ମିଠା ମିଠା କଥା କହି ସବୁ କରିଦେଲା ବିଦେଶ ନେଲା ଆଉ ଏବେ ସବୁ ଶେଷ - Exclusive
Aug 15, 2023, 16:57 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇଥାଏ ଯେଉଁଠି କେବଳ ନିସ୍ଵାର୍ଥପର ଭଲ ପାଇବା ରହିଥାଏ। କିନ୍ତୁ ଆଜିର ଏହି ଟେକନୋଲୋଜି ଦୁନିଆଁରେ ଛୋଟ ପିଲା ମଧ୍ୟ ପ୍ରେମ କରି ବସିଲେଣି।
ସ୍କୁଲ ବୟସରୁ ପ୍ରେମ ଆଜିକାଲି ନିତିଦିନିଆ କଥା ହେଇଗଲାଣି। କିନ୍ତୁ ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି। ଆଜିର ସମାଜରେ ପ୍ରେମକୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ।
ତେବେ ପ୍ରେମ ମାନେ ହିଁ ଆଜି କାଲି ଯୁବପିଢ଼ି କେବଳ ଶା-ରୀ-ରି-କ ସମ୍ପର୍କ ରଖିବା ଭାବି ନେଇଛନ୍ତି। ସେମାନେ ଜାଣି ପାରୁ ନାହାଁନ୍ତି ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ କେବଳ ନଷ୍ଟ ହେବ। ଏବଂ ଆଗାମୀ ଯୁବ ପିଢ଼ିଙ୍କ ଉପରେ ମଧ୍ୟ ଏହା ବହୁତକୁ ପ୍ରଭାବ ପକାଇବ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଲୁଅଛଡ ଅଞ୍ଚଳରୁ। ଉଭୟ ପରିବାରଙ୍କ ସହମତିରେ ଚଳିତ ବର୍ଷ ଏପ୍ରିଲ ୧୬ ତାରିଖରେ ରିଙ୍ଗ ସେରିମନି ହୋଇଥିଲା।
କୌଣସି କାରଣରୁ ପୁଅ ଘର ପକ୍ଷରୁ ବିବାହଟି ଭାଙ୍ଗି ଯାଇଥିଲା। ଏହା ମଧ୍ୟରେ ଉଭୟ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସେଇଥିପାଇଁ ଉଭୟ ଯୁବକ ଯୁବତୀ ପରିବାର ଲୋକଙ୍କୁ ନଜଣାଇ ବିଦେଶକୁ ଚାଲିଯାଇଥିଲେ।
ଆଉ ସେଠାରେ ଥିବା ଏକ ଶିବ ମନ୍ଦିରରେ ବିବାହ କରିଥିଲେ। ଏକମାସ ଧରି ଉଭୟ ସ୍ବାମୀ ସ୍ତ୍ରୀ ଭାବେ ରହୁଥିଲେ। କିନ୍ତୁ ପ୍ରେମିକ ମନିଷ ମିଛ ସତ କହି ପ୍ରେମିକାକୁ ଘରକୁ ପଠେଇ ଦେଇଥିଲା।
ଯୁବତୀ ଘରେ ପହଞ୍ଚିବା ପରେ ପ୍ରେମିକ ସହିତ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା। ପ୍ରେମିକାଙ୍କ ନମ୍ବରକୁ ବ୍ଲକ କରିଦେଇଥିଲେ ପ୍ରେମିକ। ଶେଷରେ ପ୍ରେମିକା କାମାକ୍ଷାନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଆଉ ସେପଟେ ପ୍ରେମିକ ଓଲଟା ପ୍ରେମିକା ନାଁରେ ଅଭିଯୋଗ କରିଛନ୍ତି ଯେ ଯୁବତୀ ଜଣକ ପ୍ରେମିକ ନଥିଲା ସମୟରେ ଅନ୍ୟ କାହା ସହ ଗପନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

