Movie prime

୨୦୨୪ ରେ ମୁଁ ବି ଓଲ୍ହେଇବି ନିର୍ବାଚନ ମଇଦାନ କୁ.. ସାଂସଦ ପାଇଁ ଲଢ଼ିବେ ଅର୍ଚ୍ଚନା

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଦୀର୍ଘ ଦୁଇ ବର୍ଷ ଧରି ଜେଲ ରେ ରହିଥିଲେ।ଏହା ର କାରଣ ହେଉଛି ସେ ଅନେକ ପୁରୁଷ ଙ୍କୁ ନିଜ ଜାଲ ରେ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟ କରୁଥିଲେ।ହେଲେ ପରେ ସମସ୍ତଙ୍କ ପାଖରେ ସେ ଧରା ପଡ଼ି ଯାଇଥିଲେ।
Special Report
ତାଙ୍କୁ ଜେଲ ରେ ରଖା ଯାଇ ଥିଲା।ଏବେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।ନିକଟ ରେ ସେ ତାଙ୍କ ଲ ପରୀକ୍ଷା ଦେବା ପାଇଁ ଜେଲ ରୁ କିଛି ଦିନ ପାଇଁ ବେଲ ରେ ଆସି ଥିଲେ।ଏହି ସମୟ ରେ ତାଙ୍କ ବେଶଭୂଷା କୁ ଦେଖି କେହି ହେଲେ ବି କହିବେନି ସେ ଜେଲ ରେ ଥିଲେ।
ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କାଲି ନୂତନ ବର୍ଷ ରହିଥିଲା।ସେ କାଲି ଓଡ଼ିଶା ର ବିଭିନ୍ନ ମନ୍ଦିର କୁ ବୁଲିବା ପାଇଁ ଯାଇ ଥିଲେ।ତାଙ୍କ ପରିବାର ସହିତ ସେ ରହି ବହୁତ ଖୁସି ଥିଲେ।ହେଲେ ସେହି ସମୟ ରେ ସେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ନିଜ ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି କି
ମୁଁ ଲୋକ ଙ୍କ ପାଇଁ କାମ କରିବା ପାଇଁ ଚାହୁଁଛି।ଲୋକ ମାନେ ଯଦି ମୋତେ ସୁଯୋଗ ଦିଅନ୍ତି।ତେବେ ମୁଁ ନିଶ୍ଚିତ ରୂପେ କାମ କରିବି।ଯଦି କଂଗ୍ରେସ ଦଳ ମୋତେ ଏମ୍ ପି ରୂପେ ଚୟନ କରନ୍ତି ତେବେ ମୁଁ ଖୁସୀ ରେ ଗ୍ରହଣ କରିବି।
Special Report
ସବୁଠାରୁ ବଡ ଅଦାଲତ ହେଉଚି ଭଗବାନ ଙ୍କ ଅଦାଲତ।ଦୀର୍ଘ ଦୁଇ ବର୍ଷ ଧରି ମୁଁ ଜେଲ ରେ ରହି ଥିଲି।ମୁଁ ସେହି ସମୟ ରେ ନ୍ୟାୟ ପାଇଁ ଲଢି ଥିଲି।ବହୁତ କଷ୍ଟ ରେ ମୋତେ ନ୍ୟାୟ ମିଳିଚି।ମୁ ଏଥିପାଇଁ ବହୁତ କଷ୍ଟ କରିଛି।
ମୋର କିଛି ବି ଭୁଲ ନାହିଁ।ମୋ ଭଗବାନ ମୋତେ ଜାଣିଛନ୍ତି ମୁଁ କଣ କରିଛି।ଯେଉଁ ମାନେ ମୋ ନାମ ରେ ଏତେ ବଡ କେସ କଲେ।ତାଙ୍କୁ ମଧ୍ୟ ଦିନେ ନା ଦିନେ ଦଣ୍ଡ ମିଳିବ।ଏଥିରେ ସନ୍ଦେହ ନାହିଁ।ଆଜି ମୁଁ ବହୁତ ଖୁସି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଚନ୍ଦ୍ର ଙ୍କ ଦର୍ଶନ କରି ଆମେ ଫେରିଚୁ।
ମୋ ପରିବାର ମୋ ସହିତ ସବୁବେଳେ ରହୁଛନ୍ତି।ମୁଁ ଯଦି ଆଗକୁ ରାଜନୀତି ରେ ଯୋଗ ଦିଏ ତେବେ ମୋ ପରିବାର ମୋତେ ସମର୍ଥନ କରିବେ ।ଏଥିରେ ସନ୍ଦେହ ନାହିଁ।ଅନେକ ମୋ ନାମ ରେ ମିଛ ଅଭିଯୋଗ କରିଛନ୍ତି।
ସମୟ ଆସିଲେ ସେମାନଙ୍କ ସତ ଧରା ପଡ଼ିବ ବୋଲି ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ତାଙ୍କର ଏହି କଥା କୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।