Movie prime

ମୁଷ୍କାନ ମୁରୁକି ହସରେ ଯିଏ ପଶିଲା ସିଏ ନାମ ନେଲା ଦେଖନ୍ତୁ ସମ୍ପୂର୍ଣ ଭାବେ କାଙ୍ଗାଳ କରିଦେଲା ଏମାନଙ୍କୁ ମୁଷ୍କାନର ମୁରୁକି ହସ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କମିସନରେଟ ପୋଲିସ ହାତରେ ନିସାଦିଆ ଲୁଟେରା ଗ୍ୟାଙ୍ଗ। ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଲେଡି କୁଇନ୍ ମୁସ୍କାନ ଓରଫ ସରିଫା ଖାତୁନ।
Special report
ମୁଷ୍କାନ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ। ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡର ସାନ ଲଣ୍ଡାକୁ ନେଇ ମୁଷ୍କାନ ଚଳାଇଥିଲା ଗ୍ୟାଙ୍ଗ। ଷ୍ଟେସନ ନିକଟରେ ଓ ବସ ଷ୍ଟାଣ୍ଡରେ ମାତିଥିଲେ ଥିଲେ ଏହି ନିଶା ଦିଆ ଲୁଟେରା ଗ୍ୟାଙ୍ଗ। 
ଏମାନଙ୍କ ଠାରୁ ବିଭିନ୍ନ ନିଶା ବାଟିକା ଜବତ କରାଯାଇଛି। ସେପଟେ ଟ୍ରେନ୍‌ରେ ଲମ୍ୱା ଯାତ୍ରା କରି ଓହ୍ଲାଉଥିବା ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ। ଯେଉଁ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଉଥିଲେ, ମୁସ୍କାନଙ୍କ ଇଶାରାରେ ସେମାନଙ୍କୁ ଡାକୁଥିଲା ଅଟୋ ଚାଳକ।
Special report
ଅଟୋର ପଛ ସିଟ୍‌ରେ ଜଣେ ସୁନ୍ଦର ମହିଳା ବସିଥିବା ଭାବି ଯାତ୍ରୀ ଜଣକ ଚାଲି ଯାଉଥିଲେ। କିଛି ବାଟଗଲା ପରେ ନିଦ ଆସିବାର ବାହାନା କରି ଚାଳକ ଅଟୋ ଅଟକାଉଥିଲା। 
ଆଉ ଚାହା ପିଇବା ପାଇଁ ମୁସ୍କାନଙ୍କୁ ପ୍ରସ୍ତାବ ଦେଉଥିଲା। ମୁସ୍କାନ ସଙ୍ଗେ ସଙ୍ଗେ ହଁ ମାରୁଥିଲେ। ଏହା ପରେ ଅଟୋବାଲା ଯାଇ ଚାହା ଆଣୁଥିଲା। ଆଉ ଅଟୋରେ ବସିଥିବା ଯାତ୍ରୀଙ୍କୁ ଚାହା ପିଇବାକୁ ଦେଉଥିଲା।
Special report
ନିଶା ବଟିକା ମିଶା ଚାହା ପିଇବା ପରେ ଯାତ୍ରୀ ଜଣକ ଚେତା ହରାଇ ପଡ଼ି ଯାଉଥିଲା। ତାଙ୍କୁ କୌଣସି ଏକ ନିଛାଟିଆ ସ୍ଥାନରେ ପକାଇ ଦେଇ ତାଙ୍କର ଲଗେଜ ଖୋଲି ସବୁ ଟଙ୍କା ଓ ଅନ୍ୟାନ୍ୟ ଜି ନେଇ ଯାଉଥିଲେ। 
ଏପରି ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ତତ୍ପର ହୋଇଥିଲା। ମାମଲା ରୁଜୁ କରି ଖୋଳତାଡ କରିଥିଲା। ତଦନ୍ତ ବେଳେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମୁସ୍କାନ ବୋଲି ଜଣାପଡ଼ିବାକୁ ପାଇଥିଲା। ପରେ ପୁଲିସ୍‌ ମୁସ୍କାନକୁ ଧରିଥିଲା।
ଏଥିସହ ତାଙ୍କ ଗ୍ୟାଙ୍ଗର ନୟାଗଡ଼ ଜିଲ୍ଲା ସୁଶାନ୍ତ ରାଉତ, ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଗଞ୍ଜାମର ଲଣ୍ଡା ଓରଫ ଅଶୋକ ବେହେରାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍‌ ପୁଲିସ୍‌।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.