Movie prime

ଗାଆଁ ର ରୋଜଗାରିଆ ଝିଅ କୁ ଝୁରୁଛନ୍ତି ଲୋକେ, ୩ କୋଟି ର ଗାଡ଼ି ରେ ଚାଲିଯାଇଛି ଲୋପାମୁଦ୍ରା ହେଲେ ଟଙ୍କାଟେ ସାହାଯ୍ୟ ନାହିଁ

 
Special Report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଝିଅ ମାନେ ନିଜ ପରିବାର କୁ ସାହାର୍ଯ୍ୟ କରିବା ପାଇଁ ଅନେକ ପ୍ରକାର କାମ କରୁଛନ୍ତି।ଲୋପା ମୁଦ୍ରା ନାମକ ଝିଅ ଟି ସେପରି ନିଜ ପରିବାର ର ଦୁଃଖ ବୁଝିବା ପାଇଁ କାମ କରିବାକୁ ଯାଇଥିଲା ଭୁବନେଶ୍ୱର।
Special report
ହେଲେ ସେଠାରେ ତାହା ସହ ଏପରି କିଛି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ମାନଙ୍କ ଆଖି ରୁ ଲୁହ ଆସି ଯିବ।ଲୋପା ମୁଦ୍ରା ର ଘର ହେଉଛି ଯାଜପୁର ଜିଲ୍ଲାର ବରି ଅଞ୍ଚଳ ରେ।ସେ ହୋଟେଲ ମ୍ୟାନେଜମେଣ୍ଟ କାମ କରିବା ପାଇଁ ଭୁବନେଶ୍ବର ଚାଲି ଆସିଥିଲେ।
ଦୀର୍ଘ ଦିନ ଧରି ସେ ସେଠାରେ କାମ କରିଥିଲେ।ହେଲେ ଗତ ମାସ ୩୧ ତାରିଖ ଦିନ ଏକ ରେଞ୍ଜ ରୋଭର କାର ଟି ତାଙ୍କୁ ଧକ୍କା ଦେଇଥିଲା।ସେହି କାର ର ପାଖାପାଖି ମୂଲ୍ୟ ୩ କୋଟି ଟଙ୍କା ହେବ।କାର ଟି ଧକ୍କା ଦେବା ଫଳ ରେ ଲୋପା ମୁଦ୍ରା ଓ ଅନ୍ୟ ଜଣେ ସି ଆର ଏଫ୍ ଯବାନ ଗୁରୁତର ଭାବେ ଆହତ ହୋଇ ଥିଲେ।
Special report
କିଛି ଦିନ ହେବ ଉଭୟ ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସିତ ହେଉଥିଲେ।କିନ୍ତୁ ଗତ କାଲି ଲୋପା ମୁଦ୍ରା ସମସ୍ତେ ଙ୍କୁ ଛାଡି ଚାଲି ଯାଇଛନ୍ତି।ଓ ଯବାନ ଜଣକ ଏବେ ମଧ୍ୟ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।
ଲୋପା ମୁଦ୍ରା ଙ୍କ ପାଇଁ ଏବେ ଗାଁ ରେ ସମସ୍ତ ଙ୍କ ଆଖି ରେ ଲୁହ।ଏ ଯାଏଁ ସେ ନିଜ ବାସ ଭବନ କୁ ଆସି ନାହାନ୍ତି।ସମସ୍ତେ ତାଙ୍କୁ ଅପେକ୍ଷା କରି ରହିଛନ୍ତି।ଗାଁ ର ଭଲ ଝିଅ ଥିଲେ ଲୋପା।ସମସ୍ତେ ତାଙ୍କୁ ଖୁବ୍ ଭଲ ପାଉ ଥିଲେ।ହେଲେ ଆଜି ସେ ସମସ୍ତ ଙ୍କୁ କନ୍ଦାଇ ଆର ପାରି କୁ ଚାଲି ଯାଇଛନ୍ତି।
ଆଉ ଦିନ କେଇଟା ପରେ ତାଙ୍କ ର ବିବାହ ହୋଇ ଥାଆନ୍ତା।ପରିବାର ପ୍ରସ୍ତୁତି ଆରମ୍ଭ କରି ଦେଇ ଥିଲେ।ହେଲେ କିଏ ଜାଣି ଥିଲା ଏଭଳି ଘଟି ଯିବ ବୋଲି।ଗାଡ଼ି ଚଢାଇ ଥିବା ବ୍ୟକ୍ତି ଜଣକ ର ବେପରୁଆ ଗାଡି ଚାଳନା ପାଇଁ ଏଭଳି ଘଟିଛି।
ଘଟଣା ସ୍ଥଳ ରୁ ଡ୍ରାଇଭର ଜଣକ ଫେରାର ହୋଇ ଯାଇଥିବା ବେଳେ ତିନି କୋଟି ଟଙ୍କା ର ଗାଡ଼ି ଟି କୁ ପୋଲିସ ଜବତ କରିଛି।ଏ ଯାଏଁ ଗାଡ଼ି ମାଲିକ ଲୋପା ଙ୍କ ଘର କୁ କିଛି ଆର୍ଥିକ ସହାୟତା ଦେଇ ନାହାନ୍ତି।ପୋଲିସ ଏବେ ଘଟଣା ର ତଦନ୍ତ କରିବା ଆରମ୍ଭ କରି ଦେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.