Movie prime

ପ୍ରେସ ମିଟ ରେ ସୁର ଙ୍କ ଅନୁପସ୍ଥିତି ରେ କାନ୍ଦିଲେ ମନ୍ମଥ..ସୁର ବି କହିଲେ, ଯେତେ କାନ୍ଦିଲେ କଣ ହେବ.. ଦୁଃଖ ଦେଇ ଦେଲୁ

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ। ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି।
କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସେ। 
Gg
ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ।
ଏହାପୂର୍ବରୁ ଶଙ୍ଖ ଭବନରେ ପହଞ୍ଚି ମନ୍ମଥ କହିଥିଲେ, ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ। ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି। ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଛି। ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି। 
ନିର୍ବାଚନ ଲଢ଼ିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବ। ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି। ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେବାକୁ ନେଇ ସୁର କହିଛନ୍ତି, ଯେତେ ଚେଷ୍ଟା କଲି ପାରିଲିନି, ଅଭିମାନ କଲା। ସେଥି ପାଇଁ ଛାଡିଦେଲି ବିଜେଡିରେ ମିଶିବା ପାଇଁ।
Gy
ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ। ମନ୍ମଥଙ୍କୁ ସହଯୋଗ କରିବି କିନ୍ତୁ ପ୍ରଚାର କରିବାକୁ ଯିବିନି। ବିଜେଡି ମୋ ପୁଅକୁ ନେଇଛି, ଆଶା ସେମାନେ ଉପଯୁକ୍ତ ସମ୍ନାନ ଦେବେ କହିଛନ୍ତି ସୁର ରାଉତରାୟ। 
ଏବଂ ସୁର ରାଉତରାୟ କହିଛନ୍ତି ମୋର 2 ପୁଅ ଦେଶବିଦେଶ ବୁଲିଛନ୍ତି। ତାଙ୍କ ପାଖରେ ଯେଉଁ ସବୁ ଏକ୍ସପେରିଏନ୍ସ ଅଛି। ସେ ସେହି ସବୁ ଦ୍ଵାରା ଓଡିଶାର ଲୋକଙ୍କ ଓଡିଶାର ଜନସାଧାରଣଙ୍କ ସେବା ପାଇଁ ବହୁତ ଭଲ ଭଲ କାମ କରିବେ।
ହେଲେ ମୋର ଇଛା ଥିଲା। ଯେ ମୋର ପୁଅ ମାନେ କଙ୍ଗ୍ରେଶରେ ରହି ଲୋକଙ୍କର ସେବା କରନ୍ତୁ। ହେଲେ ମୋର ସାନ ପୁଅ ମନ୍ମଥ ବିଜେଡିରେ ସାମିଲ ହେବା ପାଇଁ ମନଯୋଗ ଦେଲା। ତେଣୁ ତା’ ଇଛା ତା’ ର ଯାହା ଖୁସି ସେ ସେଇଆ କରୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.