Movie prime

ଆଶ୍ଚର୍ଯ୍ୟ ମହିଳା ଙ୍କ କେଶ ରୁ ଝରୁଚି କ୍ଷୀର

 
Special report
ବର୍ତମାନ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହାକୁ ଆଖି ଉଠିବା ଦିନୁ ଦେଖି ନଥିବେ ଏଭଳି ଦୃଶ୍ୟ।ଜଣେ ମହିଳାଙ୍କ କେଶ ରୁ ଅନବରତ ଝରୁଛି କ୍ଷୀର।
ମହିଳା ଜଣଙ୍କ ଏହାକୁ ଆର୍ଶୀବାଦ ଭାବୁଥିବା ବେଳେ ବିଜ୍ଞାନ ଏହାକୁ ବିଶ୍ୱାସ କରୁନାହିଁ।କଥାଟି ଅଜବ ଲାଗିଥିଲେ ମଧ୍ୟ ବାସ୍ତବରେ ଏହା ସତ।ପଦ୍ମପୁର ଉପଖଣ୍ଡ ପଲସା ପାଲି ଗ୍ରାମରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି।
ଜଣେ ମହିଳାଙ୍କ କେଶ ରୁ ଝରୁଛି କ୍ଷୀର ପରିକା ଏକ ତରଳ ପଦାର୍ଥ। ପଲସା ପାଲି ଗ୍ରାମର ସନ୍ତୋଷ ସାହୁ ଙ୍କ ସ୍ତ୍ରୀ ସୁଭଦ୍ରା ସାହୁ ଙ୍କ କେଶ ରୁ କ୍ଷୀର ଝରୁଥିବା ସେ କହିଛନ୍ତି।
ତାଙ୍କ କହିବା ଅନୁସାରେ ସେ ମଙ୍ଗଳବାର ଦିନ ପୂଜା ପାଠ କରିବା ପାଇଁ ଗାଧୋଇ ଆସିବା ପରେ ତାଙ୍କୁ ଅନୁଭବ ହେଲା କି ତାଙ୍କ ମୁଣ୍ଡ ରୁ କିଛି ଝରୁଛି।ସୁଭଦ୍ରା ଏହା ଦେଖି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ।ପରେ ଧିରେ ଧିରେ ତାହା ବଢ଼ିବାକୁ ଲାଗିଲା।
ଆଉ ତାପରେ ଏହାକୁ ଏକ ତାଟିଆ ରେ ରଖିବା ଦ୍ଵାରା ତାହା କ୍ଷୀର ବୋଲି ସମସ୍ତେ ଜାଣିବାକୁ ପାଇଲେ।ଦୀର୍ଘ ବର୍ଷ ହେବ ଘରେ ଏକ ମନ୍ଦିର କରି ପୂଜା ପାଠ ସୁଭଦ୍ରା କରୁଥିଲେ।ତେବେ ଭଗବାନ ତାଙ୍କୁ ଏକ ବରଦାନ ଦେଇଛନ୍ତି ବୋଲି
ସେ ଏବଂ ତାଙ୍କ ପରିବାର ଲୋକେ ବିଶ୍ୱାସ କରୁଛନ୍ତି।ଏଭଳି ଏକ ଅଲୌକିକ ଘଟଣା ବିଷୟରେ ଗ୍ରାମ ଲୋକେ ବା ଆଖପାଖ ରେ ରହୁଥିବା ଲୋକେ ଖବର ପାଇବା ପରେ ସୁଭଦ୍ରା ଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ।
କିନ୍ତୁ ବିଜ୍ଞାନ ଏହାକୁ ବିଲକୁଲ ବିଶ୍ୱାସ କରୁ ନାହିଁ।ମହିଳାଙ୍କୁ ପରୀକ୍ଷା କରିବା ସହିତ ତାଙ୍କ କେଶ କୁ ମଧ୍ୟ ପରୀକ୍ଷା କରିଲେ ସତ୍ୟାସତ୍ୟ ଜଣାପଡିବା ବୋଲି ଜଣେ ବରିଷ୍ଠ ଚିକିତ୍ସକ ମତ ପ୍ରକାଶ କରିଛନ୍ତି।
କିନ୍ତୁ ଏହି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.