Movie prime

ସାମାନ୍ୟ ମୋବାଇଲ ଫୋନ୍ ପାଇଁ ପଥରରେ ଛେଚି ଛେଚି ମା-ରି-ଦେଲେ ଦେଖନ୍ତୁ ଘଟିଗଲା କେତେବଡ ଭୟଙ୍କର ଘଟଣା

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ସମ୍ୱଲପୁର ଜିଲ୍ଲାକୁ ନେଇ କିଛି ଖବର ଆସିଛି।
ସମ୍ବଲପୁର ଜିଲ୍ଲାରେ ଏକ ହତ୍ୟା ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ କବାଡି ଦୋକାନୀକୁ ମୋବାଇଲ୍ ଲୁଟ୍ କରିବା ଉଦ୍ଦେଶ୍ୟରେ ମାରି ଦେଇଛନ୍ତି କିଛି ଦୁର୍ବୃତ୍ତ । ଆଉ ତାଙ୍କୁ ମାରି ଦେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି ବୋଲି ଜଣାପଡିଛି ।
Fg
ସମ୍ବଲପୁର ପୋଲିସ ଏବେ ଏହି ଘଟଣାର ଫର୍ଦାଫାସ କରିଛି । ଚାରିଦିନ ହେବ ନିଖୋଜ ହୋଇଥିବା ମହମ୍ମଦ ଫିରୋଜ ଅଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କର ମୃତଦେହକୁ ଏବେ ଠାବ କରିଛି ପୋଲିସ । ମୃତକଙ୍କ ପରିବାର ଏବେ ଅଭିଯୋଗ ଆଣିଛନ୍ତି କି ମୋବାଇଲ୍, ବାଇକ୍ ଲୁଟ ଆଉ ଟଙ୍କା ଲୁଟ ପାଇଁ ତାଙ୍କୁ ମାରି ଦିଆଯାଇଛି ।
ଉତ୍ତରପ୍ରଦେଶ ସୁଲତାନପୁର ଜିଲ୍ଲାର ଏହି ବ୍ୟକ୍ତି ଜଣକ ରେଙ୍ଗାଲିରେ ରହୁଥିଲେ । ଆଉ ସେଠାରେ ସେ କବାଡି ବ୍ୟବସାୟ କରି ଚଳୁଥିଲେ ।ଗତ ୭ ତାରିଖରେ ସେ କବାଡି ଦୋକାନରୁ ବାହାରିଥିଲେ ।
ଆଉ ତା ପରଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ତାଙ୍କର ମୋବାଇଲ୍ ମଧ୍ୟ ଅଫ ଥିଲା । ଏହାପରେ ଏନେଇ ତାଙ୍କ ପରିବାରାଲୋକେ ଶାସନ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଥିଲା ।
Ff
ଆଉ ତଦନ୍ତ ଅନୁସାରେ ପୋଲିସ ଅନେକ କିଛି ଜାଣି ପାରିଥିଲା । କଲ୍ ସେଣ୍ଟର ପକ୍ଷରୁ ପୋଲିସକୁ ଅନେକ ସୁରାଗ ମିଳିଥିଲା । ଏହାପରେ ଏକ ଜଙ୍ଗଲରେ ଏହି ବ୍ୟକ୍ତି ଜଣଙ୍କର ମୃତଦେହ ମିଳିଥିଲା।
ଏହି ଜଙ୍ଗଲରେ ଘଟିଥିବା ଘଟଣା ସ୍ଥାନରେ ଶାସନ ପୋଲିସ ସହ ସାଇଁଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ଏହି ବ୍ୟକ୍ତି ଜଣଙ୍କର କଲ୍ ରେକର୍ଡ ବାହାର କରିବା ପରେ ଅଭିଯୁକ୍ତ ସାମ୍ନାକୁ ଆସିଥିଲେ । ଆଉ ସେମାନଙ୍କ ଠାରେ ମୋବାଇଲ୍ ମଧ୍ୟ ମିଳିଥିଲା ।
ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । ଆଉ ପୋଲିସ ତଦନ୍ତ କରି ଏବେ ଅନେକ ତଥ୍ୟ ସାମ୍ନାକୁ ଆଣିବା ସହ ଅଭିଯୁକ୍ତ ପାଖରେ ଶୀଘ୍ର ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ଦେଖାଯାଉ ଏହି ଘଟଣା କେଉଁ ମୋଡ ନେଉଛି ।