Movie prime

MCA ପାଠ ସାରି କଣ୍ଡକ୍ଟର ସାଜିଲେ ମିନୁ ଦେଖନ୍ତୁ ସାରା ଦେଶପାଇଁ ସାଜିଲେ ଉଦାହରଣ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ହିମାଚଳ ପ୍ରଦେଶର ମଣ୍ଡି ସହରର ବାସିନ୍ଦା ହେଉଛନ୍ତି ମିନୁ ଶର୍ମା। ଆଜି ପରିବାର ପରିସ୍ଥିତି ଯୋଗୁଁ ମିନୁ ଶର୍ମା ନିଜ ସ୍ଵପ୍ନକୁ ପଛରେ ପକେଇ ଦେଇଛନ୍ତି। ଏଚଆର ଟିସି ପୋଷ୍ଟରେ କଣ୍ଡକ୍ଟର ଭାବେ କାମ କରୁଛନ୍ତି ମିନୁ। 
ମିନୁ ଖୋ ଖୋରେ ୩ଥର ଓ ଥରେ ହକିରେ ଜାତୀୟ ସ୍ତରରେ ଖେଳିଛନ୍ତି। ମିନୁ ୨୦୦୫ ରୁ ୨୦୨୪ ପର୍ଯ୍ୟନ୍ତ ଅନେକ ଘରୋଇ କମ୍ପାନୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ହେଲେ ପାରିବାରିକ ପରିସ୍ଥିତି ହେତୁ ମିନୁ ଅନେକଥର ସରକାରୀ ଚାକିରୀ ପାଇଁ ଆବେଦନ କରିଥିଲେ ମଧ୍ୟ ସଫଳତା ପାଇ ପାରିନଥିଲେ।
Gg
ଶେଷରେ ମିନୁ କ୍ରୀଡ଼ା କୋଟାରେ ଏଚଆର ଟିସିରେ କଣ୍ଡକ୍ଟର ଭାବେ ଚାକିରୀ କରିଥିଲେ। ମିନୁ କହିଛନ୍ତି ଯେ, ମହିଳା କର୍ମଚାରୀଙ୍କୁ ସୁବିଧା ପାଇଁ ସରକାର ଏବଂ ନିଗମ ପରିଚାଳନାକୁ ଅନେକ କାର୍ଯ୍ୟ କରିବାକୁ ପଡ଼ିବ।କାରଣ ଏପର୍ଯ୍ୟନ୍ତ ଏହି କାର୍ଯ୍ୟ କେବଳ ପୁରୁଷଙ୍କ ଦ୍ଵାରା କରାଯାଉଥିଲା।
ଏବଂ ସେମାନଙ୍କ ଅନୁଯାଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ମିନୁ କହିଛନ୍ତି "ନିର୍ମାଣ କରାଯାଇଥିବା ବିଶ୍ରାମ କକ୍ଷରେ ମହିଳା ମାନଙ୍କ ବିଶ୍ରାମ ପାଇଁ କୌଣସି ପୃଥକ୍ ବ୍ୟବସ୍ଥା ନାହିଁ। ପୂର୍ବରୁ ଯେତେବେଳେ ମିନୁ ଘରୋଇ କମ୍ପାନୀରେ କାମ କରୁଥିଲେ ସେଠାରେ ମହିଳାଙ୍କ ପାଇଁ ଅଲଗା ସୁବିଧା ରହିଥିଲା"।
ମିନୁ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ପରିବାର ପାଇଁ ଅନେକ ସଂଘର୍ଷ କରି ଶେଷରେ ମିନୁ ଏଚଆର ଟିସି ପୋଷ୍ଟରେ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ସେଥିରୁ ମିନୁ ଯାହା ରୋଜଗାର କରୁଛନ୍ତି ତାହାକୁ ନେଇ ପରିବାର ଚଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.