ନବୀନ ଙ୍କ ପରେ ଆସିବେ ପାଣ୍ଡିଆନ ସରକାର ! ଲୋକ ପ୍ରିୟତାର ଶୀର୍ଷ ରେ ପହଞ୍ଚିଲେଣି ପାଣ୍ଡିଆନ
Aug 23, 2023, 11:02 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆମ ରାଜ୍ୟର ଛାତ୍ରଛାତ୍ରୀ ମାନେ ଭଲ କଲେଜ୍ ରେ ପାଠ ପଢିବେ ଓ ରାଜ୍ୟର ନା ରଖିବେ। ଉନ୍ନତ ଭିତ୍ତି ଭୂମିରେ ମଧ୍ଯ ପାଠ ପଢି ନିଜର ସ୍ବପ୍ନକୁ ସାକାର କରିବେ।

ଏଭଳି ଅଭିନବ ଚିନ୍ତା ଧାରା ସହ ସ୍କୁଲ୍ ଓ କଲେଜ ର 5T ରୂପାନ୍ତରଣ ସାରା ରାଜ୍ୟରେ ଆଗେଇ ଚାଲିଛି। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସବୁ +୨ ଓ ଡିଗ୍ରୀ କଲେଜ କୁ ମୁଖ୍ୟମନ୍ତ୍ରୀ 5T ରେ ସାମିଲ କରିଛନ୍ତି।
ଭୁବନେଶ୍ୱର ର ଜନତା ମଇଦାନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭିକେ ପାଣ୍ଡିଆନ ଏହି ସମ୍ପର୍କରେ ଘୋଷଣା କରିଛନ୍ତି। ଏଥି ପାଇଁ ଛାତ୍ରଛାତ୍ରୀ ମାନେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ
ଅଶେଷ ଅଶେଷ ଧନ୍ୟବାଦ ମଧ୍ଯ ଜ୍ଞାପନ କରିଛନ୍ତି। ଏହା ଦ୍ବାରା ସରକାରୀ ଓ ବେସରକାରୀ ପିଲା ମାନଙ୍କ ମଧ୍ୟରେ କୌଣସି ଫରକ ରହିବ ନାହିଁ। ସରକାରୀ ସ୍କୁଲ୍ ପିଲା ମାନେ ମଧ୍ୟ ଯେମିତି ଆଗକୁ ଯିବେ।

ଖାଇବା ସୁବିଧା, ବାଥରୁମ୍ ସୁବିଧା ଏଭଳି ଅନେକ ସୁବିଧା ସରକାରୀ ସ୍କୁଲ୍ ପିଲା ମାନଙ୍କୁ ମିଳୁଛି। ଆଉ ଏହା ଖୁବ ଅଗ୍ରଗତି ମଧ୍ୟ ହେବାରେ ଲାଗିଛି ଯାହା ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ମନରେ ଆଗ୍ରହ ମଧ୍ୟ ସୃଷ୍ଟି ହେଉଛି।
ସବୁ କଲେଜ୍ ମାନଙ୍କରେ ମଧ୍ୟ ଏହି 5T ଦ୍ବାରା ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ। ବିଶେଷ ଭାବରେ ପିଲା ମାନଙ୍କୁ ବିଶେଷ ଦେଖିବା ପାଇଁ ମଧ୍ୟ କୁହା ଯାଇଛି।
ଏହାର ଲକ୍ଷ୍ୟ ହେଉଛି କି ଓଡିଆ ପିଲା ମାନେ କିଭଳି ଆଗକୁ ଯାଆନ୍ତୁ ପାଠ ପଢନ୍ତୁ ଓ ଓଡ଼ିଶାର ନା ରଖନ୍ତୁ। ଲଗାଣ ବର୍ଷା ସତ୍ତ୍ୱେ ମଧ୍ୟ ଏହି ସଭାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ମାନେ ମଧ୍ୟ ଏକାଠି ହୋଇଥିଲେ।
ଏଥିପାଇଁ 5T ସଚିବ କାର୍ଯ୍ୟକ୍ରମ ଆରମ୍ଭ ରେ ହିଁ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଆଉ ଆସନ୍ତା ଛଅ ମାସ ମଧ୍ୟରେ ହିଁ କଲେଜ୍ ଗୁଡ଼ିକର 5T ରୂପାନ୍ତରଣ ସରି ଯିବ ବୋଲି ମଧ୍ୟ ଏହା କୁହା ଯାଇଛି।