Movie prime

କାହିଁକି ହୁଏ କୁଆପଥର ବର୍ଷା ଜାଣନ୍ତୁ ଏହାର କଣ ରହିଛି ମୁଖ୍ୟ କାରଣ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ସମୟରେ କୁଆ ପଥର ବର୍ଷା ଦେଖିବାକୁ ପାଇଥିବେ। ଏବଂ ଏହା ମଧ୍ୟ ଜାଣିବାକୁ ପାଇଥିବେ ଏହି କୁଆ ପଥର ବର୍ଷା ଦ୍ୱାରା ଲୋକ ମାନଙ୍କର କିଭଳି ଭାବରେ କ୍ଷୟ କ୍ଷତି ହୋଇଛି।
ଆମେ ଏବେ ଆପଣଙ୍କୁ କୁଆ ପଥର ବର୍ଷା ସମ୍ପର୍କ ରେ କହିବାକୁ ଯାଉଛୁ। ହେଲେ କେବେ ଏକଥା ଚିନ୍ତା କରିଛନ୍ତି କି ଏହି କୁଆ ପଥର ବର୍ଷା କାହିଁକି ହୋଇଥାଏ? ଆମେ ଆଜି ସେହି ସମ୍ପର୍କ ରେ ଆପଣଙ୍କୁ କହିବାକୁ ଯାଉଛୁ।
ବର୍ଷା କାହିଁକି ହୁଏ ତାହାର କାରଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଯେତେବେଳେ ତାପମାତ୍ରା ବଢ଼ିଥାଏ ସେହି ସମୟରେ ଜଳ ବାଷ୍ପ ରେ ପରିଣତ ହୋଇଥାଏ ଓ ଏହା ମଧ୍ୟ ଉପରକୁ ଉଠି ଯାଇଥାଏ।
ଆଉ ଏହା ବାୟୁ ମଣ୍ଡଳରେ ଯେତେବେଳେ ଅତ୍ୟଧିକ ଓଜନ ହୋଇଥାଏ ସେତେବେଳେ ଏହା ବର୍ଷା ଆକାରରେ ତଳକୁ ଖସି ପଡିଥାଏ। କୁଆ ପଥର ବାୟୁ ମଣ୍ଡଳରେ ରେ କଠିନ ଅବସ୍ଥାରେ ଥାଏ।
ଯେତେବେଳେ ତାପମାତ୍ରା ୦° ବା ତାର ତଳକୁ ଚାଲି ଯାଇଥାଏ ସେତେବେଳେ ଜଳ ଧୀରେ ଧୀରେ ବରଫରେ ପରିଣତ ହୋଇ ଥାଏ। ଆପଣ ମାନେ ଜାଣିଥିବେ କି ଭୁ ପୃଷ୍ଠ ଠାରୁ ଆପଣ ଯେତେ ଉପରକୁ ଉଠି ଉଠି ଯିବେ ତାପମାତ୍ରା ସେତେ ପରିମାଣ ରେ କମି କମି ଯିବ।
ସେଥିପାଇଁ ଯେତେବେଳେ ଜଳୀୟ ବାଷ୍ପ ଉପରକୁ ଯାଇ ସେଠାରେ ତାପମାତ୍ରା କମି ଯିବାରୁ ତାହା ଅତ୍ୟଧିକ ଥଣ୍ଡା ହୋଇଯାଏ। ଏବଂ ଏହାପରେ ତାହା କୁଆ ପଥର ରେ ପରିଣତ ହୋଇ ଥାଏ।
ଯେତେବେଳେ ତାହାର ଓଜନ ବଢ଼ୀ ଯାଇଥାଏ ପ୍ରଥମେ ବର୍ଷା ପଡ଼ିବା ଆରମ୍ଭ ହୋଇଥାଏ। ଆଉ ଯେତେବେଳେ ଏହି ବରଫ ଗୁଡିକ ଭୁ ପୃଷ୍ଠ ର ନିକଟତର ହୁଅନ୍ତି ସେତେବେଳେ ଏହା ତାପମାତ୍ରା ଅନୁସାରେ ହିଁ ଭାଙ୍ଗି ଯାଇଥାଏ।
ଆଉ ଯେଉଁ ବଡ଼ ବଡ଼ ଖଣ୍ଡ ଥିବ ତାହା ତଳେ ପଡ଼ିବା ଆରମ୍ଭ ହୋଇ ଯାଏ। ତେବେ ଏହା ଥିଲା ଯେ କୁଆ ପଥର କିଭଳି ଭାବରେ ଜଳୀୟ ବାଷ୍ପ ରୁ ସୃଷ୍ଟି ହେଉଛି ଏବଂ କିଭଳି ଏହା ଧରା ପୃଷ୍ଠରେ ପଡ଼ୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.