Movie prime

ଏଠାରେ ମଣିଷ ନୁହେଁ କୁକୁର କୋଟିପତି ଏମିତି ଏକ ଗାଁ କୁକୁର ଙ୍କ ନାଁ ରେ ଅଛି ଧନ ସମ୍ପତି ଦେଖନ୍ତୁ

 
Special report
ଏମିତି ଏକ ଗ୍ରାମ ରହିଛି ଯେଉଁଠି କୋଟି ପତି କୁକୁର ରୁହନ୍ତି।ସେଠାରେ କୁକୁର ମାନଙ୍କର ଥାଏ ନିଜସ୍ଵ ଜମିଦାରି।ନିଜ ରୋଜଗାର ରେ ରୁଟି ଖାଆନ୍ତି ଆଉ ଧନୀ ମଧ୍ୟ ହୁଅନ୍ତି।
ମଣିଷ ମାନେ କୋଟି ପତି ହେବାର କଥା ଆପଣମାନେ ଶୁଣି ଥିବେ ଆଉ ଦେଖିଥିବେ।କିନ୍ତୁ ଦୁନିଆରେ ଏମିତି କିଛି ଗ୍ରାମ ରହିଛି ଯେଉଁଠାରେ କୁକୁର ମାନେ କୋଟି ପତି ହେଉଛନ୍ତି।ଏହି କଥା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ।
ଚଳଚ୍ଚିତ୍ର ର କାହାଣୀ ପରି ବି ମନେ ହେଉଥିବ କିନ୍ତୁ ଏହା ବାସ୍ତବରେ ସତ ଅଟେ।କିନ୍ତୁ ଏଭଳି ଏକ ଗ୍ରାମ ଭାରତର ଗୁଜୁରାଟ ରେ ରହିଛି।ଯେଉଁଠାରେ ପ୍ରାୟ ୭୦ କୁକୁର କୋଟି ପତି ଅଟନ୍ତି।ଆପଣମାନେ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହା ମିଛ ଅଟେ।
କିନ୍ତୁ ଏହା ଏକଦମ୍ ସତ ଅଟେ।ଗୁଜୁରାଟ ର ମେଶାନା ପଞ୍ଚୁଟି ଗ୍ରାମରେ ୭୦ ଟି କୁକୁର କୋଟି ପତି ଅଟନ୍ତି।ଯଦି ସେମାନଙ୍କର ଆୟ ସମାନ ଭାବରେ ବିଭକ୍ତ ହୁଏ ତେବେ ପ୍ରତ୍ୟେକ କୁକୁର ର ଆୟ ପ୍ରାୟ ଏକ କୋଟି ଟଙ୍କା ହେବ।
ବର୍ତମାନ ଆପଣମାନେ ଭାବୁଥିବେ ଯେ କୁକୁର ମାନେ କିପରି ଏକ କୋଟି ଟଙ୍କା ରୋଜଗାର କରି ପାରନ୍ତି। ମେଶାନା ନିକଟ ଏକ ଛୋଟ ଗ୍ରାମ ବର୍ତମାନ ବାଇପାସ୍ ପାର୍ଶ୍ଵରେ ଅବସ୍ଥିତ।ଏଭଳି ପରିସ୍ଥିତି ରେ ଏଠାରେ ଜମି ର ମୂଲ୍ୟ ବହୁତ ବୃଦ୍ଧି ପାଇଛି।
ଗ୍ରାମରେ ଏକ ଟ୍ରଷ୍ଟ ଅଛି ଯାହାର ନାମ ମାଧୁରୀ ପାଟି କୁଟାରିଆ ଟ୍ରଷ୍ଟ।ଏହି ଟ୍ରଷ୍ଟ କୁକୁର ମାନଙ୍କର ଯତ୍ନ ନିଅନ୍ତି।ଏହି ଟ୍ରଷ୍ଟ କୁ ବହୁତ ବର୍ଷ ପୂର୍ବେ ଦାନ ଭାବେ ୨୧ ଏକର ଜମି ମିଳିଥିଲା।
ଏହି ଜମି ରୁ ହେଉଥିବା ଆୟ ରେ କୁକୁଡ଼ା ମାନଙ୍କର ଯତ୍ନ ନିଆଯାଏ।ଏଥି ସହିତ ବାଇପାସ୍ ରେ ଥିବା ଏହି ଜମିର ମୂଲ୍ୟ ହେଉଛି ହେତୁ ଏହାର ଏକର ପିଛା ପ୍ରାୟ ସାଢେ଼ ତିନି କୋଟି ଟଙ୍କା କୁ ବୃଦ୍ଧି ପାଇଛି।
ଏପରି ପରିସ୍ଥିତି ରେ ଯଦି ହିସାବ କରାଯିବ ତାହେଲେ ପ୍ରତ୍ୟେକ କୁକୁରକୁ ଏକ କୋଟି ଟଙ୍କା ଦିଆଯାଇପାରେ।ଅନ୍ୟପଟେ ଟ୍ରଷ୍ଟ ମଧ୍ୟ ଏହି ଜମି ରୁ ଟଙ୍କା ରୋଜଗାର କରିଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.