Movie prime

ବିଜେଡ଼ି ରେ ମିଶିଗଲେ ମନ୍ମଥ..ସୁର କହିଲେ, ୫୦ ବର୍ଷ ର ଇଜ୍ଜତ୍ ମୋର ଗଲା

 
Gy
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବିଜେଡି ରେ ସୁର ରାଉତ୍ ରାୟ ଙ୍କ ସାନ ପୁଅ ମନ୍ମଥ ମିଶିବା ପରେ ବଡ଼ ହଲଚଲ।ଉଭୟ କଂଗ୍ରେସ ଓ ବିଜେଡି ର କମ୍ପନ।
ମିଶ୍ରଣ ପର୍ବ ରେ ନଥିଲେ ଭୁବନେଶ୍ୱର ର କୌଣସି ବିଜେଡି ବିଧାୟକ।ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ଶ୍ରିମୟୀ ମିଶ୍ର ଅନୁପସ୍ଥିତ। ଟିକେଟ ଦେବାକୁ କହି ମହିଳାଙ୍କୁ ଦୂରେଇ ଦେବା କହି ପେଞ୍ଚ ମାରିଲେ ଅପରାଜିତା। 
Tt
ସୁର ରାଉତ୍ ରାୟ ଙ୍କ ଘରେ ବି ତେଜିଲା ରାଜନୀତି। କଂଗ୍ରେସ୍ ରୁ ସମସ୍ତ ପଦପଦବୀ ଛାଡ଼ିଲେ ସୁର।କଂଗ୍ରେସ୍ ନେତା ସୁର ରାଉତ୍ ରାୟ ଙ୍କ ସାନ ପୁଅ ମନ୍ମଥ ରାଉତ୍ ରାୟ ଶଙ୍ଖ ଫୁଙ୍କିବା ପରେ ତାଙ୍କୁ ପାଛୋଟି ନେଉଛନ୍ତି ଭୁବନେଶ୍ୱର ର ଦୁଇ ଜଣ ଯୁବ ନେତା।
ଉଭୟ ଭୁବନେଶ୍ୱର ରୁ ଟିକେଟ ଆଶାୟୀ ମଧ୍ୟ ରହିଥିଲେ।ଏବେ ଏହାକୁ ନେଇ ଚର୍ଚ୍ଚା ରେ ଭୁବନେଶ୍ବର ରାଜନୀତି।ମନ୍ମଥ ଙ୍କୁ ଭୁବନେଶ୍ୱର ଲୋକସଭା କ୍ଷେତ୍ର ରୁ ମିଳିଛି ବିଜେଡି ଟିକେଟ।
Yy
ଏବେ ପ୍ରଶ୍ନ ଯେ କାହିଁକି ମିଶ୍ରଣ ପର୍ବ ରେ ନଥିଲେ ଭୁବନେଶ୍ୱର ର କୌଣସି ବିଜେଡି ବିଧାୟକ।ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ୍, ଏକାମ୍ର ବିଧାୟକ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା କେହି ଆସି ନଥିଲେ କାହିଁକି ତାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ଏପରିକି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ର ବିଜେଡି ପର୍ଯ୍ୟବେକ୍ଷକ ଶ୍ରିମୟୀ ମିଶ୍ର ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା।ଲୋକସଭା ଲଢ଼ିବାକୁ ପୁରାତନ ଦେଖାଇ ଥିଲେ।ଏପରିକି ଗଳିକନ୍ଦି ବୁଲିବା ବି ଆରମ୍ଭ କରିଥିଲେ।ହେଲେ ଶେଷ ମୁହୂର୍ତ୍ତ ରେ ଦଳ ଏଡାଇ ଦେଲା।
ଯାହାକି ନେଇ ତାତ୍ସଲ୍ୟ କରିଛନ୍ତି ଅପରାଜିତ।ଅପରାଜିତ ଷଡ଼ଙ୍ଗୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ବିଜୁ ଜନତା ପାର୍ଟି କାହାକୁ ପ୍ରାର୍ଥୀ କରୁଛନ୍ତି ଏଇଟା ତାଙ୍କର ନିଜର ବିଶୟ।ଏହା ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।