Movie prime

ମଦ ଘୋଟାଲାରେ ଫସିଲେ କେଜରିୱାଲ ଆଉ ଆପ ଦଳ...ମାଫିଆ ଙ୍କ ଠାରୁ ନେଇଥିଲେ ୧୦୦ କୋଟି ଟଙ୍କା ଲାଞ୍ଚ

 
Nj
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ମୁଣ୍ଡ ଉପରେ ଲୋକ ସଭା ନିର୍ବାଚନ ତାପରେ ବର୍ଷକ ପରେ ଦିଲ୍ଲୀର ସଧାରଣ ନିର୍ବାଚନ। ସମସ୍ତ ଦଳ ରାଜନୈତିକ ରଣନୀତି ପ୍ରସ୍ତୁତ କରିସାରିଲେଣି। ଏହାରି ଭିତରେ ଇଡି ଦ୍ବାରା ମ-ଦ ଦୁର୍ନୀତି ମାମଲାରେ ହୋଇଛନ୍ତି ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ଏହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠୁଛି। ଏହା ମଧ୍ୟରେ ଆଜି କେଜ୍ରିୱାଲଙ୍କୁ ରାଊଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। 
Vv
କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡ ମିଳିଥିବା ବେଳେ ସେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ ବୋଲି କୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲାରେ ୯ ଥର ସମନ ପାଇବା ସତ୍ତ୍ୱେ ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ।
ଫଳରେ ଗତକାଲି ରାତିରେ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି। ଦିଲ୍ଲୀ ମ-ଦ ଦୁର୍ନୀତି ମାମଲା ୬ ଦିନିଆ ଇଡି ରିମାଣ୍ଡରେ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। 
ତେବେ କୋର୍ଟ ୬ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଆଜି କୋର୍ଟରେ ହାଜିର ବେଳେ କେଜ୍ରିୱାଲ ପ୍ରଥମ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଁ ଭିତରେ ଥାଏ କି ବାହାରେ ଥାଏ, ମୋ ଜୀବନ ସବୁବେଳେ ଦେଶ ପାଇଁ ସମର୍ପିତ।
Jj
ଏସବୁ ଭିତରେ ଦେଶବ୍ୟାପୀ ନେତା ଓ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି। ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଡାକରା ଦେଇଛି ଆମ୍ ଆଦମୀ ପାର୍ଟି। 
ଯଦି ମୁଖ୍ୟମନ୍ତ୍ରୀ ଜେଲ ଭିତରୁ ଶାସନ ଚଳାନ୍ତି ତେବେ ସମ୍ବିଧାନ ବିପଦରେ ପଡିପାରେ ବୋଲି କୁହାଯାଉଛି। ତେଣୁ ସମ୍ବିଧାନର ଧାରା ୨୩୯ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।
ପୂର୍ବରୁ ଇଡି ଦ୍ବାରା ଗିରଫ ହୋଇଥିବା ଅନେକ ନେତା ମନ୍ତ୍ରୀଙ୍କୁ ସହଜରେ ବେଲ ମିଳିନି। ସେହିପରି କେଜ୍ରିୱାଲଙ୍କର ଯଦି ବେଲ ଖାରଜ ହୁଏ ତେବେ ବେଲ ମିଳିବ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.