Movie prime

ମୋ ସ୍ବାମୀ ର ଯୌନାଂଗ କାଟିଦେଲା, ମୋ ସଂସାର ଉଜୁଡି ଗଲା

 
Special report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସୁଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଖୁସିର ସଂସାରରେ ଦୁଃଖ ଆସି ଛିଡା ହୋଇଛି।ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ସ୍ଵାମୀ ଙ୍କ ଯୌ-ନା-ଙ୍ଗ କାଟି ଦେଇଛନ୍ତି ତାଙ୍କ ସାଙ୍ଗ।
କିନ୍ତୁ ମହିଳା ଜଣଙ୍କ ପୋଲିସ ଙ୍କ ପାଖରେ ଯେତେ ଗୁହାରି କରି କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି।ଖବର ମୁତାବକ ଫେସ୍ ବୁକ୍ ରୁ ସାଙ୍ଗ ହୋଇଥିଲେ ଏହାପରେ ଏଭଳି ଘଟଣା ଘଟିଥିଲା।
ଉଭୟ ଫେସ୍ ବୁକ୍ ରେ ସାଙ୍ଗ ହେବାପରେ ଦୁଇ ଜଣ ଯାକ ମିଶି କେନ୍ଦ୍ରାପଡ଼ା ପେଣ୍ଠ ବେଳାଭୂମି ବୁଲିବା ପାଇଁ ଯାଇଥିଲେ। ପୀଡିତ ଯୁବକଙ୍କ ନାମ ହେଉଛି ଭାଗବତ ଦାସ।
ହେଲେ ଅଭିଯୁକ୍ତ ଙ୍କ ନାମ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ଉଭୟ ଡକା ଡକି ହୋଇ ବେଳାଭୂମି ବୁଲିବା ପାଇଁ ଯାଇଥିଲେ।ହେଲେ ସେଠାରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା।
ଜାହାପରେ ଅଭିଯୁକ୍ତ ସାଙ୍ଗ ଏକ ମାରଣାସ୍ତ୍ର ଜରିଆ ରେ ଭାଗବତ ଦାସ ଙ୍କ ଯୌ-ନା-ଙ୍ଗ ଙ୍କୁ କାଟି ଦେଇଥିଲେ।ଯୌ-ନା-ଙ୍ଗ କୁ ବାରମ୍ବାର ଆକ୍ରମଣ କରିବାରେ ଲାଗିଥିଲା।ଯାହାଫଳରେ ସ୍ଥାନୀୟ ଲୋକମାନେ ସେଠାରେ ଭିଡ଼ ଜମାଇଥିଲେ।
ଏହାପରେ ଅଭିଯୁକ୍ତ ଜଣଙ୍କ ଭୟରେ ସେଠାରେ ଫେରାର ହୋଇ ଯାଇଥିଲା।ତେବେ ଗୁରୁତର ଅବସ୍ଥାରେ ଭାଗବତ ଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଚିକିତ୍ସା କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା।
ହେଲେ ଅବସ୍ଥା ନ ସୁଧୁରିବା ରି ଭାଗବତ ଙ୍କୁ କଟକ ଏସିବି ରେ ଭର୍ତ୍ତି କରା ଯାଇଥିଲା।କହାପରେ ଭାଗବତ ଙ୍କ ଯୌ-ନା-ଙ୍ଗ ଅପରେସନ କରି ଦିଆଯାଇଛି।ଏହି ଘଟଣା ଘଟିବା ପରେ ଭାଗବତ ଦାସ ଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ।
ଆକ୍ରମଣ କୁ ୨୪ ଘଣ୍ଟା ବିତିଯାଇଛି।ପୋଲିସ ପାଖରେ ଏତଲା ରୁଜ୍ଜୁ କରାଯାଇ ଥିଲେ ମଧ୍ୟ ହେଲେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଅଭିଯୁକ୍ତ ସାଙ୍ଗ କୁ ଗିରଫ କରାଯାଇ ନାହିଁ।