Movie prime

ହେ ପ୍ରଭୁ ମା କଣ ଏତେ ନୃଶଂସ ହୋଇ ପାରେ?? କୁନି ପୁଅ ର ବେକ କୁ ବ୍ଲେଡ୍ ରେ କାଟି ପକେଇଲା ମା...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ନିଜ ଛୁଆ ର ଗଳା କାଟି ହତ୍ୟା କରିଛି ତା ମା।ଏଭଳି କଥା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ।ଗୋଟିଏ ମା ସବୁବେଳେ ନିଜ ଛୁଆ କୁ ସବୁ ବିପଦ ରୁ ରକ୍ଷା କରି ଥାଏ।କିପରି ନିଜ ଛୁଆ କୁ ସମସ୍ତ ଙ୍କ ନଜର ରୁ ବଞ୍ଚାଇବା ସେଥିପାଇଁ ଚେଷ୍ଟା କରେ।
Special report
ହେଲେ ଏଠାରେ ନିଜ ଛୁଆ କୁ ପନିକି ରେ କାଟି ହତ୍ୟା କରିଛି ମା।ତେବେ ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲା ରେ ଦେଖିବାକୁ ମିଳିଛି।ସେଠାରେ ରାଗରେ ଆସି ଗୋଟିଏ ମା ଏଭଳି କାଣ୍ଡ ଘଟାଇଛି।ଯାହାକି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
ଗୋଟିଏ ମା ହୋଇ କିଭଳି ସେ ଏପରି କରି ପାରିଲା ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ସୃଷ୍ଟି ହୋଇଚି।ସୂଚନା ଅନୁସାରେ ସେହି ଅଞ୍ଚଳ ର ମୀନା ନାଗ ନାମକ ଜଣେ ମହିଳା ହେଉଛନ୍ତି ଜଣେ ମାନସିକ ରୋଗୀ।ସେ ବିବାହ କରି ଥିଲେ ରବୀନ୍ଦ୍ର ନାଗ କୁ।ବିବାହ ପରେ ତାଙ୍କର ଦୁଇ ଟି ଝିଅ ଥିଲା।
ଛଅ ମାସ ତଳେ ସେ ଗୋଟିଏ ଶିଶୁ ପୁତ୍ର କୁ ଜନ୍ମ ଦେଇ ଥିଲେ।ହେଲେ ସେ ଆଗରୁ ଗୋଟିଏ ରୋଗ ରେ ପୀଡ଼ିତ ଥିଲେ।ମହିଳା ଙ୍କ ର ହଟାତ କଣ ହେଲା କେଜାଣି ସେ ପନିକି ରେ ନିଜ ଛୁଆ ର ବେକ କୁ କାଟି ଦେଇଥିଲେ।ଛୁଆ ଟି ଜୋର୍ ରେ ଚିତ୍କାର କରୁଥିଲା।
Special report
ଏହି ସମୟ ରେ ଛୁଆ ର ପିଉସୀ ଓ ତାର ବାପା ତାକୁ ନେଇ ନିକଟସ୍ଥ ମେଡିକାଲ କୁ ଯାଇ ଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରି ଥିଲେ।ରବୀନ୍ଦ୍ର ନାଗ ଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ମାନସିକ ରୋଗ ରେ ପୀଡ଼ିତ ଥିଲେ।
ସେଥିପାଇଁ ସେ ଏଭଳି କିଛି କରିଛନ୍ତି।ଏହା ପରେ ମୀନା ନାଗ ଙ୍କ ପଚରା ଯାଇ ଥିଲା।ସେ କହି ଥିଲେ କି ମୋ ସ୍ବାମୀ ଙ୍କ ର ଅନ୍ୟ ଜଣେ ମହିଳା ଙ୍କ ସହିତ ସମ୍ପର୍କ ଥିଲା।ସେଥିପାଇଁ ଆମ ଭିତରେ ସବୁବେଳେ ଝଗଡ଼ା ହେଉଥିଲା।ସେ ମୋତେ ଖୁବ୍ ପିଟି ଥିଲେ।
ମୁଁ ରାଗ ରେ ଆସି ମୋ ଛୁଆ ର ବେକ କାଟି ଦେଇଛି।ଖବର ପାଇ ବଲାଙ୍ଗୀର ଥାନା ପୋଲିସ ସେଠାରେ ପହଞ୍ଚି ଥିଲେ।ସେମାନେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଏ ନେଇ କୌଣସି ସଠିକ୍ ସୂଚନା ମିଳି ପାରି ନାହିଁ।କିଏ ଏ ନେଇ ସତ କହୁଛି ଜଣା ପଡି ନାହିଁ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।