Movie prime

ମଦପିଇ ରାସ୍ତାରେ ଗଡ଼ିଲେ ହାଇ ଡ୍ରାମା କଲେ ଦେଖନ୍ତୁ ଏହି ଯୁବତୀ କଣ କରୁଛନ୍ତି ରାସ୍ତା ଉପରେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜଧାନୀ ଭୁବନେଶ୍ୱରରେ ମଦ ପିଇ ଅଭାବନୀୟ କାଣ୍ଡ ଘଟାଇଛନ୍ତି ଜଣେ ଯୁବତୀ। ମଦ ନିଶାରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ହଙ୍ଗାମା କରିଥିଲେ। କେହି ଜଣେ ଏହାର ଭିଡିଓ ବନାଇଥିବା ବେଳେ ଏହା ବେଶ ଭାଇରାଲ ହୋଇଛି।
Special report
ମଦ ପିଇ ମାତାଲ ହେବା ପରେ ସ୍ଥାନ କାଳ ପାତ୍ର ଭୁଲି ଯାଇ ଯୁବତୀ ଜଣଙ୍କ ଗାଳି ଗୁଲଜ କରିବାରେ ବ୍ୟସ୍ତ। କାହାରିକୁ ବି ଛାଡିନଥିଲେ ଯୁବତୀ ଜଣଙ୍କ। ଯୁବତୀ ମଦ ପିଇ ମାତାଲ ହୋଇ ରାଜରାସ୍ତା ଉପରେ ହଙ୍ଗାମା କରିବାର ଦୃଶ୍ୟ ହେଉଛି ପଟିଆ ଛକ ନିକଟର।
ତେବେ ବନ୍ଧୁଗଣ ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ଯୁବତୀ ଜଣକ ଏଭଳି ଉନ୍ମକ୍ତ କାଣ୍ଡ ଭିଆଇଛନ୍ତି। ପ୍ରାୟ ୩ ରୁ ୪ ଘଣ୍ଟା ଧରି ରାସ୍ତା ଉପରେ ଯୁବତୀ ଜଣକ ଏଭଳି ନାଟକ କରିଥିଲେ। ଭୁବନେଶ୍ବର ଇନ୍ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣା ହୋଇଥିବା ସୂଚନା ମିଳିଛି।
Special report
ଅପରାହ୍ନରେ କଳାରାହାଙ୍ଗ କଟିଂ ଛକରେ ଥିବା ମଦ କାଉଣ୍ଟରକୁ ଆସି ବିୟର ମାଗିଥିଲେ ଜଣେ ଯୁବତୀ। ପ୍ରଥମେ ଗୋଟେ ପରେ ଦୁଇଟା ଏମିତି କରି ପାଖାପାଖି ୧୦ ଟି ବିୟର ପିଇବା ପରେ ଚାଲି ଯାଇଥିଲେ ନିୟନ୍ତ୍ରଣ ବାହାରକୁ। 
ଏହାପରେ ଆରମ୍ଭ ହୋଇଥିଲା ଯୁବତୀଙ୍କ କାଣ୍ଡ। ପ୍ରଥମେ ମଦ ଦୋକାନୀଙ୍କୁ ପରେ ବାଟ ଗଲା ଲୋକଙ୍କୁ ଗାଳି ଗୁଲଜ କରିଥିଲେ। ଏହାପରେ ଅଳିଆ ଗଦା ପାଖେ ବସିବା ସହ ଗାଡ଼ି ମଟର ଯିବା ଆସିବା କରୁଥିବା ରାସ୍ତା ଉପରେ ଶୋଇଥିଲେ।
Special report
ଅପରାହ୍ନରୁ ରାତି ଯାଏ ପାଖାପଖି ଚାରିଘଣ୍ଟା ଉତ୍ପାତ ମଚାଇଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାକୁ ଆଣିଥିଲେ। 
ନିଶା ଛାଡ଼ିବା ପରେ ଅଣ୍ଡରଟେକିଂ ଲେଖି ଛାଡ଼ି ଦେଇଥିବା ଜଣା ପଡିଛି। ତେବେ ନାଳରେ ପଡିଥିବା ନିଶାଗ୍ରସ୍ତ ଯୁବତୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଝଡ଼ ପରି ଭାଇରାଲ ହେଉଛି। ତେବେ ତଦନ୍ତର ଜଣା ପଡିଥିଲା ଯେ ସେ ଜଣେ ବିବାହିତା ମହିଳା ଏବଂ ତାଙ୍କର ଏକ ଝିଅ ଅଛି।
ସେ ଭୁବନେଶ୍ୱରରେ ରହି ଏକ ବେସରକାରୀ କମ୍ପାନୀରେ କାମ କରୁଛନ୍ତି। ହେଲେ ସେ ମହିଳା ଜଣକ କିଏ ଏବଂ କାହିଁକି ରାସ୍ତା ଉପରେ ବିୟର ବୋତଲ ଧରି ହଙ୍ଗାମା କରୁଥିଲେ ସେ ନେଇ କିଛି ଜଣା ପଡିନି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.