Movie prime

ଲିଭିନି ସ୍ଵାମୀଙ୍କ ଜୁଇ ଦେଖନ୍ତୁ ପତ୍ନୀ କରିଦେଲେ କଣ କାନ୍ଦୁଛି ସାରା ଗାଁ ସାରା ପରିବାର - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୀପାବଳି ଦିନ ଏକ ଦୁ-ର୍ଘ-ଟ-ଣାରେ ସ୍ୱାମୀଙ୍କ ମୃ-ତ୍ୟୁ ପରେ ଭାଙ୍ଗି ପଡ଼ିଥିଲା ପୂରା ପରିବାର। ସ୍ୱାମୀଙ୍କ ମୃ-ତ୍ୟୁକୁ ସହଜେ ଗ୍ରହଣ କରି ପାରି ନ ଥିବା ପତ୍ନୀ ନେଲେ ଚରମ ନିଷ୍ପତ୍ତି।
Special report
ସ୍ୱାମୀଙ୍କ ଜୁଇ ଲିଭିବା ପୂର୍ବରୁ ନିଜେ ବି ଝୁଲି ପଡ଼ି ଜୀବନ ହାରିଛନ୍ତି। ଫଳରେ ବାପାମା’ଙ୍କୁ ହରାଇ ଅନାଥ ହୋଇ ପଡ଼ିଛନ୍ତି ୨ ଝିଅ । ଏପରି ଏକ ହୃଦୟ ବିଦାରକ ଘଟଣା ଗତ ରାତିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସୁନାଖଳା ଅଞ୍ଚଳରେ ଘଟିଛି। 
ସୁନାଖଳାରେ ବ୍ୟବସାୟ କରୁଥିବା ଗୋକୁଳ ଚନ୍ଦ୍ର ସାହୁଙ୍କ ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ। ଦୀପାବଳି ଦିନ ସନ୍ଧ୍ୟା ବେଳେ ସେ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଅନ୍ୟ ଗୋଟିଏ ବାଇକ ସହିତ ମୁହଁ। ମୁହଁ ଧକ୍କା ହୋଇଥିଲା।
Special report
ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ସକାଳେ ତାଙ୍କ ମୃ-ତ୍ୟୁ ହୋଇଥିଲା। ଗତକାଲି ଗୋକୁଳଙ୍କ ଶବ ବ୍ୟବଚ୍ଛଦ ହୋଇ ଘରେ ପହଞ୍ଚିବା ପରେ ରାତିରେ ଶ-ବ ସ-ତ୍କା-ର ହୋଇଥିଲା। 
କାନ୍ଦ ବୋବାଳିରେ ପୂରା ଘର ଫାଟି ପଡ଼ୁଥିବା ବେଳେ ଗୋକୁଳଙ୍କ ପତ୍ନୀ କିନ୍ତୁ ସ୍ୱାମୀଙ୍କ ମୃ-ତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନ ଥିଲେ। ସ୍ୱାମୀଙ୍କ ପରେ ପରେ ସେ ବି ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଗତ ରାତିରେ ବେକରେ ଦଉଡ଼ି ଦେଇ ଆ-ତ୍ମ-ହ-ତ୍ୟା କରିଦେଇଛନ୍ତି।
Special report
ବାପା ପରେ ପରେ ମା’କୁ ହରାଇ ଦୁଇ ନାବାଳିକା ଝିଅ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଗୋକୁଳଙ୍କର ଦୁଇ ଝିଅ ଆକାଂକ୍ଷା ଓ ଅନ୍ୱେଷା ଏବେ ଅନାଥ ହୋଇ ପଡ଼ିଛନ୍ତି, ଯାହାକୁ ନେଇ ସାରା ପରିବାର ଚିନ୍ତାରେ ପଡିଯାଇଛନ୍ତି। 
Special report
ଦୁଇ ଝିଅଙ୍କ ଭବିଷ୍ୟତ କଣ ହେବ ସେନେଇ ଚିନ୍ତାରେ ପରିବାର ଲୋକେ। କୁନି କୁନି ଏହି ଦୁଇ ଝିଅର କ’ଣ ହେବ? ମୁଣ୍ଡ ଉପରୁ ବାପାଙ୍କ ଆର୍ଶୀବାଦର ହାତ ହଟିଯାଇଛି। ମା’ର ସ୍ନେହ ସବୁଦିନ ପାଇଁ ସରିଯାଇଛି।
ଦୁନିଆ କ’ଣ ଜାଣିବା ଆଗରୁ ଅନାଥ ହୋଇଯାଇଛନ୍ତି ଦୁଇ ନାବାଳିକା ଶିଶୁ। ମାତ୍ର ଦୁଇ ଦିନ ପୂର୍ବରୁ ଯେଉଁ ପରିବାରରେ ଖୁସି ଥିଲା, ଉତ୍ସାହ ଥିଲା। ସେହି ପରିବାରର ସବୁ କିଛି ଉଜୁଡ଼ି ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.