Movie prime

ମଙ୍ଗଳ ଗ୍ରହରେ ମିଳିଲା ବୁଢିଆଣୀ ସତା ଦେଖନ୍ତୁ ବୈଜ୍ଞାନିକ ପାଇଲେ ବଡ ସଫଳତା ଏବେ ଆଗକୁ ଏହିପରି ହେବ ରିସର୍ଚ୍ଚ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଙ୍ଗଳ ଗ୍ରହରେ ବି ଜୀବନ ସମ୍ଭବ। ଏବେ ତାର ପ୍ରମାଣ ମିଳିଛି। ଯାହାର ଛବି ଦେଖିବା ପରେ ବୈଜ୍ଞାନିକଙ୍କ ହୋସ ଉଡିଯାଇଛି। ଆପଣ ଦେଖୁଥିବା ଏହି ଫଟୋଟିକୁ ୟୁରୋପିଆନ ସ୍ପେସ ଏଜେନ୍ସିର ଏକ୍ସୋମାର୍ସ ଟ୍ରେସ
ଗ୍ୟାସ ଅର୍ବିଟରରେ ଲାଗିଥିବା କଲର ଆଣ୍ଡ ଷ୍ଟିରିଆ ସରଫେସ ଇମେଜିଂ ସିଷ୍ଟମ କ୍ୟାପଚର କରିଛି। ବନ୍ଧୁଗଣ ମଙ୍ଗଳ ଗ୍ରହରେ ବୁଢିଆଣୀ ନଜର ଆସିଛନ୍ତି। ତାହା ପୁଣି ଲକ୍ଷ ଲକ୍ଷ ସଂଖ୍ୟାରେ। ଏହି ଫଟୋ ଦେଖିବା ପରେ ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ଚକିତ ହୋଇଉଠିଛନ୍ତି। 
Jh
ଏହି ଫଟୋ ଉତ୍ତୋଳନ କରିଛି ୟୁରୋପିଆନ୍ ସ୍ପେସ୍ ଏଜେନ୍ସୀ (ESA)ର ଏକ୍ସୋମାର୍ସ ଟ୍ରେସ୍ ଗ୍ୟାସ୍ ଅର୍ବିଟରରେ ଲାଗିଥିବା କଲର ଆଣ୍ଡ ଷ୍ଟେରିଓ ସରଫେସ୍ ଇମେଜିଂ ସିଷ୍ଟମ। ସାଧାରଣ ଲୋକ ଏହି ଫଟୋ ଦେଖି ଚକିତ ହୋଇଛନ୍ତି କି ଯେଉଁ ଗ୍ରହରେ
ଜୀବନ ସମ୍ଭବ ନୁହେଁ ସେଠି ଏତେ ସଂଖ୍ୟାରେ ବୁଢିଆଣୀ କିପରି ରହିଛନ୍ତି। ଏହା କ’ଣ କୌଣସି ଏଲିଅନ ପ୍ରଜାତିର ଜୀବ ଯେଉଁମାନେ କି ମଙ୍ଗଳରେ ରହୁଛନ୍ତି। ଏବେ ଏହି ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି। ଯାଞ୍ଚ ପରେ ବୈଜ୍ଞାନିକ ମାନେ ଯାହା ଖୁଲାସା କରିଛନ୍ତି ତାହା ବି ଆହୁରି ଆଶ୍ଚର୍ଯ୍ୟଜନକ। 
ପ୍ରକୃତ କାରଣ ହେଉଛି ବସନ୍ତ ଋତୁରେ ଯେତେବେଳେ ସୂର୍ଯ୍ୟ କିରଣ ମଙ୍ଗଳ ଗ୍ରହର ଦକ୍ଷିଣ ମେରୁ ଉପରେ ପଡିଥାଏ ସେତେବେଳେ ଏଠାରେ ଶୀତରେ ଜମା ହୋଇଥିବା କାର୍ବନ ଡାଇଅକ୍ସାଇଡ୍‌ (CO2) ଏହିପରି ବୁଢିଆଣୀ ଆକାର ଧାରଣ
Bh
କରିଥାଏ। ସୂର୍ଯ୍ୟ କିରଣ କାର୍ବନ ଡାଇଅକ୍ସାଇଡ୍‌ର ନିମ୍ନ ଅଂଶକୁ ତରଳାଇ ଥିବା ବେଳେ ଉପର ଅଂଶ ଏହି ପ୍ରକାର ଆକାର ଧାରଣ କରିଥାଏ। ପ୍ରତି ବର୍ଷ ଥଣ୍ଡା ଦିନ ପରେ ମଙ୍ଗଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ। 
ଚଟାଣ ତଳୁ ବାହାରୁଥିବା CO2 ଗ୍ୟାସ୍ ଉପରେ ଗାଢ ରଙ୍ଗର ଧୂଳି ଜମି ରହିଥାଏ। ଯେତେବେଳେ ସୂର୍ଯ୍ୟଙ୍କ କିରଣ ପଡିଥାଏ ସେତେବେଳେ ଏହା ଭୂମିରେ ସୃଷ୍ଟ ଫାଟ ଦେଇ ବାହାରକୁ ଆସିଯାଏ ଓ ତରଳିବାରେ ଲାଗିଥାଏ।
ଏହା ଦେଖିଲେ ମନେ ହୋଇଥାଏ ସତେ ଯେପରି ଚଟାଣରେ ଏକ ସଙ୍ଗେ ଲକ୍ଷ ଲକ୍ଷ ବୁଢିଆଣୀ ଦଳ ଦଳ ହୋଇ ଯାତ୍ରା କରୁଛନ୍ତି। ଏହା ଚଳମାନ ନ ଥିଲେ ବି ସୂର୍ଯ୍ୟ କିରଣରେ ତରଳୁଥିବାରୁ ଏହା ଏପରି ଚଳମାନ ମନେ ହୋଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.