Movie prime

କାହିଁକି ମୁଖ୍ୟମନ୍ତ୍ରୀ ଚଢ଼ୁଥିଲେ ଛୋଟିଆ ଗାଡ଼ି ଜାଣନ୍ତୁ ପାଣ୍ଡିଆନ ଖୋଲିଲେ ରହସ୍ୟ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦେଶର ସବୁ ମୁଖ୍ୟମନ୍ତ୍ରୀ ମଧ୍ୟରେ ଡେଙ୍ଗା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶା ସିଏମ ନବୀନ ପଟ୍ଟନାୟକ। ହେଲେ ବ୍ୟବହାର କରନ୍ତି ସବୁଠୁ ଛୋଟିଆ ଗାଡ଼ି।
ସରଳ ଜୀବନଯାପନ ଓ ବେଶ୍ ସାଧାସିଧା ଭାବମୂର୍ତ୍ତିକୁ ନେଇ ଚର୍ଚ୍ଚାରେ ଥିବା ନବୀନ ପଟ୍ଟନାୟକଙ୍କ ବିଷୟରେ ଆଉ କିଛି ଗୁମର ଖୋଲିଛନ୍ତି ସଚିବ ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟବହାର ହେଉଥିବା ସରକାରୀ ଗାଡ଼ି ମାରୁତି ଏଷ୍ଟିମ୍ କାହିଁକି ବଦଳାଇଲେ ନବୀନ। 
ଶସ୍ତା ଓ ଛୋଟିଆ ଗାଡ଼ିଟିକୁ ନେଇ ବର୍ଷ ବର୍ଷ ଯିବାଆସିବା କରୁଥିବା ନୀବନଙ୍କ ପାଇଁ କାହିଁକି ଲୋଡ଼ା ପଡ଼ିଲା ଆଉ ଏକ ନୂଆ କାର। ଏମିତି କଣ ଘଟିଲା ଯାହା ନବୀନଙ୍କୁ ବାଧ୍ୟ କଲା ନିଜର ଅଫିସିଆଲ କାରକୁ ପରିବର୍ତ୍ତନ କରିବାକୁ ପଡ଼ିଲା।
Special report
ହଠାତ ଦିନେ ନବୀନଙ୍କୁ ଆସି ପାଣ୍ଡିଆନ କହିଲେ ଆପଣଙ୍କ ଗାଡ଼ି ପରିବର୍ତ୍ତନ କରିବାର ସମୟ ଆସିଯାଇଛି। ହେଲେ ନବୀନ କିନ୍ତୁ ରାଜି ହୋଇନଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆଉ ୬ ମାସ ଯାଉ ନୂଆ କାର କଥା ଚିନ୍ତା କରିବା।
ଏହାରି ଭିତରେ ହଠାତ ଦିନ ନବୀନଙ୍କ କାର ରାସ୍ତାରେ ଅଟକିଗଲା। ଆଉ କାରରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି। ନବୀନଙ୍କ ଗାଡ଼ିର କଣ୍ଡିସନ ଭଲ ନାହିଁ ବୋଲି ପୁଣି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ପାଣ୍ଡିଆନ।
ତାପରେ ନବୀନ ପଚାରିଥିଲେ ମାରତି ଏଷ୍ଟିମ୍ ବଦଳରେ ସେହି ସମାନ ଛାଞ୍ଚାରେ ମାରତି କମ୍ପାନୀର ଆଉ କେଉଁ କାର ରହିଛି। ପାଣ୍ଡିଆନ ଜଣାଇଥିଲେ ମାରତି ଏସଏକ୍ସ-୪ ମାରତି ଏଷ୍ଟିମ୍ ବଦଳରେ ନିଆଯାଇପାରେ। 
ଏହାପରେ ନବୀନଙ୍କ କାର ବଦଳିଥିଲା। କାର ବାବଦରେ ନବୀନ କହିଥିଲେ ଓଡ଼ିଶାବାସୀଙ୍କ ଟଙ୍କାରେ ମୁଁ କାର ଚଢୁଛି। ମୋର ବିଳାସପୂର୍ଣ୍ଣ ସମୟ ପାଇଁ ଏହି କାର ନୁହେଁ। ଲୋକଙ୍କ ଟଙ୍କା ଅଯଥାରେ ନଷ୍ଟ ହେବା ଉଚିତ୍ ନୁହେଁ।
ଉଚ୍ଚତାରେ ୬ ଫୁଟରୁ ଅଧିକ ଥିବା ନବୀନ ପଟ୍ଟନାୟକ ଏହି ଛୋଟିଆ କାର ବ୍ୟବହାର କରିବା ହିଁ ତାଙ୍କ ସାଧାସିଧା ଜୀବନଶୈଳୀର ପରିଚୟ କହିଛନ୍ତି ଭି.କେ ପାଣ୍ଡିଆନ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.