Movie prime

ଖରାପ ବ୍ୟବହାର ଦେଖାଇ ବଦଳି ହେଲେ ତଥାପି ବଦଳିଲାନି ମ୍ୟାଡାମଙ୍କ ବ୍ୟବହାର ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ଆପଣମାନେ ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଏହି ଖବର ଆସିଛି ଜଣେ ତହସିଲଦାରଙ୍କୁ ନେଇ । ସରକାରୀ ଚାକିରୀ କରୁଥିବା ଲୋକମାନେ ଭଲ ବ୍ୟବହାର କରିଥାନ୍ତି । ତାଙ୍କ ବ୍ୟବହାରରେ ଅନେକ ଲୋକ ପ୍ରଭାବିତ ମଧ୍ୟ ହୋଇଥାନ୍ତି । ତାଙ୍କର ଉଦାହରଣ ଅନେକ ଲୋକ ଦେଇଥାନ୍ତି । 
କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଜଣେ ସରକାରୀ ଚାକିରିଆଙ୍କ କଥା ଶୁଣିବେ ଯାହା ଶୁଣିଲେ ଆପଣ ବି ଭାବିବେ ଏଭଳି କଣ କୁହାଯାଏ । ଏହି ତହସିଲଦାର ମ୍ୟାଡାମ ଜଣକ ଏଭଳି ବ୍ୟବହାର କରିଛନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ ।
Special Report
ମଣିଷକୁ ମାଙ୍କଡ କୁକୁର ଭଳି ବ୍ୟବହାର କରୁଛନ୍ତି । ଏହି ତହସିଲଦାର ମ୍ୟାଡ଼ାମଙ୍କ ନାଁ ହେଉଛି ନିବେଦିତା ପରିଡ଼ା । ଏହି ତହସିଲଦାର ମ୍ୟାଡ଼ାମ ପୁଣି ବିବାଦକୁ ଆସିଛନ୍ତି । ସେ ପୂର୍ବରୁ ବିବାଦ ଘେରରେ ଥିଲେ ।
ଏବେ ଏହି ତହସିଲଦାର ମ୍ୟାଡ଼ାମଙ୍କ ନାଁରେ ପୁଣି ଅଭିଯୋଗ ଆସିଛି । ପୂର୍ବରୁ ଡେଲାଙ୍ଗର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରି ବିବାଦରେ ଥିଲେ ତହସିଲଦାର ମ୍ୟାଡ଼ାମ ନିବେଦିତା ପରିଡ଼ା । ସେ ନିଜର ପାୱାର ଆଉ ପୋଜିସନ୍ ଦେଖାଇ ଏଭଳି କାମ କରିଥିଲେ ।
Special Report
ଏହାପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ତହସିଲକୁ ବଦଳି କରାଯାଇଥିଲା । ବଦଳି ହେବାର ଦୁଇମାସ ନ ହେଉନୁ ପୁଣି ଏଭଳି କାମ କରିଛନ୍ତି ଏହି ମ୍ୟାଡାମ୍ ଜଣକ । ସେ ତାଙ୍କର ଦବଙ୍ଗ ଗିରି ଦେଖାଇଛନ୍ତି ।
ବୋଲଗଡ ସବ ରେଜିଷ୍ଟର କାର୍ଯ୍ୟାଳୟରେ ଜଣେ ଆଇନଜୀବିଙ୍କୁ ତହସିଲଦାର ମ୍ୟାଡ଼ାମ ନିବେଦିତା ପରିଡ଼ା ଦୁର୍ବ୍ୟବହାର କରିଛନ୍ତି । ଏହି ଆଇନଜୀବୀ ଜଣକ ହେଉଛନ୍ତି ପୁରୁଷୋତ୍ତମ ସୁବୁଦ୍ଧି । ତାଙ୍କୁ ଦୁର୍ବ୍ୟବହାର କରିଥିବାରୁ ଏହି ତହସିଲଦାର ମ୍ୟାଡ଼ାମଙ୍କ ନାଁରେ ଓକିଲ ସଂଘ ତରଫରୁ ଥାନାରେ ଅଭିଯୋଗ କରାଯାଇଛି ।
ପୁରୁଷୋତ୍ତମ ସୁବୁଦ୍ଧି ତହସିଲଦାର ମ୍ୟାଡ଼ାମଙ୍କ ପାଖକୁ ଏକ ନିଷ୍ପତିନାମା ନେଇ ଯାଇଥିଲେ । ଆଉ ସେଠାରେ ତାଙ୍କୁ ମ୍ୟାଡାମ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଆଉ ସମସ୍ତଙ୍କ ସାମ୍ନାରେ ଦୁର୍ବ୍ୟବହାର କରିଥିଲେ ସେଥିପାଇଁ ଓକିଲ ସଂଘ ବୋଲଗଡ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।