Movie prime

ଖୋର୍ଦ୍ଧା ରେ ହଟିଲା ବିଜେଡି ପୋଷ୍ଟର.. ସବୁ ବ୍ୟାନର ପୋଷ୍ଟର ଲୋକ ଙ୍କ ଆଗରେ ଚିରାଗଲା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଓ ନେତା ମାନେ ସେତିକି ହିଁ ବିବାଦ ଘେରକୁ ଟାଣି ହୋଇ ଯାଉଛନ୍ତି।
Special Report
ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। କିଛି ଛୋଟ ଛୋଟ ଘଟଣା ମଧ୍ୟ ଖୁବ ସୋସିଆଲ ମିଡ଼ିଆ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ କରୁଛନ୍ତି।
ଏବେ ସୋସିଆଲ ମିଡ଼ିଆରେ ସେଭଳି କିଛି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଖୋର୍ଦ୍ଧା ରୁ ହିଁ ଏଭଳି କିଛି ଦୃଶ୍ୟ ଏବେ ସାମ୍ନା କୁ ଆସିଛି।
ଖୋର୍ଦ୍ଧା ସହରର ହାବେଳି ପଡ଼ିଆରେ ବୁଧବାର ଦିନ ହେବାକୁ ଥିବା ନୂଆ ଓଡ଼ିଶାର କାର୍ଯ୍ୟକ୍ରମରେ ବିଜେଡି ନେତା ତଥା 5T ଅଧ୍ଯକ୍ଷ ଭିକେ ପାଣ୍ଡିଆନ ଯୋଗ ଦେବାର ଥିଲା। ମାତ୍ର ସେ ଯୋଗ ଦେବା ପୁର୍ବରୁ ହିଁ ଏବେ ଏଭଳି କିଛି ଦୃଶ୍ୟ ସାମ୍ନା କୁ ଆସି ଯାଇଛି।
Special Report
ପାଣ୍ଡିଆନଙ୍କ ଗସ୍ତ ପୂର୍ବ ରାତିରେ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ନୂତନ ବର୍ଷର ଅଭିନନ୍ଦନ ବ୍ୟାନର ହଟାଇ ଦେଇଛି ପୌରପରିଷଦ।
ଖୋଦ୍ଧାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଲାଗିବା ବଡ଼ ବଡ଼ ହୋର୍ଡି ଗୁଡ଼ିକ ହଟାଇ ଦିଆଯାଇଛି। ଏପରିକି ବିଜୁ ବାବୁ ଏବଂ ନବୀନଙ୍କ ଫଟୋ ସହିତ ଦଳୀୟ ନେତାଙ୍କ ବ୍ୟାନର ଚିରାଯାଉଥିବା ଦେଖୁବାକୁ ମିଳିଥିଲା।
ଏହି ପୋଷ୍ଟର କୁ ହଟା ଯାଉଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।ଅନେକ ଲୋକ ଏହି ଭିଡିଓ କୁ ଦେଖି ସାରିଥିବା ବେଳେ ଲୋକମାନେ ମଧ୍ୟ ଏହି ଭିଡିଓ ପ୍ରତି ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।