Movie prime

କାଲି ସେଠି ଆଜି ଏଠି ଅସରପା ପାଇଁ ପୁଣି ବନ୍ଦ ଦେଖନ୍ତୁ ଆସିଲା ବଡ ଖବର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଥରେ ହୋଟେଲ୍ ରେ ବିଏମସି ଚଢ଼ାଉ କରିଥିବାର ଦେଖିବାକୁ ମିଳିଛି। ଏଥର ଖାଦ୍ୟରେ ରଙ୍ଗ ନୁହେଁ କି ବାସୀ କଙ୍କଡା ମଧ୍ୟ ନୁହେଁ। ଏଥର ଖାଦ୍ୟରେ ଅସରପା ଧରା ଯାଇଛି।
ଆଜ୍ଞା ହଁ ପରିବା ରେ ଅସରପା ଥିବାର ଦେଖା ଯାଇଛି। ଆଉ ରସଗୋଲା ରେ ମଧ୍ଯ ଲମ୍ବା ଲମ୍ବା ପୋକ ଦେଖିବାକୁ ମିଳିଛି। କିଛି ଦିନ ତଳେ କିଶୋର ଭାଇନା ଙ୍କ ମଟନ ହୋଟେଲ୍ ସମ୍ପର୍କ ରେ ଆପଣ ମାନେ ଭଲଭାବରେ ଜାଣିଥିବେ।
ଏହା କିଛି ଦିନ ତଳେ ମଧ୍ୟ ଏହା ଏକ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଏବେ ବରମୁଣ୍ଡା ରାଜଧାନୀ କଲେଜ୍ ନିକଟରେ ଥିବା ଏକ ହୋଟେଲ୍ ରେ ମଧ୍ୟ ସେଠାରେ ଚଢ଼ାଉ ହେଇଛି।
ମଟନ ରେ ରଙ୍ଗ ମିଶାଇବା ଓ ବାସୀ କଙ୍କଡା ଦେବା ପାଇଁ ବହୁ ପୁରାତନ କିଶୋର ଭାଇନା ଙ୍କ ମଟନ ଦୋକାନ ରେ ଚଢାଉ କରିଥିଲା ବିଏମସି ଓ ସେଠାରେ ତାଙ୍କ ଦୋକାନ କୁ ମଧ୍ୟ ସିଲ କରାଯାଇ ଥିଲା।
ଆଉ ଏବେ ବରମୁଣ୍ଡା ରାଜଧାନୀ କଲେଜ୍ ନିକଟରେ ଥିବା ଏହି ହୋଟେଲ୍ କୁ ସିଲ୍ କରାଯାଇଛି। ଏହାକୁ ଏବେ ମଧ୍ୟ ବିଏମସି ବନ୍ଦ କରି ଦେଇଛି।
କାରଣ ସେହି ହୋଟେଲ୍ ରେ କଟା ଯାଇଥିବା ପରିବାରେ ଦେଖିବାକୁ ମିଳିଥିଲା ଅସରପା ଓ ଖାଇବା ପାଇଁ ଯେଉଁ ରସଗୋଲା ଥୁଆ ହୋଇଥିଲା ସେଥିରେ ମଧ୍ୟ ଅସରପା ଦେଖିବାକୁ ମିଳିଥିଲା ଯାହା ଫଳରେ କି ହୋଟେଲ୍ କୁ ସିଲ୍ କରିଛି ବିଏମସି।
ତେବେ ଆପଣ ମାନେ ଜାଣି ପାରୁଥିବେ କି ବର୍ତ୍ତମାନ୍ ଖାଦ୍ୟ ଦେବା ବାହାନାରେ କେତେ ମାତ୍ରାରେ ଘୋଟାଲା ହେବାରେ ଲାଗିଛି। ଖାଦ୍ୟରେ ବିଭିନ୍ନ ଜିନିଷ ମଧ୍ୟ ମିଶା ଯାଉଛି ଯାହାକି ଲୋକ ମାନଙ୍କ ପାଇଁ ମଧ୍ଯ ଖାଇବା ଉପଯୋଗୀ ନୁହେଁ।
ଏଭଳି କରିବା ନିଶ୍ଚିତ ଭାବରେ ଏକ ଅପରାଧ ଅଟେ। କାରଣ ଏଭଳି ଖାଦ୍ୟ ଖାଇବା ଦ୍ବାରା ଲୋକ ମାନଙ୍କୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ। ସେଥିପାଇଁ ଏଭଳି ଖାଦ୍ୟ ବିକୁଥିବା ହୋଟେଲ୍ ରେ ବିଏମସି ଚଢ଼ାଉ କରିଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.