Movie prime

ଓଡ଼ିଶା ମାଟିର ଯୋଗ୍ୟ ସନ୍ତାନ, ଶୀତ କାକର ରେ ମା କୁ ରାସ୍ତା ରେ ଫିଙ୍ଗି ଦେଇ ଘରେ ଆରାମ ରେ ଶୋଉଚି ପୁଅ...

 
Special Report
ନମସ୍କାର ପାଠକ ବନ୍ଧୁ।ପୁଅ ବୋହୁ ଥାଉ ଥାଉ ମା ର ଜୀବନ କଟିଲା ଜରି ପାଲ ତଳେ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ର ସଦର ଥାନା ଅଞ୍ଚଳ ରେ ନେଲୁମତୋଟା ନାମକ ଗାଁ ରେ।ଏଠାରେ ଜଣେ ବୃଦ୍ଧା କୁ ତାର ପୁଅ ବୋହୂ ଘରୁ ବାହାର କରି ଦେଇଛନ୍ତି।
Special Report
ମା ନିଜ ପିଲା ର ଉନ୍ନତି କଥା ସବୁବେଳେ ଚିନ୍ତା କରି ଥାଏ।ପିଲା ଟି ବେଳୁ ତାର ଅଳୀ ଅର୍ଧଳି କୁ ସହି ନିଜେ କଷ୍ଟ କରି ତାକୁ ଖାଇବାକୁ ଦିଏ।ହେଲେ ସେ ବଡ ହେବା ପରେ ସବୁ କିଛି ଭୁଲି ଯାଏ।
ନିଜ ସ୍ତ୍ରୀ କଥା ରେ ପଡ଼ି ନିଜ ମା କୁ ଘରୁ ବାହାର କରି ଦଉଚି।ଏମିତି ଏକ ଘଟଣା ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ।ବୃଦ୍ଧା ଜଣ କୁ ତାର ପୁଅ ବୋହୂ ଘରୁ ବାହାର କରି ଦେଇଛନ୍ତି।
ଗାଁ ର କିଛି ଯୁବକ ମାନେ ପାଲ ପକାଇ ତା ପାଇଁ ଘର କରି ଦେଇଛନ୍ତି।ସେଠାରେ ବୁଢ଼ୀ ଲୋକ ଟି ସବୁଦିନ ରହି ଥାଏ।ଖାଦ୍ୟ ପାଇବା ଆଶା ରେ ଦ୍ଵାର କୁ ଦ୍ଵାର ଘୁରି ବୁଲୁଛି।ଯାହା କିଛି ଖାଦ୍ୟ ଆକାର ରେ ପାଉଛି ସେଥିରେ ସେ ଚଳି ଯାଉଛି।
Special Report
ସରକାରୀ ସହାୟତା ତାକୁ ମିଳି ପାରି ନାହିଁ।ଯେଉଁ ଦିନ ବର୍ଷା ହୁଏ ଗାଁ ର ଲୋକ ମାନେ ତାକୁ ଆଣି ଖାଦ୍ୟ ଦେଇ ଯାଆନ୍ତି।ବୟସ ବଢ଼ୁ ଥିବାରୁ ତା ପାଇଁ ଦିନ କୁ ଦିନ ସମସ୍ୟା ବଢି ଚାଲୁଛି।ଗାଁ ର ଯୁବକ ମାନେ ତାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଓ ଚାଉଳ ର ବ୍ୟବସ୍ଥା କରାଇ ଛନ୍ତି।
ବୁଢ଼ୀ ର ପୁଅ ଥାଉ ଥାଉ ବୁଢ଼ୀ ଟି ଆଜି ଏକୁଟିଆ ହୋଇ ରହି ଯାଇଚି।କେହି ତାର ସାହା ଭରଷା ନାହାନ୍ତି।ଭାଗ୍ୟ କୁ ଆଦରି ଜରି ପାଲ ତଳେ ପଡି ରହିଛି।ଏ ଦୁଃଖ କୁ ଯେ କେହି ବି ଦେଖିଚି ଆଖିରୁ ଲୁହ ଚାଲି ଆସିଛି।
ସ୍ଵାମୀ ଙ୍କ ମୃ-ତ୍ୟୁ ପରେ ଯେମିତି ତା ଜୀବନ ରେ ସବୁକିଛି ଶେଷ ହୋଇ ଯାଇଛି।ପୁଅ ତାର ସ୍ତ୍ରୀ କଥା ରେ ପଡ଼ି ଘରୁ ବାହାର କରି ଦେଇଛି।ଏ ବୁଢ଼ୀ ବୟସ ରେ ସେ ଯିବ କୁଆଡେ।
ଶେଷ ରେ ଗାଁ ମୁଣ୍ଡ ରେ ଥିବା ପାଲ ଘରେ ପଡ଼ି ରହିଛି।ସେ ସରକାର ସହାୟତା ପାଇବା ପାଇଁ ଏବେ ନିବେଦନ କରିଚି।ଦେଖିବାକୁ ବାକି ରହିଲା କେବେ ତାକୁ ସବୁ ସାହାର୍ଯ୍ୟ ମିଳୁଚି।