Movie prime

ଗାଡ଼ି ଚେନ ରେ ତିଆରି ୬ ଫୁଟ ଉଚ୍ଚତାର ମହାତ୍ମା ଗାନ୍ଧୀ ପ୍ରତିମା ଦେଖନ୍ତୁ କେମିତି ହେଲା ସଫଳ

 
Special Report
ବର୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ୱଏଷ୍ଟେଜ୍ ରୁ ଘର କରଣା ଜିନିଷ ତିଆରି କରାଯାଉଛି।
ଏହା ଶୁଣି ଆପଣମାନେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ।ଆପଣମାନେ ସମସ୍ତେ ଘରେ ଲିହା ବ୍ୟବହାର କରୁଥିବେ,ତାହା ସହିତ ଅନେକ ଜିନିଷ ବ୍ୟବହାର କରିଥାନ୍ତି ଯାହାକୁ ବ୍ୟବହାର କରିବା ପରେ ଫିଙ୍ଗି ଦେଇଥାନ୍ତି।
ମୁଖ୍ୟତଃ ଦେଖିବା ଗ୍ୟାରେଜ ମାନଙ୍କରେ ଗାଡ଼ି ରୁ ପାର୍ଟି ବାହାରିଥାଏ ତାହାକୁ ମଧ୍ୟ ଫିଙ୍ଗି ଦେଇଥାନ୍ତି। କିନ୍ତୁ ତାହା ଦ୍ଵାରା ମଧ୍ୟ ସୁସଜ୍ଜିତ ଘର କରଣା ଜିନିଷ ତିଆରି ହୋଇ ପାରୁଛି।
ଏହାକୁ ଆଇଟିଆଇ ବ୍ରହ୍ମପୁର ର ଛାତ୍ର ମାନେ ପ୍ରମାଣ କରି ଦେଖାଇଛନ୍ତି।ଭିଡିଓ ରେ ଅନେକ କିଛି ଘର କରଣା ଜିନିଷ ଦେଖିବାକୁ ମିଳିଛି।ଚେନ ଆଉ ଲୁହା ବ୍ୟବହାର କରି ଛାତ୍ର ମାନେ ମହାତ୍ମା ଗାନ୍ଧୀ ଙ୍କ ମୂର୍ତ୍ତି ତିଆରି କରିଛନ୍ତି।
କେବଳ ସେତିକି ନୁହେଁ ଗଣେଶ ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି।ଚେନ ରେ ଛୋଟ ଛୋଟ ବାଇକ୍ ଆଉ ଗାଡ଼ି ମଧ୍ୟ ତିଆରି କରିଛନ୍ତି।ଯାହାକି ଦେଖିବାକୁ ବହୁତ ସୁନ୍ଦର ଲାଗୁଛି।
ଜଣେ ଆଇଟିଆଇ ଛାତ୍ର କହିଛନ୍ତି ଯେ ତାଙ୍କର ମୂଳ ଲକ୍ଷ୍ୟ ହେଉଛି ଯେ ଯେଉଁ ଜିନିଷ ସବୁ ଖରାପ ହୋଇ ଯାଇଥିବ ତାହାକୁ ନେଇ ଏକ ମନୋଲୋଭା ମୂର୍ତ୍ତି ତିଆରି କରିଥାନ୍ତି।ଗାଡ଼ି ଚେନ ରେ ମହାତ୍ମା ଗାନ୍ଧୀ ଙ୍କ ମୂର୍ତ୍ତି ୬ ଫୁଟ ର ତିଆରି କରିଛନ୍ତି।
ସେହିଭଳି କମ୍ପ୍ୟୁଟର ର ମଦର ବୋର୍ଡ କୁ ନେଇ ମଧ୍ୟ ଅନେକ ଜିନିଷ ତିଆରି କରିଛନ୍ତି।ଏମିତି ତିଆରି କରିବା ପାଇଁ ତାଙ୍କୁ ଭଲ ଲାଗେ ବୋଲି ଛାତ୍ର ମାନେ କରୁଛନ୍ତି।ଯଦି ଲୋକ ମାନେ ଏହା ଦେଖି ନେବାକୁ ଚାହିଁବେ ତାହେଲେ କଲେଜ ର ପ୍ରିନ୍ସିପାଲ ଯାହା କହିବେ ସେ କରିବେ ବୋଲି କହିଛନ୍ତି।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଛାତ୍ର ମାନଙ୍କ ଏଭଳି କାର୍ଯ୍ୟ ଦେଖି ବହୁତ ଖୁସି ହୋଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.