Movie prime

ମୁଁହ ଖୋଲିଲେ ଦୀପିକା ଦେଖନ୍ତୁ ଏହି ଦୁଇ ଅକ୍ଷର ଭାଷା ଗାଳି ଦେବାରୁ ନେଲେ ଏତେ ବଡ ନିଷ୍ପତି - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମିକ ସହ ଦୀର୍ଘ ୩ ବର୍ଷର ଲମ୍ବା ଲଢ଼େଇ। ପତ୍ନୀର ମାନ୍ୟତା ଓ ପୁଅକୁ ବାପର ପରିଚୟ ଦାବିରେ ପ୍ରେମିକ ଘର ସାମ୍ନାରେ ବର୍ଷେ କାଳ ଧାରଣାରେ ଦୀପିକା।
Special report
ତେବେ ବନ୍ଧୁଗଣ ପତ୍ନୀର ମାନ୍ୟତା ସହ ପୁଅକୁ ବାପର ପରିଚୟ ଦାବିରେ ବ୍ରହ୍ମପୁରରେ ଧାରଣାରେ ବସିଥିବା କେ.ଦୀପିକାଙ୍କ ନାଁରେ ଅଭିଯୋଗ କଲେ ସ୍ବାମୀ ଦୀନେଶଙ୍କ ପରିବାର ଲୋକେ। ଭିଡିଓ ଦେଖାଇ ଦୀପିକା ଗାଡ଼ି ଭଙ୍ଗରୁଜା କରୁଥିବା ଦୀନେଶଙ୍କ ପରିବାର ଅଭିଯୋଗ କରିଛନ୍ତି। 
ଏଥି ସହିତ ଦୀପିକା ସେମାନଙ୍କୁ ହଇରାଣ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଜୁଲାଇ ୨୩ ତାରିଖରେ ଦୀପିକା ତାଙ୍କ ଘର ଦାଣ୍ଡକୁ ଆସି ଗାଡ଼ି ଭଙ୍ଗାରୁଜା କରିଥିଲେ। ପ୍ରତିଦିନ ଘର ଦାଣ୍ଡରେ ବସି ସେମାନଙ୍କ ଯିବା ଆସିବାରେ ପ୍ରତିବନ୍ଧକ ସାଜୁଛନ୍ତି।
ଯାହାଦ୍ୱାରା ଘରେ ଥିବା ଦିନେଶଙ୍କ ଜେଜେ ବାପା,ଜେଜେ ମାଆ ଓ ପୁରା ପରିବାର ମାନସିକ ଅବସାଦ ଭିତରେ ରହିଥିବା ଅଭିଯୋଗ କରିଛନ୍ତି। ୨୩ ତାରିଖର ଭିଡିଓରେ ଦୀପିକା ଏକ ଗାଡ଼ିକୁ ନାଳରେ ପକାଇବାକୁ ଉଦ୍ୟମ କରୁଥିବା ଦେଖାଯାଉ ଥିଲା। 
Special report
ସେପଟେ DNA ରିପୋର୍ଟ ଘଟଣାରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ଦିନେଶଙ୍କ ପରିବାର। ଯାହା କୋର୍ଟ ନିଷ୍ପତ୍ତି ନେବ ତାହାକୁ ସେମାନେ ମାନିବେ ବୋଲି ଦିନେଶଙ୍କ ମା କହିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଗାଡି ଭଙ୍ଗା ଭିଡିଓ ଉପରେ ଦୀପିକା କହିଛନ୍ତି
 ଯେ ଗତ ୨୩ ତାରିଖ ଦିନ ସେ ମାନସିକ ଚିନ୍ତା ଭିତରେ ତାଙ୍କ ଶିଶୁକୁ ବିନା ପୋଷାକରେ ଆଣିଥିଲେ। ସେ ଦିନେଶ ଘର ନିକଟକୁ ଆସିବା ବେଳକୁ ତାଙ୍କ ଶ୍ଵଶୁର ଗାଡ଼ି ନେଇ କୁଆଡେ ଯାଉଥିଲେ। ତାଙ୍କୁ ଦେଖିବା ମାତ୍ରେ ବହୁତ୍ ଖରାପ ଭାଷାରେ ଗାଳି କରିଥିଲେ। 
ଏହା ପରେ କାଳେ ସେ ଘରେ ପଶିଯିବ ଭାବି ତାଲା ବନ୍ଦ କରିଦେଇଥିଲେ। ବାହାରେ ବାଇକଟିକୁ ଛାଡ଼ି ଦେଇଥିଲେ। ଖରାପ ଭାଷାରେ ଗାଳି ଦେବାରୁ ମୁଁ ରାଗି ଯାଇ ଗାଡ଼ିକୁ ଓଲଟାଇ ଦେଇ ନାଳରେ ପକାଇବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ଦୀପିକା।
ତେବେ ଏହି ମାମଲା କୋର୍ଟରେ ରହିଥିବା ବେଳେ ଦୀପିକା ଏଭଳି ଦାଣ୍ଡରେ ବସିବାକୁ ନେଇ ବିରୋଧ କରିଛନ୍ତି ମାନବ ଅଧିକାର କର୍ମୀ। ଅନ୍ୟପକ୍ଷରେ ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ହେବ ବୋଲି ଜାଣିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.