Movie prime

ମୂର୍ତ୍ତିକାର ଦେଲେ ଚମତ୍କାରୀ ତଥ୍ୟ ସମସ୍ତେ ଶୁଣି ହେଲେ ଆଶ୍ଚର୍ୟ୍ଯ ପ୍ରଭୁ ରାମ ଲଲାଙ୍କ ମୂର୍ତ୍ତି ନିର୍ମାଣ ବେଳେ ସବୁବେଳେ ଆସୁଥିଲା ମାଙ୍କଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତ ବର୍ଷ ପାଇଁ ଏକ ସୌଭାଗ୍ୟର ଦିନ, କାରଣ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ଅନ୍ତଘଟିଛି, ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟାରେ ରାମଲାଲା ବିରାଜମାନ କରିଛନ୍ତି।
Special report
ସମସ୍ତ ଭକ୍ତ ଙ୍କ ହୃଦୟରେ ଆନନ୍ଦ ର ଉଲ୍ଲାସ ଖେଳିଯାଇଛି। ପ୍ରଭୁ ଶ୍ରୀ ରାମ ଅଯୋଧ୍ୟା ମନ୍ଦିରରେ ବିରାଜମାନ କରି ଭକ୍ତଙ୍କୁ ଦିବ୍ୟରୂପ ରେ ଦର୍ଶନ ଦେଇଛନ୍ତି। ତେବେ ଦେଶ ତଥା ବିଶ୍ୱରେ ହିନ୍ଦୁ ଧର୍ମ ଉପରେ ବିଶ୍ୱାସ କରୁଥିବା ଲୋକମାନେ ରାମଙ୍କ ଭକ୍ତିରେ ବୁଡି ରହିଛନ୍ତି। 
ଶିଳ୍ପୀ ଅରୁଣ ଯୋଗୀରାଜ ଅଯୋଧ୍ୟା ରାମମନ୍ଦିର ପାଇଁ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିଛନ୍ତି। ଉକ୍ତ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହୋଇସାରିଛି।
Special report
ତେବେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ସମୟରେ ଅରୁଣ ଯୋଗୀରାଜଙ୍କ ସହ କ’ଣ କ’ଣ ବିତିଥିଲା ତାହାକୁ ନେଇ ସେ ଅନେକ ପ୍ରତିକ୍ରିୟା ଦେଇସାରିଛନ୍ତି। ଅରୁଣ ଯୋଗୀରାଜ ନିଜର ଅନୁଭୂତି ବଖାଣି କହିଛନ୍ତି, ସେ ଯେତେବେଳେ ରାମଲଲ୍ଲାଙ୍କ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଥିଲେ। 
ସେ ସମୟରେ ପ୍ରତିଦିନ ସନ୍ଧ୍ୟା ୪ଟାରୁ ୫ଟା ଭିତରେ ଏକ ମାଙ୍କଡ଼ ଆସିଥାଏ। ମଝିରେ ଥଣ୍ଡା ପଡ଼ିବାରୁ ସେ ମୂର୍ତ୍ତି ତିଆରୁ କରୁଥିବା ଘରର ଦ୍ବାରା ବନ୍ଦ କରି ଦେଇଥିଲେ। ଏହି ସମୟରେ ଉକ୍ତ ମାଙ୍କଡ଼ ଆସି କବାଟ ବାଡେଇ ଥିଲା।
Special report
ସେ ଦ୍ବାର ଖୋଲିବାରୁ ସେ ଚୁପ ହୋଇ ସେଠାରେ ବସି ରହିଥିଲା। ଆଉ ଏକ ଲୟରେ ମୂର୍ତ୍ତିକୁ ଚାହିଁ ରହିଥିଲା। ଯେମିତି ଲାଗୁଥିବା ଉକ୍ତ ମାଙ୍କଡ଼ ପ୍ରଭୁ ହନୁମାନ ବେଶରେ ପ୍ରତିଦିନ ରାମଲଲ୍ଲାଙ୍କୁ ଦର୍ଶନ ପାଇଁ ଆସୁଥିଲା। 
Special report
ସେ ଏହି ବିଷୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବଙ୍କୁ ବି ଜଣାଇଥିଲେ। ମୂର୍ତ୍ତି ତିଆରି କରିବା ସମୟରେ କେମିତି ଗଢ଼ିବି ଚିନ୍ତା କରୁଥିବା ବେଳେ ତାଙ୍କର ହାତ ଆପଣଛାଏଁ ଚାଲିଥିଲା। ୭ମାସ ସେ ଶୋଇ ପାରି ନଥିଲେ।
ଆଖି ଖୋଲିଲେ ବୁଜିଲେ ତାଙ୍କୁ ରାମଲଲ୍ଲା ହିଁ ଦେଖା ଯାଆନ୍ତି। ଜାନୁଆରି ୨୨ ତାରିଖ‌ରେ ରାମଲଲ୍ଲାଙ୍କ ମୂର୍ତ୍ତିରେ ପ୍ରାଣପ୍ରତିଷ୍ଠା ହେବାପରେ ଯାଇ ତାଙ୍କୁ ଶାନ୍ତି ମିଳିଛି। ତେବେ ବନ୍ଧୁଗଣ ସେ ଏବେ ନିଶ୍ଚିନ୍ତରେ କିଛିଦିନ ଶୋଇବାକୁ ଚାହୁଁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.