୍ର ରେ ଅଛି.. ଓଲିଉଡ କୁ ବଞ୍ଚାଉଛି..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ଓଲିଉଡ଼ କୁ ନେଇ ଘୋର ବିବାଦ ଲାଗି ରହିଛି। ଓଡିଆ ସିନେ ଜଗତର ଅନେକ କଳାକାର ଓ ପ୍ରଯୋଜକ ଏବେ ବିଧାନ ସଭା ସମ୍ମୁଖରେ ଆନ୍ଦୋଳନ ରେ ବସିଛନ୍ତି ।
Special Report
ସେ ଏଭଳି କରିବାର କାରଣ ହେଉଛି ଓଡିଆ ସିନେମା ପାଇଁ ସରକାର ଙ୍କ ନିକଟରୁ ସେ ନ୍ୟାୟ ର ଆଶା ରଖିଛନ୍ତି।କାରଣ ଦିନକୁ ଦିନ ଓଡିଆ ସିନେମା ଦେଖିବା ପାଇଁ ଲୋକମାନେ ଆଉ ପସନ୍ଦ କରୁ ନାହାଁନ୍ତି।
ହିନ୍ଦୀ ସିନେମା ଦେଖିବା ପାଇଁ ଲୋକ ମାନଙ୍କୁ ଯେତିକି ଆଗ୍ରହ ଆସୁଛି ଓଡିଆ ସିନେମା ଦେଖିବା ପାଇଁ ତାଙ୍କ ମନରେ ସେତିକି ମାତ୍ରାରେ ଆଉ ଆଗ୍ରହ ନାହିଁ। ସେଥିପାଇଁ କଳାକାର ଓ ପ୍ରଯୋଜକ ବିଧାନ ସଭା ସମ୍ମୁଖରେ ଧାରଣା ଦେଇଛନ୍ତି।
ଏହାକୁ ପ୍ରଥମେ ପ୍ରଯୋଜିକା ସାନଲିଶା ହିଁ ଆରମ୍ଭ କରିଥିଲେ। ଆଉ ତାଙ୍କ ସହ ଏବେ ଅନେକ କଳାକାର ଯୋଗ ମଧ୍ୟ ଦେଇଛନ୍ତି। ହେଲେ ଏହି ଧାରଣାରେ ବସିବା ସମୟରେ ଏକ ଅଜବ ଘଟଣା ଘଟିଥିଲା ।
Special Report
ସାନଲିଶା ପଟେଲ ଜଣେ ପ୍ରଯୋଜିକା ସହ ଜଣେ ମାଆ ମଧ୍ୟ। ଆଉ ସେ ଏହାରି ମଧ୍ୟରେ ତାଙ୍କର ପୁଅ କଥା ଭୁଲି ଯାଇଛନ୍ତି। ତାଙ୍କ ପୁଅ ଦିନ ଦୁଇଟା ସୁଦ୍ଧା ସ୍କୁଲ୍ ରୁ ଆସି ନଥିଲା ଆଉ ସାନଲିଶା ତାଙ୍କ ପୁଅ କଥା ଭୁଲି ଯାଇଥିଲେ।
ସେଥିପାଇଁ ତାଙ୍କ ପୁଅ ତାଙ୍କ ସହ ରାଗି ଆଦୌ କଥା ହେଉ ନାହାଁନ୍ତି। ଯାହାକି ସାନଲିଶା ଙ୍କୁ ଖୁବ୍ କଷ୍ଟ ଦେଇଥିଲା ଆଉ ସେ ଏହା ପାଇଁ କାନ୍ଦି ପକାଇ ଥିଲେ ବାରମ୍ବାର ତାଙ୍କ ପୁଅକୁ କଥା ହେବା ପାଇଁ ମଧ୍ୟ କହିଥିଲେ।
ହେଲେ ତାଙ୍କର ପୁଅ ଜିଦ୍ ଧରି ବସିଥିଲେ। ଆଉ ତାଙ୍କ ସହ କଥା ହୋଇ ନଥିଲେ। ଯାହା ଫଳରେ କି ସାନଲିଶା କ୍ୟାମେରା ସାମ୍ନାରେ ତାଙ୍କୁ କାନ୍ଦି କାନ୍ଦି କଥା ହେବା ପାଇଁ କହିଥିଲେ।
ଶେଷରେ ସେ ଏହା କହିଥିଲେ କି ସେ ତାଙ୍କର ପୁଅ କୁ ଯେତିକି ଭଲ ପାଆନ୍ତି ସେତିକି ତାଙ୍କର ଫିଲ୍ମ ପ୍ରଥାକୁ ମଧ୍ୟ ଭଲ ପାଆନ୍ତି। କାରଣ ପ୍ରଥମରୁ ହିଁ ସେ ତାଙ୍କର ଫିଲ୍ମ ପ୍ରଥାକୁ ତାଙ୍କର ଏକ ଛୁଆ ଭଳି ଦେଖି ଥାଆନ୍ତି।ସେଥିପାଇଁ ସେ ଦୁହିଁକୁ ଖୁବ୍ ଭଲ ପାଆନ୍ତି।