Movie prime

ମା ସମାନ ଖୁଡି ସାଜିଲା ରାକ୍ଷସୀ ଦେଖନ୍ତୁ ୨ ଝିଆରୀ ଙ୍କୁ ୨ ଲକ୍ଷରେ ବିକିଲା ଶେଷରେ ....

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ତେବେ ବନ୍ଧୁଗଣ ଚାକିରୀର ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କୁ, ଖୁଡି ୨.୨୦ ଲକ୍ଷ ଟଙ୍କାରେ ବିକି ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି, ବିଶୋଇ ଅଞ୍ଚଳରେ।
Gg
ସୂଚନା ମୁତାବକ ବିଶୋଇ ଥାନା ଅଞ୍ଚଳର ଶୋଭା ରାମ ନାଏକ ଙ୍କ ଦୁଇ ଝିଅ ରୀତା ନାଏକ ଓ ଲକ୍ଷ୍ମୀ ନାଏକ କୁ ଗ୍ରାମର ଦେବଜାନୀ ନାମକ ଏକ ମହିଳା ଓ ବାପି ଓରଫ୍ ରାଜୁ ନାମକ ଏକ ଦାଲାଲ ରାଉରକେଲାରେ ଚାକିରି କରାଇ ଦେବ କହି, ବାପା ଶୋଭା ରାମଙ୍କୁ କହି ଡିସେମ୍ବର ୬ ତାରିଖ ଦିନ ଏକ ଘରୋଇ ବସ ଯୋଗେ ରାଉଲକେଲାକୁ ନେଇ ଯାଇଥିଲେ।
ପରେ ରାଜସ୍ଥାନରେ ଟ୍ରେନିଂ ଦିଆଯିବ କହି ରାଉରକେଲାରୁ ଟ୍ରେନ ଯୋଗେ ରାଜସ୍ଥାନକୁ ବାପି ୩ ଜଣକୁ ନେଇ ଏକ ଲୋଜରେ ରଖିଥିଲା ।ପରେ ଝିଅ ମାନଂକ କହିବା ମୁତାବକ ସେଠାରେ ସେମାନଙ୍କୁ ବିକ୍ରୀ କରିଦେଇ ପଳାଇ ଆସି ଏବେ ଫେରାର ରହିଥିବା ଜଣାପଡିଛି ।
Gg
ତେବେ କୌଣସି ଉପାୟରେ ଝିଅ ବାପାଙ୍କୁ ଫୋନ୍ ଯୋଗେ ଜଣାଇଥିଲେ କି ଆମ ଦି ଭୋଉଣୀ କୁ ବାପି ଓ ଦେବଜାନୀ ଏଠାରେ ବିକ୍ରି କରି ଦେଇଅଛି । ଝିଅର ଫୋନ୍ ପାଇ ସୋଭା ରାମ ବିଶୋଇ ଥାନା ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ଫୋନ୍ ନମ୍ୱର୍ କୁ ଟ୍ରାକିଙ୍ଗ୍ କରିଥିଲେ।
ଆଉ ଗତ ୮ ତାରିଖ ଏସ୍ ଆଇ ଘନଶ୍ୟାମ ମଲ୍ଲିକଙ୍କ ନେତୃତ୍ୱରେ କନେଷ୍ଟବଳ ଗଣେଶ୍ୱର ମହାନ୍ତ, କନେଷ୍ଟବଳ ଜାମିନୀ ବାରିକ୍‌, ଓ ଗୃହରକ୍ଷୀ ଅନିଲ ସେଠୀଙ୍କୁ ନେଇ ଏକ ଟିମ୍ ରାଜସ୍ଥାନକୁ ଯାଇ ଲକ୍ଷ୍ମୀକୁ ରାଜସ୍ଥାନ ଓ ରୀତାକୁ ମଧ୍ୟପ୍ରଦେଶରରୁ ସଫଳତାର ସହିତ ଉଦ୍ଧାର କରି ବୁଧବାର ଅପରାହ୍ନରେ ବିଶୋଇ ଥାନାରେ ପହଞ୍ଚିଥିଲେ।
ଲକ୍ଷ୍ମୀକୁ କିଣିଥିବା କ୍ରିପାଲ୍ ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି। ତେବେ ଗୁରୁବାର ସମସ୍ତଙ୍କୁ ଡ଼ାକ୍ତରୀ ମାଇନା କରାଇ ରାଇରଙ୍ଗପୁର କୋର୍ଟକୁ ପଠାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.