Movie prime

ଗର୍ଭବତୀ ଥିଲେ ଯଦି ପେଟ ରେ ପିଲା କୁଆଡ଼େ ଗଲା ? ହେଲେ କରୁଥିଲେ ନାଟକ !!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାଆ ଗ-ର୍ଭରୁ ଛୁଆ ଗାଏବ ହେବା କିଛି ଏଭଳି ଅଭିଯୋଗ ନେଇ ମାଲକାନଗିରି ରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଥିଲା। ଏହି ଘଟଣା ଟି ଘଟି ଥିଲା ମାଲକାନଗିରି ଜିଲ୍ଳାର ମାତିଲି ସ୍ବାସ୍ଥ୍ୟ କେନ୍ଦ୍ର ରେ।
ଏକଥା ମହିଳା ଜଣକ ମଧ୍ୟ ଅଭିଯୋଗ ଆଣିଥିଲେ। ତେବେ ଏହି ଘଟଣା ମଧ୍ୟ କେତେଦୂର ସତ ସେହି ସମ୍ପର୍କ ରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଏହି ସମ୍ପର୍କ ରେ ମଧ୍ୟ କହିଛନ୍ତି,
ମାଲକାନଗିରି ର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ। ସେ କହିଛନ୍ତି କି ଏହି ଅଭିଯୋଗ ଟି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ସେ କହିଛନ୍ତି କି ଦୁଇ ବର୍ଷ ତଳେ ସେହି ମହିଳା ଜଣକ ଫ୍ୟାମିଲି ପ୍ଲାନିଙ୍ଗ ଅପରେସନ ହୋଇ ସାରିଛନ୍ତି।
ଏହାପରେ ଯେତେବେଳେ ତାଙ୍କର ଋ-ତୁ-ସ୍ରାବ ବନ୍ଦ ହୋଇଥିଲା ସେ ତାହାକୁ ସେ ଗ-ର୍ଭ-ବ-ତୀ ଅଛନ୍ତି ବୋଲି ଭାବି ନେଇଛନ୍ତି। ଏହାପରେ ଯେତେବେଳେ ତାଙ୍କର ଚେକ୍ ଅପ ହୋଇଥିଲା ତାହାପରେ ଜଣା ପଡ଼ିଥିଲା କି ତାଙ୍କର ଗ-ର୍ଭ ନାହିଁ।
ହେଲେ ମହିଳା ଜଣକ ଅଭିଯୋଗ କରିଛନ୍ତି କି ସେ ଆଠ ମାସ ର ଗ-ର୍ଭ-ବତୀ ଥିଲେ ଓ ଯେଉଁଭଳି ଭାବରେ ଗ-ର୍ଭ-ବତୀ ମହିଳା ମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ଦିଆ ଯାଇଥାଏ ସେଭଳି ତାଙ୍କୁ ମଧ୍ୟ ଦିଆ ଯାଇଥିଲା।
ହେଲେ ଡ଼ାକ୍ତର ଜଣକ କହିଛନ୍ତି କି ମହିଳା ଜଣକ ଗ-ର୍ଭ-ବ-ତୀ ନଥିଲେ ସେଥିପାଇଁ ତାଙ୍କ ପିଲା ଗାଏବ ହେବାର ପ୍ରଶ୍ନ ହିଁ ଉଠୁ ନାହିଁ। ଡ଼ାକ୍ତର ଏହା ମଧ୍ଯ କହିଛନ୍ତି ବୋଧ ହୁଏ ତାଙ୍କର କୌଣସି ପାରିବାରିକ ଅସୁବିଧା ଥିବ ସେଥିପାଇଁ ସେ ଏଭଳି ଅଭିନୟ କରିଛନ୍ତି।
ଆଉ ଯେଉଁ ଷ୍ଟାଫ୍ ମାନେ ଜାଣିଶୁଣି ଏଭଳି କାର୍ଯ୍ୟ କରିଛନ୍ତି ତାଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଡ଼ାକ୍ତର ଜଣକ ସୂଚନା ଦେଇଛନ୍ତି ।
ମହିଳା ଙ୍କ ଚିକିତ୍ସା ପରେ ତାଙ୍କୁ ତାଙ୍କ ଘରକୁ ମଧ୍ଯ ପଠା ଯାଇଛି। ଆଉ ମହିଳା ଜଣକ ଅଭିଯୋଗ କୁ ମିଛ ବୋଲି ମଧ୍ୟ ଦର୍ଶାଇ ଦିଆ ଯାଇଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.