Movie prime

ଯାହାକୁ ରଖିବେ ଅନନ୍ତ : କୁନି ଝିଅ କୁ ଧରି ରେଳ ଧାରଣା ରେ ଜୀବନ ଶେଷ କରିବାକୁ ଶୋଇଲା ମା, ଠିକ୍ ଏତିକି ବେଳେ ହେଲା ଚମତ୍କାର

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଦୁଃଖ କରିବେ।ୟୁପିର ଚାନ୍ଦୁଲିରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି।
ଯେଉଁଠାରେ ଜଣେ ମା ତାଙ୍କ ତିନି ପିଲାଙ୍କ ସହ ଟ୍ରେନ୍‌ ଉପରକୁ ଡେଇଁ ପଡ଼ି ମୃ-ତ୍ୟୁ ବରଣ କରିଥିଲେ। କିନ୍ତୁ ତାଙ୍କର ଆଠ ମାସର ଶିଶୁଟିର କିଛି ହୋଇନଥିଲା।
ଟ୍ରେନ୍ ଧକ୍କା ହେବା ପରେ ମହିଳାଙ୍କ ସମେତ ଦୁଇ ଶିଶୁଙ୍କର ମୃ-ତ୍ୟୁ ଘଟିଛି।ଆପଣମାନେ ଜାଣିଥିବେ କଥାରେ ଅଛି ଇଶ୍ୱର ଯାହାଙ୍କ ସହିତ ଅଛନ୍ତି ତାହାର କେବେ କିଛି କ୍ଷତି ହୋଇପାରେ ନାହିଁ।
ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃ-ତ-ଦେ-ହକୁ ନେଇ ଶ-ବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଏବଂ ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ମୁଗଲସରାଇ କୋଟୱାଲିର ପାରୋରା ଗାଁର ବାସିନ୍ଦା ମଞ୍ଜୁ ସାତ ବର୍ଷ ପୂର୍ବେ ବାରାଣାସୀର ଚିତ୍ରପୁର ବାସିନ୍ଦା କାଲୁ ଯାଦବଙ୍କୁ ବିବାହ କରିଥିଲେ।
୨୬ ବର୍ଷୀୟା ମଞ୍ଜୁଙ୍କର ତିନି ଜଣ ସନ୍ତାନ ଥିଲେ, ସେମାନଙ୍କ ମଧ୍ୟରେ ୬ ବର୍ଷର ଆରାଧ୍ୟା, ଚାରି ବର୍ଷର ଅମୃତା ଏବଂ ଆଠ ମାସର ପୁଅ ଅଙ୍କିତ ଯାଦବ। ମଞ୍ଜୁଙ୍କ ସ୍ୱାମୀ କାଲୁ ଯାଦବଙ୍କ ସମ୍ପର୍କୀୟଙ୍କ ସହ ମଞ୍ଜୁଙ୍କ ପ୍ରେମ ସମ୍ପର୍କ ଚାଲିଥିଲା। 
Special report
ଏହି କାରଣରୁ ପରିବାରରେ ବହୁତ ତିକ୍ତତା ଦେଖାଦେଇଥିଲା ଏବଂ ପ୍ରତିଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା।ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ ମଞ୍ଜୁ ନିଜ ପିଲାମାନଙ୍କ ସହିତ ମରିବାକୁ ନିଷ୍ପତି ନେଇଥିଲେ।
ଏହି ସମୟରେ ମଞ୍ଜୁ ତିନି ପିଲାଙ୍କ ସହ ମୋଗଲସରାଇ କୋଟୱାଲିର ପାଦଭ ଅଞ୍ଚଳରେ ଥିବା ଡିଡିୟୁ ଜଙ୍କସନ-ବାରାଣାସୀ ରେଳ ମାର୍ଗରେ ଥିବା ଅବଦୁତ ଭଗବାନ୍ ରାମ ହଲ୍ଟ ଷ୍ଟେସନ ନିକଟରେ ପହଞ୍ଚି ପିଲାମାନଙ୍କ ସହ ଟ୍ରେନ୍ ଆଗରେ ଡେଇଁପଡିଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଯେ ଆଠ ମାସର ଅଙ୍କିତ ପୁରା ଟ୍ରେନ୍ ଅତିକ୍ରମ କରିବା ପରେ ମଧ୍ୟ ବଞ୍ଚିଥିଲେ।ଟ୍ରେନରେ ଧକ୍କା ହେବା ପରେ ମଞ୍ଜୁ ଏବଂ ଉଭୟ ବାଳିକା ଆରାଧ୍ୟା ଏବଂ ଅମୃତାଙ୍କର ଘଟଣାସ୍ଥଳରେ ମୃ-ତ୍ୟୁ ଘଟିଛି।
ଘଟଣା ସମ୍ପର୍କରେ ଆଖପାଖର ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ।
ସୂଚନା ପାଇବା ପରେ ମୁଗଲସରାଇ ପୋଲିସ ଷ୍ଟେସନରେ ପହଞ୍ଚିଥିବା କାଲୁ ଯାଦବଙ୍କୁ ଆଠ ମାସର ଶିଶୁ ଅଙ୍କିତଙ୍କୁ ହସ୍ତାନ୍ତର କରିଥିଲେ।