Movie prime

ଜନ୍ମଦିନରେ କେକ୍ ମଗାଇ ଖାଇବା ହେଲା କାଳ ଦେଖନ୍ତୁ ଚାଲିଗଲା ଜୀବନ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ତେବେ ବନ୍ଧୁଗଣ ଜନ୍ମଦିନରେ ଚାଲିଗଲ ୧୦ ବର୍ଷ ନିରୀହ ମାନବୀଙ୍କ ଜୀବନ। ଝିଅର ଜନ୍ମଦିନରେ ଘରେ ଭୋଜି ଭାତ ଖୁସିର ମାହୋଲ ଚାଲିଥିଲା ହେଲେ ହଠାତ୍ ଏପରି ଝଡ ଆସିଲା ଯାହା କିଛି ସମୟରେ ଜନ୍ମଦିନ ଖୁସିକୁ ଶୋକସଭାରେ ବଦଳାଇ ଦେଇଥିଲା। 
Vh
ଏଭଳି ଏକ ଘଟଣା ଗତ ସପ୍ତାହରେ ପଞ୍ଜାବର ପଟିଆଲାରେ ଘଟିଛି। ୧୦ ବର୍ଷୀୟ ଝିଅର ଜନ୍ମ ଦିନ ପାଇଁ ମାର୍ଚ୍ଚ ୨୪ ତାରିଖ ସନ୍ଧ୍ୟା ସମୟରେ ପଟିଆଲାର ଗୋଟିଏ ବେକରୀରୁ ପରିବାର ଲୋକ ଅନଲାଇନରେ କେକ ମଗାଇ ଥିଲେ।
ଆଉ ସନ୍ଧ୍ୟା ୭ ଟା ସମୟକୁ ପରିବାର ସହ ଗେହ୍ଲା ଝିଅ ମାନବୀ କେକ୍ କାଟି ଖାଇଥିଲେ। କିନ୍ତୁ ରାତି ୧୦ଟା ବେଳକୁ ପରିବାରର ସବୁ ସଦସ୍ୟ ଅସୁସ୍ଥତା ଅନୁଭବ କରିଥିଲେ। 
ମାନବୀ ଓ ତାଙ୍କ ସାନ ଭଉଣୀ ବାରମ୍ବାର ବାନ୍ତି କରି ଚାଲିଥିଲେ। ମାନବୀ ପ୍ରବଳ ପାଣି ପିଇବାକୁ ଲାଗିଥିଲେ ମଧ୍ୟ ତାଙ୍କ ପାଟି ଶୁଖି ଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ଅଧିକ ବିଗିଡିବାରୁ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।
Nb
ସେଠାରେ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା ଓ ତାଙ୍କର ଇସିଜି କରାଯାଇଥିଲା। ତାଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ଡାକ୍ତରମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରି ଦେଇଥିଲେ। 
କିନ୍ତୁ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ମାନବୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏନେଇ ପରିବାର ଲୋକେ ବେକରୀ ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଯେ କି ସେହି କେକ୍‌ରେ କୌଣସି ବିଷାକ୍ତ ଜିନିଷ ଥିଲା ଯାହା ଦ୍ୱାରା ମାନବୀଙ୍କ ମୃତ୍ୟୁ ହୋଇଛି।
ପୋଲିସ ସମୃକ୍ତ ମାମଲ ର ତଦନ୍ତ ଚଳାଇ ମାନବୀ ଓ ତାଙ୍କ ପରିବାର ଖାଇଥିବା କେକ୍ ଟେଷ୍ଟ ପାଇଁ ପଠାଇଛି। ଏହାର ରିପୋର୍ଟ ଆସିବା ପରେ ପୁଲିସ୍ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.