Movie prime

ରାଜ୍ୟ ରେ କଣ ଚାଲିଛି ନବୀନ ବାବୁ ଙ୍କ ନଜର ନାହିଁ, ରତ୍ନ ଭଣ୍ଡାର ହିସାବ ଛାଡ଼, ଜଗନ୍ନାଥ ଙ୍କୁ କିଏ ନେଇଗଲେ ବି ନବୀନ ଙ୍କ ନିଦ ଭାଙ୍ଗିବନି

 
Special Report
ଆପଣମାନେ ସୁର ରାଉତ ରାୟ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ଓଡ଼ିଶାର ଜଣେ ଲୋକପ୍ରିୟ ରାଜନେତା ହେଉଛନ୍ତି ସୁର ରାଉତ ରାୟ।ତେବେ ରାଜନେତା ସୁର ରାଉତ ରାୟ ଙ୍କ କଥା ଓଡ଼ିଶା ବାସୀ ଙ୍କୁ ବେଶ ପସନ୍ଦ ଆସିଥାଏ।
ସେ ଗଣମାଧ୍ୟମ ସାମ୍ନାରେ ଯାହା କହିଥାନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟି ଥାଏ।ଦର୍ଶକ ମାନେ ତାଙ୍କ କଥାରେ ବହୁତ ହସି ଥାନ୍ତି।ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି।
ସବୁବେଳେ ଯେ କୌଣସି କଥାବାର୍ତା ହେଉ,ଯେ କୌଣସି ବିବାଦ ହେଉ ସୁର ରାଉତ ରାୟ ଙ୍କ ବାଇଟ୍ ନେବାପାଇଁ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଯାଇଥାନ୍ତି।ସୁର ରାଉତ ରାୟ ଏମିତି କଥା କହିଥାନ୍ତି ଯାହାକି ସବୁବେଳେ ଭାଇରାଲ ହୋଇଥାଏ।
ତେବେ ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ କେଉଁ ଦିନ ଜଗତର ନାଥ ଜଗନ୍ନାଥ ଙ୍କୁ କିଏ ନେଇଯିବେ ତାହା ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣି ପାରିବେ ନାହିଁ।
ଏହା ପୂର୍ବରୁ ଚାବି ହଜି ଯାଇଥିଲା।ରତ୍ନ ଭଣ୍ଡାର ର କଣ ରହିଛି, କେତେ ସୁନା ରୂପା,ହୀରା,ନୀଳା ମୋତି ମାଣିକ ରହିଛି ତାହାର ହିସାବ ହୋଇଯାଉ ବୋଲି ସୁର ରାଉତ ରାୟ କହିଛନ୍ତି।
ତିରୁପତି ରେ କେତେ ରହିଛି ତାହା ବାହାରି ସାରିଲାଣି,ଲୋକମାନେ ଜାଣି ସାରିଛନ୍ତି।ତାମିଲନାଡୁ ରେ ମଧ୍ୟ ବାହାରି ସାରିଛି।କେଦାରନାଥ ରେ,ବଦ୍ରିନାଥ ରେ ମଧ୍ୟ ବାହାରି ସରିଲାଣି।
ପୁରୀ ରେ କେତେ ରତ୍ନ ଭଣ୍ଡାର ରହିଛି ତାହା କେହି ଜାଣି ନାହାଁନ୍ତି।ଏସବୁ ବାହାର କରାଯାଉ ବୋଲି ସୁର ରାଉତ ରାୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।ଚାରିଦିନ ତଳେ ଫାଇଲ ମଧ୍ୟ ହଜି ଯାଇଥିଲା।
କେଉଁ ଫାଇଲ ହଜିଥିଲା ଆଉ କାହିଁକି ହଜିଥିଲା ତାହା ପ୍ରଶ୍ନ କରିଛନ୍ତି।ଯିଏ ଫାଇଲ ପାଇଲେ ତାଙ୍କୁ ଡାକି ପଚରାଉଚରା କରାଯାଉ।ଯିଏ ହଜେଇ ଥିଲେ ତାଙ୍କୁ ମଧ୍ୟ ଡକାଯାଉ।କଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଜିନିଷ ହଜି ଯାଉଛି ତଦନ୍ତ କରାଯାଉ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.