Movie prime

ଭେଣ୍ଡିଆ ପୁଅ କୁ କିଏ ମାରିଦେଲା, ୧୧ KV ଲାଇନ୍ ଲଗେଇ ଦେଇ କିଏ ମାରିଦେଲା ରେ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଇଲେକ୍ଟ୍ରି ଖୁଣ୍ଟି ରେ ପୁଅ ଜଳି ଯାଉଥିବା ବେଳେ ତଳେ ମୁଣ୍ଡ ପିଟି ପିଟି ପରିବାର ଲୋକେ କାନ୍ଦୁ ଥିବାର ଦୃଶ୍ୟ ଏବେ ସାମ୍ନା କୁ ଆସିଛି।୪୦ ଫୁଟ ଉପରେ ହିଁ ପୁଅର ମର ଶରୀର ଝୁଲି ରହିଛି।
Special report
ଗୋଟେ ଅସାବଧାନତା ଯେ କେତେ ବଡ଼ ଭୟଙ୍କର ବିପଦ ଆଣି ପାରେ ତାହା ଏହି ଖୁଣ୍ଟି ଦେଖିବା ମାତ୍ରେ ହିଁ ସ୍ପଷ୍ଟ ଭାବରେ ଜଣା ପଡ଼ିଛି। ଏଥିରୁ ଆପଣ ମାନେ ବୁଝି ପାରୁ ଥିବେ ଏହି ଘଟଣା କେତେ ହୃଦୟ ବିଦାରକ ହୋଇଥିବ।
ଇଲେକ୍ଟ୍ରି ପୋଲ ଉପରେ ଚଢ଼ି ମରାମତି କରୁଥିବା ସମୟରେ ହଠାତ୍ ସେହି ପୋଲ ଟି ଚାର୍ଜ ହୋଇ ଯାଇଥିଲା। ଏହାପରେ ସେହି ପୋଲ ଉପରେ ହିଁ ଇଲେକ୍ଟ୍ରିଶିଆନ ଙ୍କ ଜୀବନ ଚାଲି ଯାଇଛି।
ତେବେ ଏହି ଘଟଣାରେ ଜାଣି ଶୁଣି ଲାଇନ ଚାର୍ଜ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହି ଘଟଣା ହେଉଛି ରାୟଗଡ଼ା ଜିଲ୍ଲା,କାଶିପୁର ବ୍ଲକ , ତୁଟିବର ଗ୍ରାମର। ମୃ-ତ-କ ହେଉଛନ୍ତି ସର୍ଗେଗୁଡ଼ା ଗ୍ରାମର ଜ୍ୟୋତିରାମ ମାଝୀ।
Special report
ଖବର ମିଳିଛି କି 11 କେଭି ଲାଇନ ସଜାଡ଼ିବା ପାଇଁ ଜ୍ୟୋତିରାମ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଥିଲେ। ଠିକ୍ ଏତିକି ବେଳେ ହିଁ ଲାଇନ ଚାର୍ଜ ହୋଇ ଯାଇଥିଲା। ଏହି ବିଦ୍ୟୁତ୍ ଖୁଣ୍ଟ ଉପରେ ହିଁ ଜ୍ୟୋତି ରଞ୍ଜନ ଙ୍କ ମୃ-ତ୍ୟୁ ହୋଇଥିଲା।
ଏହି ଲାଇନ କୁ ସଜାଡ଼ିବା ପାଇଁ ନିର୍ଦ୍ଧିଷ୍ଟ ସତର୍କ ମୂଳକ ପଦକ୍ଷେପ ନିଆ ଯାଇଥାଏ। ତାହା ଏଠାରେ ପାଳନ ହୋଇଛି ନା ନାହିଁ ତାହା ତଦନ୍ତ ସାପେକ୍ଷ ଅଟେ। କୁହା ଯାଇଛି କି ଖୁଣ୍ଟ ରେ ମରାମତି କାମ ସରିବା ପରେ,
ଇଲେକ୍ଟ୍ରିଶିଆନ ଙ୍କୁ ଚାର୍ଜ କରିବାକୁ କୁହା ଯାଇଥାଏ। ହେଲେ ଇଲେକ୍ଟ୍ରିଶିଆନ ଉପରେ ଥାଇ ଲାଇନ୍ ଚାର୍ଜ ପାଇଁ ନ କହିବା ବେଳେ କିଏ ଲାଇନ ଚାର୍ଜ କଲା ତାହାର ତଦନ୍ତ କରାଯାଇ ତାହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଏନେଇ ପରିବାର ବର୍ଗ ଟିକିରି ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ କିନ୍ତୁ ବିଦ୍ୟୁତ ବିଭାଗରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।