Movie prime

ନବମ ଆଉ ଦଶମ ଶ୍ରେଣୀ ପିଲା ଙ୍କୁ ଏଥର ମିଳିବ ନୂଆ ୟୁନିଫର୍ମ, ଦେଖନ୍ତୁ କେମିତି ରହିବ ଡ୍ରେସ୍ ଆଉ ରଙ୍ଗ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜ୍ୟ ସରକାର ବଜେଟ ରେ ନବମ ଦଶମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଶିକ୍ଷା ବର୍ଷରୁ ନବମ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଦିଆଯିବ ବୋଲି କହିଛନ୍ତି।
ଏବଂ ଆନୁଷଙ୍ଗିକ ସାମଗ୍ରୀ ମଧ୍ଯ ମିଳିବ। ଏଥିପାଇଁ ସହାୟତା ରାଶି ୬୦୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏବେ କିନ୍ତୁ ସେମାନଙ୍କୁ ଏକ ହଜାର ଟଙ୍କା ମିଳିବା ନେଇ ବଜେଟ ରେ ବ୍ୟୟ ବରାଦ କରାଯାଇଛି।
ଏଥି ସହ ସାଇକେଲ ପାଇଁ ପିଲାଙ୍କୁ ମଧ୍ୟ ୩୫୦୦ ଟଙ୍କା ମିଳିବା ନେଇ ସୁଚନା ମିଳିଛି। ପୂର୍ବରୁ ସାଇକେଲ ବାବଦକୁ କେବଳ ୨୬୦୦ ଟଙ୍କା ପ୍ରଦାନ କରାଯାଉ ଥିଲା। ଅନୁସୂଚିତ ଜାତି ଓ ଜନଜାତି ପିଲା ମାନଙ୍କୁ ହଷ୍ଟେଲ ରେ ମଧ୍ୟ ଚାରି ଦିନ ଅଣ୍ଡା ମିଳିବ ବୋଲି ସୁଚନା ମିଳିଛି।
Special Report
୨୦୨୩ ରୁ ୨୦୨୪ ବଜେଟ ରେ ଏଥିପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥି ମଧ୍ୟରେ ସେମାନଙ୍କୁ ଗୋଟେ ଦିନ ହଷ୍ଟେଲ ରେ ମାଛ କିମ୍ବା ଚିକେନ ଦିଆ ଯିବାର ବ୍ୟବସ୍ଥା ମଧ୍ୟ ରହିଛି।
ଏଥିପାଇଁ ରାଜ୍ୟ ବଜେଟ ରେ ୩୦ ହଜାର ୩୦ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ଯ କରାଯାଇଛି। ସେଥିରେ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫୨୮ କୋଟି ଟଙ୍କା ରହିଛି। ସେହି ଭଳି ଉଚ୍ଚ ଶିକ୍ଷା ବିଭାଗ ପାଇଁ ୩ ହଜାର ୧୭୩ କୋଟି,
ଦକ୍ଷତା ବିକାଶ ଓ ବୈଶୈକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କା ଦିଆ ଯାଇଛି।ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନାମକ ଆରମ୍ଭ କରିବାକୁ ଯାଉଥିବା ନୁଆ ପ୍ରୋଗ୍ରାମ ରେ ୧୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ଏହି ଯୋଜନା ମାଧ୍ୟମରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଳା, ବ୍ଲକ୍ ସ୍କୁଲ , ପଞ୍ଚାୟତ ପ୍ରତିନିଧି, ଶିକ୍ଷା ଅଧିକାରୀ ,ପୁରାତନ ଛାତ୍ର କମିଟି କୁ ପୁରସ୍କୃତ କରାଯିବ। ସରକାର ଙ୍କ ଏଭଳି ଘୋଷଣା ପରେ ଛାତ୍ରଛାତ୍ରୀ ମାନଙ୍କ ମନରେ ଉତ୍କଣ୍ଠା ଭରି ଯାଇଛି।
ଲୋକ ମାନେ ମଧ୍ୟ ଏଥି ପାଇଁ ବେଶ ଖୁସୀ ହୋଇ ଯାଇଛନ୍ତି। ତେବେ ଦେଖାଯାଉ ଆସନ୍ତା ବର୍ଷ ଏହି ନିୟମ କେବେ ଲାଗୁ ହେବାକୁ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.