Movie prime

ଜେଲ୍ ଭିତରୁ ନିଜ ସହକର୍ମୀ ଙ୍କୁ ହୋଲି ଶୁଭେଚ୍ଛା ଜଣାଇଲା ଗୋପାଳ, କହିଲା ମୋ ଦେହ ରେ ବି ରଙ୍ଗ ଲଗାଇ ଦିଅ

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ଗୁଳି କରି ହ-ତ୍ୟା କରିଥିବା ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ ଜେଲ ଭିତରୁ ହୋଲି ର ଶୁଭେଚ୍ଛା ଜଣାଇଛନ୍ତି।
ନେତା ଆଉ ମନ୍ତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଲେ ଆଉ ସାବଧାନ ରହିବାକୁ କହିଛନ୍ତି।ରଙ୍ଗ ବଦଳାଉ ଥିବା ନେତା ମାନଙ୍କୁ ଗୋପାଳ କହିଛନ୍ତି ଯେ ସମସ୍ତେ ହେଉଛନ୍ତି ବହୁରୂପୀ ଏଣ୍ଡୁଅ।
ଯେତେ ଖେଳିବା କଥା ଖେଳନ୍ତୁ, ଯେତେବେଳେ ଜେଲ ରୁ ବାହାରିବେ ଗୋପାଳ ଖେଳିବେ ବୋଲି କହିଛନ୍ତି।ଗୋପାଳ ଓଡିଶାବାସୀ ଙ୍କୁ ମଥା ନୁଆଇଁ ପ୍ରଣାମ କରିଛନ୍ତି।
ଏବଂ ପୋଲିସ ଭାଇ ମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି।ହୋଲି ଉପଲକ୍ଷେ ନେତା ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଥିଲେ।ଯେଉଁ ନେତା ମାନେ ଘଡି କୁ ଘଡି ରୂପ ବଦଳାଇଥାନ୍ତି।
Special Report
ଯେଉଁ ମନ୍ତ୍ରୀ ମାନେ ରଙ୍ଗ ବଦଳାନ୍ତି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଲୋକ ମାନଙ୍କ ପାଇଁ ସିନା ବର୍ଷକ ରେ ଥରେ ହୋଲି ହେଲେ ନେତା ମନ୍ତ୍ରୀ ମାନଙ୍କ ପାଇଁ ସବୁବେଳେ ହୋଲି।ଅନେକ କଥା କହି ଲୋକ ମାନଙ୍କୁ ଭୋଟ ମାଗୁଛନ୍ତି ଆଉ ତାପରେ ସେ କଥାକୁ ଭୁଲି ଯାଉଛନ୍ତି।
ଗୋଟିଏ ପ୍ରତିଶ୍ରୁତି ଦେଇ ଆଉ ଗୋଟିଏ କାମ କରୁଛନ୍ତି।ସବୁ ଜିନିଷ ଦେବାକୁ କେହି କ୍ଷମତା ହାସଲ କରୁଛନ୍ତି।କ୍ଷମତା ପାଇଗଲା ପରେ ଲୋକ ମାନଙ୍କ ଠାରୁ ଲୁଟି ନେଉଛନ୍ତି।
ଲୋକ ମାନଙ୍କୁ ନୂଆ ନୂଆ ସ୍ବପ୍ନ ଦେଖାଇ ଆଶା ଦେଇଥାନ୍ତି।ଆଉ ନିଜ ସ୍ବାର୍ଥ ହାସଲ କରିବା ପରେ ଲୋକ ମାନଙ୍କୁ ଠକି ଦେଉଛନ୍ତି।ଗୋଟିଏ ଦଳରେ ଥାଇ ମଧ୍ୟ ଆଉ ଗୋଟିଏ ଦଳରେ ସାମିଲ ହୋଇ ଯାଉଛନ୍ତି।
ନିଜର ସ୍ବାର୍ଥ ପାଇଁ ନେତା ଆଉ ମନ୍ତ୍ରୀ ମାନେ ବଦଳି ଚାଲିଛନ୍ତି।ଗୋପାଳ ନେତା ମନ୍ତ୍ରୀ ଙ୍କୁ ମନ ଭରି ବର୍ତମାନ ହୋଲି ଖେଳିବା ପାଇଁ କହିଛନ୍ତି।ଯେତେବେଳେ ସେ ଜେଲ ରୁ ବାହାରିବେ ସେତେବେଳେ କେବଳ ସେ ହିଁ ଖେଳିବେ।
ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.