Movie prime

ପାଣିପାଗ ବିଭାଗ ତରଫରୁ ଆସିଲା ବଡ ଖବର ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

 
Gy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ପାଇପାରିବେ । ପ୍ରବଳ ଖରା ହେଉଛି ଆଉ ଏହି ଖରା ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏବେ ଖରାରୁ ଲୋକମାନେ ଆଶ୍ୱସ୍ତି ପାଇବେ । 
Hh
ଆଜି ପ୍ରବଳ ବର୍ଷା ହେବ । ଆଉ କିଛି ସମୟ ପରେ ବଦଳି ଯିବ ପାଗ । ମାଡ଼ି ଆସୁଛି କାଳବୈଶାଖୀ । ବିଜୁଳି ଘଡଘଡି ସହ ପବନ ମାଡ଼ି ଆସିବ । କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ହେବ ।
ଏଥିପାଇଁ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚାରିଦିନ ଯାଏଁ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । କିଛି କିଛି ଜିଲ୍ଲାରେ ଅଳ୍ପ ବର୍ଷା ହେବ ।
Bh
ଆଉ କିଛି କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ବର୍ଷା ସହ ପବନର ବେଗ ମଧ୍ୟ ବଢିବ ବୋଲି ଜଣାପଡିଛି । ବର୍ଷାକୁ ଆଖି ଆଗରେ ରଖି ୧୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଉପକୁଳ ଉତ୍ତର ଓଡ଼ିଶାରେ ପାଗ କୋହଲା ସହ ସାମାନ୍ୟ ଖସିଛି ତାପମାତ୍ରା । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଓ ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତା କାଲି ମଧ୍ୟ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ତିନିଦିନ ପର୍ଯ୍ୟନ୍ତ ତାପମାତ୍ରା ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତର ଓଡ଼ିଶା ଏବଂ ଉପକୂଳ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି।
କାଳବୈଶାଖୀ ସମୟରେ ଲୋକମାନେ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ବଜ୍ରପାତ ମଧ୍ୟ ହୋଇପାରେ ବୋଲି ଜଣାପଡିଛି । ରାତିର ତାପମାତ୍ରା କମିବ ଆଉ ଏହାସହ ଦିନ ସମୟରେ କମ୍ ତାପମାତ୍ରା ମଧ୍ୟ ରହିବ ।