Movie prime

ମାକୁ ଭିଡ଼ି ନେଇ ଖାଇଗଲା କୁମ୍ଭୀର କିନ୍ତୁ ଫେରିବା ବାଟକୁ ଅପେକ୍ଷା କରି ବସିଛନ୍ତି ଦୁଇ ପିଲା ଦେଖନ୍ତୁ ଏହି କରୁଣ ଦୃଶ୍ୟ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏଭଳି କିଛି ଖବର ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ସତରେ ଏହି ଘଟଣା ବହୁତ ହୃଦୟ ବିଦାରକ । ଏହି ହୃଦୟ ବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଯାଜପୁର ଜିଲ୍ଲାର ବରୀ ବ୍ଲକ ଅମଠପୁର ପଞ୍ଚାୟତ ପାଲଟପୁର ଗାଁର ଜଣେ ମହିଳାଙ୍କ ସହିତ ଘଟିଛି ଏହି ହୃଦୟ ବିଦାରକ ଘଟଣା । 
ଏହି ମହିଳା ଜଣକ ନାମ ହେଉଛି ଜ୍ୟୋସ୍ନା ଜେନା । ଏହି ମହିଳା ଜଣକ ତାଙ୍କ ପରିବାରର ସବୁ କଥା ବୁଝିଥାନ୍ତି ।ତାଙ୍କ ସ୍ଵାମୀ ବିକଳାଙ୍ଗ ଅଟନ୍ତି । ଆଉ ତାଙ୍କ ଶାଶୁ ଶଶୁର ପକ୍ଷାଘାତ ରୋଗରେ ପୀଡ଼ିତ ଅଟନ୍ତି । ଏହି ମହିଳା ଜଣଙ୍କ ହିଁ ଘରର ସବୁ କଥା ବୁଝିଥାନ୍ତି ।
Special report
କିନ୍ତୁ ଭଗବାନ ଏଭଳି କରିବେ ବୋଲି କିଏ ଜାଣିଥିଲା । ସେହି ମହିଳା ଜଣକ ଲୁଗା ସଫା କରିବାକୁ ଯାଇଥିଲେ । ଆଉ ସେ ପାଣି ଭିତରେ ପଶିବା ପରେ ତାଙ୍କୁ ପାଣି ଭିତରେ ଥିବା କୁମ୍ଭୀର ଝାଂପି ନେଇଥିଲା । କୁମ୍ଭୀର ଆଗରୁ ପାଣି ଭିତରେ ଥିବା କଥା କେହି ଜାଣି ନଥିଲେ । ଆଉ ଏହି କୁମ୍ଭୀର ଆଜି ତାଙ୍କୁ ମାରି ଦେଇଛି ।
ଛିନ୍ ବିନ୍ କରି ଏହି ମହିଳା ଜଣଙ୍କୁ କୁମ୍ଭୀର ଖାଇ ଦେଇଛି । ଏବେ ତାଙ୍କର ଦୁଇ ପିଲା କିଭଳି ରହିବେ ଆଉ କିଭଳି ବଞ୍ଚିବେ ଏହି କଥା ଏବେ ଭାବୁଛନ୍ତି ଏହି ଦୁଇ ପିଲା । ଦୁଇ ପିଲା ସ୍କୁଲକୁ ଯାଇଥିଲେ । ଆଉ ସେଠାରେ ତାଙ୍କୁ ପ୍ରଧାନ ଶିକ୍ଷକ କହିଥିଲେ ତାଙ୍କ ମାଆଙ୍କୁ କୁମ୍ଭୀର ଖାଇ ଦେଇଛି ।
Special report
ଏହି କଥା ଶୁଣି ସେମାନେ ଘରକୁ ଆସିଥିଲେ ଆଉ ଏହି ବିଷୟରେ ଜାଣିଥିଲେ । ଏବେ ଏହି ଛୁଆ ଦୁଇଜଣ କଣ କରିବେ । ଯେଉଁ ମାଆ ତାଙ୍କର ସବୁ ଦାୟିତ୍ବ ନେଉଥିଲେ ସେ ଆଜି ଏହି ଦୁନିଆରେ ନାହାଁନ୍ତି । ଏବେ ତାଙ୍କୁ ମାର ସ୍ନେହ ମମତା ଆଉ କିଏ ଦେବ ।
ମାଆ ଆଉ କେବେବି ଫେରିବେନି ତାଙ୍କ ପାଖକୁ । ସେହି ଛୁଆ ଦୁଇଟି କାହାର କି କ୍ଷତି କରିଥିଲେ ତାଙ୍କ ସହିତ ଏଭଳି ଘଟିଲା । ତାଙ୍କ ବାପା ତାଙ୍କ କଥା ବୁଝନ୍ତି ନାହିଁ ।ଆଉ ବାପା ଥାଉ ଥାଉ ଆଜି ଅନାଥ ହୋଇ ଯାଇଛନ୍ତି ଏହି ଛୁଆ ଦୁଇଟି । ଏହି ପୁଅ ଆଉ ଝିଅ ଏବେ ମାଆକୁ ଝୁରି ଝୁରି କାନ୍ଦୁଛନ୍ତି ।
କଣ ବା କରିବେ ସେମାନେ ଏହି ଦୁଇଜଣ ପିଲା ଏବେ ଏକୁଟିଆ ହୋଇ ଯାଇଛନ୍ତି । ତାଙ୍କ କଥା ବୁଝିବା ପାଇଁ କେହି ନାହାନ୍ତି । ଏବେ ମନରେ ଅନେକ ପ୍ରଶ୍ନ ନେଇ ଏହି ଛୁଆ ଦୁଇଟି ବସିଛନ୍ତି । ଛୁଆ ଦୁଇଟି ଘରର ବାହାରେ ବସି ଏବେ କାନ୍ଦୁଛନ୍ତି ଆଉ ତାଙ୍କ କାନ୍ଦ ଦେଖି ଗାଁ ଲୋକ ବି କାନ୍ଦି ପକାଉଛନ୍ତି ।