Movie prime

କାଶ୍ମୀର ରୁ ମୋଦୀ ଯେପର୍ଯ୍ୟନ୍ତ ଧାରା 370 ନ ଉଠେଇଛନ୍ତି ସେତେବେଳେ ଯାଏଁ ମୁଁ ନିର୍ବାଚନ ଲଢ଼ିବିନି ବୋଲି କହିଲେ ମେହବୁବା ମୁଫତି

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସମସ୍ତେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
ସେ ଏକ ବଡ଼ ବୟାନ ଦେଇଛନ୍ତି।ସେ କହିଛନ୍ତି ଯେ "ଯେ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରା ନ ଯାଇଛି, ସେ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ ନାହିଁ"।
Special Report
ଏହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ପୁଣିଥରେ କେନ୍ଦ୍ର ସରକାର ଙ୍କୁ ଟାର୍ଗେଟ୍ କରିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ସୁରକ୍ଷା ଆଳରେ ବାରମ୍ବାର ଯାଞ୍ଚ କରାଯାଉଛି।
ଲୋକ ମାନଙ୍କୁ ଏଜେନ୍ସି ଗୁଡିକ ବାରମ୍ବାର ହଇରାଣ କରିବାରେ ଲାଗିଛନ୍ତି।ଦିଲ୍ଲୀ ସମସ୍ତଙ୍କ ପାଇଁ ଏକ ଓ୍ବେକ୍‌ ଅପ୍‌ କଲ୍‌ ହେବା ଉଚିତ ବୋଲି ମେହବୁବା କହିଛନ୍ତି।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ବାବଦରେ ମୁଫତୀ କହିଛନ୍ତି ଯେ କର୍ଣ୍ଣାଟକ ର ଲୋକମାନେ ଦେଖାଇ ଦେଇଛନ୍ତି ଯେ ସେମାନଙ୍କର ତାକତ ସାମ୍ନାରେ କୌଣସି ଏଜେନ୍ସି କିଛି ନୁହେଁ।
Special Report
ଗତ ପାଞ୍ଚ ବର୍ଷ ଭିତରେ କର୍ଣ୍ଣାଟକରେ ଘୃଣାଭାବ ଅଧିକ ରୁ ଅଧିକ ବୃଦ୍ଧି ପାଇଛି।ଲୋକ ମାନଙ୍କୁ ଭାଗଭାଗ କରିବାକୁ ରାଜନୀତି କରାଯାଇଛି । ଯାହା ଫଳରେ ଏଠାରେ ଧର୍ମ ନିରପେକ୍ଷତାରେ ଅଙ୍କୁଶ ଉଠିଛି।
ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଆଶା ରଖିଛନ୍ତି ଯେ ବର୍ତମାନ ସିଦ୍ଦରମୈୟାଙ୍କ ସରକାର ଏହାକୁ ସୁଧାରିବା ଦିଗରେ କାର୍ଯ୍ୟ କରିବେ।ଏଠାରେ ଲୋକମାନେ ବହୁତ କଷ୍ଟରେ ଜୀବନଯାପନ କରୁଛନ୍ତି।ବିଜେପି ହିଁ ଏ ସବୁ ପଛର ମୂଳ କାରଣ ଅଟେ ବୋଲି କହିଛନ୍ତି।
କାଶ୍ମୀର ବିଷୟରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ କହିଛନ୍ତି, ୨୦୧୯ରେ ଜାମ୍ମୁ କାଶ୍ମୀରକୁ ଅଧିକାର ବିହୀନ କରି ଦିଆଯାଇଥିଲା।ସେଥିପାଇଁ କାଶ୍ମୀରର ସମସ୍ୟା ବଢ଼ିଗଲା।ଏହି ଘଟଣାଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.