Movie prime

ମିଳିଲା ମାମୁଁ ଘରୁ ତଥ୍ୟ ଦେଖନ୍ତୁ ଆସିଲା ବଡ ଖବର Chandrayan 3 ଦେଲା ସଠିକ୍ ତଥ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ସାରା ଦେଶ ଉତ୍ସାହିତ ଅଛି। ସୂଚନା ଅନୁଯାୟୀ ଚନ୍ଦ୍ରୟାନ-୩ ଅଗଷ୍ଟ ୨୩ ସନ୍ଧ୍ୟା ୬:୦୪ ମିନିଟରେ ସୁରକ୍ଷିତ ଭାବେ ଚନ୍ଦ୍ରରେ ଅବତରଣ କରିଥିଲା।
Special report
ପ୍ରଜ୍ଞାନ ରୋଭର ଟି ଚନ୍ଦ୍ରରେ ଗଡି ଗଡି ପାଣି ଖୋଜିବା ଆରମ୍ଭ କରି ଦେଇଛି। ଦୀର୍ଘ ୧୪ ଦିନ ଯାଏଁ ଚନ୍ଦ୍ରପୃଷ୍ଠରେ ରହି ସେ ତାର କାମ କରିବ। ଚନ୍ଦ୍ରପୃଷ୍ଠ ରୁ ଆଉ ପୃଥିବକୁ ଫେରିବନି ଚନ୍ଦ୍ରୟାନ-୩ ଆଉ ସେଠାରେ ହିଁ ରହିଯିବ। 
ତେବେ ବନ୍ଧୁଗଣ ଚନ୍ଦ୍ରଯାନ-୩ ବିଶ୍ବ ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣମେରୁର ମାଟି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି। ଏହାର ଭୂପୃଷ୍ଠ ତଳେ ୧୦ ସେମି ପର୍ଯ୍ୟନ୍ତ ତାପମାତ୍ରାର ସୂଚନା ଦେଇଛି।
Special report
ଅଗଷ୍ଟ ୨୩ରେ ସଫଳ ନରମ ଅବତରଣର ଚାରିଦିନ ପରେ ରବିବାର ଇସ୍ରୋ ଚନ୍ଦ୍ରଯାନ-୩ ଦ୍ବାରା ପ୍ରଦତ୍ତ ତଥ୍ୟ ସେୟାର କରିଛି। ଇସ୍ରୋ ବିଭିନ୍ନ ଗଭୀରତାରେ ଚନ୍ଦ୍ର ମାଟିର ତାପମାତ୍ରା ଉପରେ ଏକ ଗ୍ରାଫ୍ ସେୟାର କରିଛି। 
ଚନ୍ଦ୍ରପୃଷ୍ଠର ତାପଜ ଆଚରଣକୁ ବୁଝିବା ପାଇଁ ଚେଷ୍ଟ (ଚନ୍ଦ୍ରଜ୍ ସର୍ଫେସ୍ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ) ଦକ୍ଷିଣମେରୁ ଚାରିପାଖରେ ଥିବା ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରୋଫାଇଲ୍ ମାପିଥାଏ। ଏଥିରେ ୧୦ଟି ତାପମାତ୍ରା ସେନ୍ସର ଅଛି ବୋଲି ଇସ୍ରୋ କହିଛି।
Special report
ଇସ୍ରୋ ଟ୍ବିଟ୍ କରି କହିଛି ଯେ, ଏହି ଗ୍ରାଫ୍ ବିଭିନ୍ନ ଗଭୀରତାରେ ଚନ୍ଦ୍ରପୃଷ୍ଠ ତାପମାତ୍ରା ପରିବର୍ତ୍ତନକୁ ସୂଚିତ କରୁଛି। ଚନ୍ଦ୍ରର ଦକ୍ଷିଣମେରୁ ପାଇଁ ଏହା ହେଉଛି ପ୍ରଥମ ପ୍ରୋଫାଇଲ୍। ବିସ୍ତୃତ ନିରୀକ୍ଷଣ ଜାରି ରହିଛି ବୋଲି ଇସ୍ରୋ କହିଛି। 
ଗ୍ରାଫରେ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରି ସେଲସିୟସରୁ ୬୦ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ରହିଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରାୟ ୫୦ ଡିଗ୍ରି ସେଲସିୟସ୍ ଥିବାବେଳେ ୮ ସେମି ତଳକୁ ଏହା ବିଯୁକ୍ତ ୧୦ ଡିଗ୍ରି ଅଟେ।
ଚନ୍ଦ୍ରଯାନ-୩ରେ ସାତଟି ପେଲୋଡ୍ ରହିଛି- ଚାରିଟି ବିକ୍ରମ ଲ୍ୟାଣ୍ଡରରେ, ଦୁଇଟି ପ୍ରଜ୍ଞା ରୋଭରରେ ଏବଂ ଗୋଟିଏ ପ୍ରପଲସନ ମଡ୍ୟୁଲ୍‌ରେ ଅଛି। ଏହି ପେଲୋଡ୍‌ଗୁଡିକ ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିବାକୁ ଡିଜାଇନ୍ କରାଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.