Movie prime

ମୋଦୀ କଲେ ରାମ୍ ମନ୍ଦିର ଶିଳାନ୍ୟାସ : କଂଗ୍ରେସ କହିଲା, ପ୍ରକୃତ ଶ୍ରେୟ ରାଜୀବ ଙ୍କୁ ଦିଅ

 
Special Report
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କୁ ନେଇ ଏବେ ରାଜନୀତି ଜୋର୍ ଧରିଛି।ଆପଣ ମାନେ ଜାଣି ଥିବେ ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି।ଯାହାକୁ ନେଇ ଏବେ ଖୁବ୍ ବିବାଦ ଲାଗି ରହିଛି।
Special Report
ଏହି ମନ୍ଦିର ର ପ୍ରତିଷ୍ଠା ଉତ୍ସବ ରେ ବିରୋଧୀ ଦଳ ର ମୁଖ୍ୟ ମାନଙ୍କୁ ନିୟନ୍ତ୍ରଣ କରା ଯାଇଛି।ହେଲେ କଂଗ୍ରେସ ଦଳ ଏଥିରେ ଯୋଗ ଦେବା ପାଇଁ ବାରଣ କରି ସାରିଛି।କଂଗ୍ରେସ ମୁଖ୍ୟ ଙ୍କ କହିବା ଅନୁଯାୟୀ ମନ୍ଦିର ପ୍ରତିଷ୍ଠା ହୋଇ ସାରିବା ପରେ ଆମେ ରାମ ଙ୍କୁ ଦର୍ଶନ କରିବା ପାଇଁ ଯିବୁ।
ସୂଚନା ଅନୁସାରେ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଜୋର୍ ସୋର ରେ କାମ ଚାଲିଛି।କେବଳ ଭାରତ ରେ ନୁହେଁ ସାରା ପୃଥିବୀ ର ଲୋକ ମାନେ ଏଥିପାଇଁ ଉତ୍ସାହିତ ଅଛନ୍ତି।କିନ୍ତୁ ଭାରତ ରେ ଏହାକୁ ନେଇ ରାଜନୀତି କରା ଯାଉଛି।
ଏହି କଥା କୁ ନେଇ ବିଜେପି ଓ ବିରୋଧୀ ଦଳ ପରସ୍ପର ବିରୋଧ ରେ ମନ୍ତବ୍ୟ ଦେଇଛନ୍ତି।ରାମ ଙ୍କ ନାମ ରେ ବିଜେପି ନିଜ ଦଳ ର ପ୍ରଚାର କରୁଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ପ୍ରତିଷ୍ଠା ହେବାର ସବୁ ଶ୍ରେୟ ନିଜେ ନେବା ପାଇଁ ଚାହୁଁଛନ୍ତି। ଯାହାକି କେବେ ବି ଠିକ୍ ନୁହେଁ।
Special Report
ଜାଣି ରଖିବା ଉଚିତ କି ପ୍ରଥମେ ଏହି ରାମ ମନ୍ଦିର ର ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ।ବର୍ତ୍ତମାନ ସମୟ ରେ ନରେନ୍ଦ୍ର ମୋଦି ରାମ ମନ୍ଦିର ପ୍ରତିଷ୍ଠା ର ସବୁ ଶ୍ରେୟ ନିଜେ ନେଉଛନ୍ତି।ଆଗକୁ ଲୋକ ସଭା ନିର୍ବାଚନ ରହିଛି ସେ ଏବେ ଠାରୁ ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି।
ନିର୍ବାଚନ କୁ ଦୃଷ୍ଟି ରେ ରଖି ଲୋକ ଙ୍କ ମନ ଜିଣିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଦଳ ନେତା ମାନେ କହିଛନ୍ତି।ବର୍ତ୍ତମାନ ସମୟ ରେ ଏନ୍ ସି ପି ସଭାପତି ଶରତ ପାୱାର ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବିଜେପି ଶ୍ରେୟ ନେଉ ଥିବାର ସେ କହିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ବିବାଦୀୟ ପରିସ୍ଥିତି ରେ ତାଲା ଖୋଲି ମନ୍ଦିର ର ଶିଳାନ୍ୟାସ କରିଥିଲେ।ହେଲେ ତାଙ୍କ କଥା କୁ କେହି ଗୁରୁତ୍ଵ ଦେଇ ନାହାନ୍ତି।ତାଙ୍କୁ ସମସ୍ତେ ଭୁଲି ଯାଇଛନ୍ତି।
ବାବରି ମସଜିଦ ଭାଙ୍ଗିବା ପରେ ସେଠାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ କୁହା ଯାଇ ଥିଲା।କିନ୍ତୁ ବିବାଦ ବଢିବାରେ ଲାଗିଲା।ଏହା ପରେ କୋର୍ଟ ର ଅନୁମତି କ୍ରମେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲା।ଏବେ କଂଗ୍ରେସ ଏହି ପ୍ରାଣ ପ୍ରତିଷ୍ଠା ରେ ଅଂଶ ଗ୍ରହଣ କରିବାକୁ ମନା କରି ଦେଇଛି।