Movie prime

ବଢିଲା ସୀମା ହାଇଦର ବିବାଦ ଦେଖନ୍ତୁ ଯେଉଁ ପଣ୍ଡିତ କରାଇଥିଲେ ବାହାଘର କୋର୍ଟ ପଠାଇଲା ନୋଟିସ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଦେଶ ବିଦେଶର ସବୁ ଖବର ଜାଣି ପାରୁଛନ୍ତି । ଆପଣମାନେ ନିକଟରେ ସୀମା ହାଇଦରଙ୍କୁ ନେଇ ଆସିଥିବା ଖବର ସବୁ ଜାଣିଥିବେ । ଏବେ ଏହି ସୀମା ହାଇଦରକୁ ନେଇ କିଛି ଖବର ଆସିଛି । ଏହି ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । 
Hh
ସୀମା ହାଇଦର ହେଉଛନ୍ତି ଜଣେ ପାକିସ୍ତାନୀ ଝିଅ ଆଉ ସେ ଖେଳରେ ଜଣେ ଭାରତୀୟଙ୍କୁ ଭଲ ପାଇଥିଲେ । ଆଉ ଶେଷରେ ସେ ତାଙ୍କ ତିନି ଛୁଆଙ୍କୁ ଧରି ଭାରତ ଆସିଥିଲେ । ଏହାକୁ ନେଇ ମଧ୍ୟ ଅନେକ ଖବର ଆସିଥିଲା ।
ଆଉ ଏବେ ଏହାକୁ ନେଇ କିଛି ଖବର ଆସିଛି । ଏବେ ସୀମା ଆଉ ସଚିନଙ୍କର ବିବାହ ଯେଉଁ ପଣ୍ଡିତ କରିଥିଲେ ତାଙ୍କ ପାଖକୁ ନୋଟିସ ଆସିଛି । ଆଉ ଏହି ନୋଟିସ କୋର୍ଟ ପଠାଇଛି । ସୀମା ଆଉ ସଚିନଙ୍କ ବିବାହକୁ ଏକ ବର୍ଷ ହୋଇଗଲାଣି ସେ ବିବାହ ବାର୍ଷିକ ପାଳନ କରିଥିଲେ ।
ସୀମା ଆଉ ସଚିନ ବିବାହ ବାର୍ଷିକ ପାଳନ କରିବା ସମୟରେ ସୀମାଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦର କୋର୍ଟରେ ଆବେଦନ କରିଥିଲେ । ଆଉ ଏନେଇ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ ଗୁଲାମ୍ ହାଇଦର।
Hh
ଏହି ଅଭିଯୋଗ ଆଧାରରେ ସଚିନ ଆଉ ସିମାଙ୍କ ବିବାହ କରିଥିବା ପଣ୍ଡିତ ଏବଂ ତାଙ୍କ ବରଯାତ୍ରୀଙ୍କ ପାଖକୁ ନୋଟିସ ପଠାଯାଇଛି । ଗୁଲାମ୍ ହାଇଦରଙ୍କ ଓକିଲ ମୋମିନ ଅଲ୍ଲୀ କହିଛନ୍ତି ତାଙ୍କ ଅଭିଯୋଗକୁ ଜିଲ୍ଲା କୋର୍ଟ ଏବଂ ପରିବାର କୋର୍ଟ ଗ୍ରହଣ କରିଛନ୍ତି। 
ଏହି ବିବାହ କରିଥିବା ପଣ୍ଡିତଙ୍କୁ ନୋଟିସ ପଠାଯିବା ସହିତ ବରଯାତ୍ରୀଙ୍କ ପାଖକୁ ମଧ୍ୟ ନୋଟିସ୍ ପଠାଯିବ । ଏହାସହ ତାଙ୍କ ନାବାଳକ ପିଲାମାନେ ଭାରତକୁ ଆସି ତାଙ୍କର ଧର୍ମ ପରିବର୍ତ୍ତନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଆସିଛି । ଗୌତମ ବୁଦ୍ଧ ପରିବାର ଅଦାଲତରେ ପଣ୍ଡିତଙ୍କ ସହିତ ଅତିଥି ମାନଙ୍କୁ ମେ ମାସ ୨୫ ତାରିଖରେ ତାରିଖ ଅଛି ।
ସେମାନେ ସେହି ଦିନ ସେଠାରେ ପହଞ୍ଚିବାକୁ ନୋଟିସ ଜାରି କରାଯାଇଛି । ଓକିଲ କହିଛନ୍ତି ଯଦି ସେହିଦିନ ସେମାନେ କୋର୍ଟରେ ନ ପହଞ୍ଚନ୍ତି ତାହେଲେ ଏକ ପକ୍ଷ ଶୁଣାଣି ହୋଇଯିବ । ତାଙ୍କ ପାଖରେ ଅନେକ ପ୍ରମାଣ ଅଛି ବୋଲି ସେ ମଧ୍ୟ କହିଛନ୍ତି ।