Movie prime

କୁନି ଝିଅ ପରୀ ର ମନ ରେ ଲାଗିଚି ଗଭୀର ଆଘାତ, କାହା ପାଖକୁ ଯିବାକୁ ବି କରୁଛି ଭୟ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଅପହରଣ ହୋଇ ଯାଇଥିବା ସେହି କୁନି ଝିଅ ପିହୁ ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଏବେ ପିହୁ ଆଉ ତାର ବାପା ମାଆ ଙ୍କ କୋଳରୁ ଓହ୍ଲାଉ ନାହିଁ।
Special Report
ଅଜଣା ଲୋକଙ୍କୁ ଦେଖିବା ମାତ୍ରେ ହିଁ ଡରି ଯାଉଛି। ଅପହରଣକାରୀ ମାନେ ସତେ ଯେପରି ସେହି କୋମଳ ଶିଶୁ ର କୋମଳତାକୁ ଛଡାଇ ନେଇ ଯାଇଛନ୍ତି। ପାଖରେ ନିଜର ବାପା ମାଆ ଙ୍କୁ ଦେଖିବା ପରେ ତା ମନରେ ବଡ଼ ଦମ୍ଭ ଆସିଛି।
ହେଲେ ପରିବାର ଲୋକକୁ ଛାଡ଼ିଦେଲେ ସେ ଆଉ କାହା ଉପରେ ତାର ବିଶ୍ବାସ ଯୋଟାଇ ପାରୁ ନାହିଁ। ତାର ନିରୀହ ମୁହଁକୁ ଦେଖିଲେ ଜାଣି ହେଉଛି କି ସେ ଅପହରଣକାରୀ ମାନଙ୍କ ନିକଟରେ ରାତିରେ ରହି କେତେ ମାତ୍ରାରେ ଭୟଭୀତ ଥିଲା।
ମାଆ କୋଳର ଉଷ୍ମତା କୁ ସେ କେତେଯେ ଝୁରୁ ଥିଲା। ସାରା ରାତି ସେ ତାର ବାପା ଓ ମାଆ ଙ୍କୁ ମନେ ପକାଇ ଆଉ ସୋଇ ପାରି ନାହିଁ।କାରଣ ରାତି ତମାମ ତା ସହ ଯାହା ହୋଇଛି ତାହା ତା ମନକୁ ବିଚଳିତ କରି ଦେଉଛି।
Special Report
ମନରେ ଥିବା ଭୟ ଏବେ ମଧ୍ଯ ତାର ହୃଦ୍ ସ୍ପନ୍ଦନ ବଢାଇ ଦେଉଛି। ବାପା ପାଖରେ ଥାଇ ମଧ୍ୟ ସେ ସମସ୍ତଙ୍କୁ ବଲଵଲ କରି ଚାହୁଁଛି। ତାର ଅପହରଣର ଏହି ଘଟଣାକୁ ସେ କାନ୍ଦି କାନ୍ଦି ହିଁ ସମସ୍ତଙ୍କ ନିକଟରେ ବଖାଣି କହିଛି।
ଦେବଗଡ଼ ବ୍ୟବସାୟୀ ଆଲୋକ ଅଗ୍ରୱାଲ ଙ୍କ ଛଅ ବର୍ଷର ଝିଅ ହେଇଛନ୍ତି ପୀହୁ। ସେ ନିଜର ଆଇ ସହ ଟିଉସନ୍ ରୁ ଫେରୁ ଥିଲେ ଏକ ପଲସର୍ ଗାଡ଼ିରେ ଦୁଇଜଣ ଯୁବକ ଆସି ଆଇ ଙ୍କୁ ଧକ୍କା ମାରି ସେହି ଯୁବତୀଙ୍କୁ ନେଇ ଯାଇଥିଲେ।
ଘରେ ଲୋକ ଜାଣିବା ସହ ଥାନାରେ ଅଭିଯୋଗ କରିଥିଲେ ଆଉ ବାହାରେ ମଧ୍ୟ ଖୁବ୍ ଖୋଜାଖୋଜି କରିଥିଲେ। ହେଲେ ଅପହରଣକାରୀ ମାନେ ଅପହରଣ ରେ ସଫଳ ନହେବାରୁ ପୀହୂ କୁ ବଡ଼ଗାଁ ,ଭୋଇପାଲି ଛକ ନିକଟରେ ଛାଡ଼ି ଦେଇଥିଲେ।
ଏହାପରେ ବ୍ୟକ୍ତି ଜଣକ ତାଙ୍କୁ ଉଦ୍ଧାର କରି ପୋଲିସ କୁ ଏହି ସମ୍ପର୍କରେ ଖବର ଦେଇଥିଲେ। ଏହାପରେ ପୋଲିସ ପୀହୁ କୁ ପୋଲିସ ତାର ବାପା ମାଆ ନିକଟରେ ପହଞ୍ଚାଇ ଦେଇଥିଲା।