Movie prime

ମନୋଜ ମିଶ୍ରଙ୍କ ବିବାଦରେ ସବୁ ପୋଲ ଖୋଲିଦେଲେ ସ୍ତ୍ରୀ ଦେଖନ୍ତୁ କଣ କହିଲେ କ୍ୟାମେରା ସାମ୍ନାରେ - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ସମଗ୍ର ଅଲିଉଡ଼ ଇଣ୍ଡଷ୍ଟ୍ରିରେ ବିବାଦ ଲାଗି ରହିଛି। ଆଉ ଯାହାକୁ ନେଇ ବିଭିନ୍ନ ଅଭିନେତା, ନିର୍ଦେଶକ ଏବଂ ପ୍ରଯୋଜକଙ୍କ ମଧ୍ୟରେ ମତ ପ୍ରାୟ ଦେଖିବାକୁ ମିଳୁଛି।
Special report
ତେବେ ସବୁ ମାମଲା ମନୋଜ ମିଶ୍ର ଏବଂ ଟୁଟୁ ନାୟକଙ୍କ ମଧ୍ୟରେ ହୋଇଥିଲେ ମଧ୍ୟ ବର୍ତ୍ତମାନ କିନ୍ତୁ ଏହି ବିବାଦ ବଢ଼ିବାର କାରଣ ଅନ୍ୟ କିଛି ରହିଛି। ତେବେ ବନ୍ଧୁଗଣ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ କରାଯାଇ ଥିବା ନେଇ ଖବର ଆସିବା ପର ଠାରୁ ଆରମ୍ଭ ହୋଇ ଯାଇଛି ବିବାଦ। 
ଏଥିରେ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ମଧ୍ୟ ମନ୍ତବ୍ୟ ଦେବା ଆରମ୍ଭକରି ଦେଲେଣି। ଏବେ କିନ୍ତୁ ସ୍ୱାମୀ ତଥା ଅଭିନେତା ମନୋଜ ମିଶ୍ରଙ୍କ ପାଇଁ ମୁହଁ ଖୋଲିଛନ୍ତି ପତ୍ନୀ ମାନା ମିଶ୍ର। ହେଲେ ଆମେ କହି ରଖୁଛୁ ଯେ ମନୋଜ ମିଶ୍ର ଏବଂ ମାନା ମିଶ୍ର ଭିତରେ ଦୀର୍ଘ ଦିନରୁ ଛାଡପତ୍ର ହୋଇ ସାରିଛି।
Special report
ସ୍ୱାମୀସ୍ତ୍ରୀର ସର୍ମ୍ପକ ଭାଙ୍ଗି ଯାଇଥିଲେ ସୁଧା ପୂର୍ବତନ ସ୍ୱାମୀଙ୍କୁ ସତମାର୍ଗ ଦେଖାଇବାକୁ ବାହାରି ଆସିଛନ୍ତି ମାନା ମିଶ୍ର। ବନ୍ଧୁଗଣ ମନୋଜ ଏବଂ ତାଙ୍କ ସ୍ତ୍ରୀ ମାନା ମିଶ୍ର ଗତ ଦୀର୍ଘ ବର୍ଷ ହେବ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି। 
ମାତ୍ର ଉଭୟେ ଆଜିବି ଭଲ ବନ୍ଧୁ ଭାବରେ ବଞ୍ଚୁଛନ୍ତି। ଆଉ ମନୋଜଙ୍କର ଖରାପ ସମୟରେ ସ୍ତ୍ରୀ ମାନା ତାଙ୍କ ସାଥିରେ ଏବଂ ସପକ୍ଷରେ ଥିବା ସମ୍ପୂର୍ଣ୍ଣ ଦେଖିବାକୁ ମିଳିଛି। ତେବେ ମାନା ମିଶ୍ର କହିଛନ୍ତି ଯେ ” ମନୋଜ ଆଉ ଏସବୁ ବିଷୟରେ ଅଧିକ ସମାଲୋଚନା ନକରି ଯେଉଁ ପ୍ରଯୋଜକ ଏବଂ
Special report
ଲୋକଙ୍କ ସହିତ ମିଶି ଇଣ୍ଡଷ୍ଟ୍ରିରେ ଏତେ ବାଟ ଚାଲି ଆସିଛନ୍ତି ସେମାନଙ୍କ ସହିତ ମିଶି ପୁଣିଥରେ ଏକ ନୂଆ ଆରମ୍ଭ କରନ୍ତୁ ବୋଲି। କାରଣ ସେହି ପ୍ରଯୋଜକଙ୍କ କାମ ପାଇଁ ହିଁ ମନୋଜ ଆଜି ଏତେ ଲୋକପ୍ରିୟ। 
ଏବଂ ତାଙ୍କୁ ଓଡ଼ିଶାର ସବୁ ଲୋକ ଜାଣିଛନ୍ତି। ପୁଣି ଜୀବନ ଏହିଠାରେ ଶେଷ ହୋଇଯାଇ ନାହିଁ। ତେଣୁ ମାନା ମିଶ୍ର ମନୋଜ ମିଶ୍ରଙ୍କୁ ଏବେ ଠାରୁ ଚିନ୍ତିତ ନହୋଇ ପୁଣିଥରେ କାମ କରିବାକୁ କହିଛନ୍ତି।
ସେ ମନୋଜ ମିଶ୍ରଙ୍କୁ ଟୁଟୁ ନାୟକଙ୍କ ସହିତ କଥା ହେବା ସହିତ ସମସ୍ତଙ୍କ ସହିତ ମିଶିବାକୁ ମଧ୍ୟ କହିଛନ୍ତି। ସମ୍ପର୍କ ଭାଙ୍ଗି ଯାଇଛି ସତ କିନ୍ତୁ ସେ ମନୋଜ ମିଶ୍ରଙ୍କୁ ତାଙ୍କୁ ବ୍ୟାନ କରିଥିବା ଟୁଟୁ ନାୟକଙ୍କ ସହିତ ରାଗ ନରଖି କଥା ହେବାକୁ କହିଛନ୍ତି ଏବଂ ମିଶି ଯିବାକୁ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.