Movie prime

ନବିନ ଙ୍କ ଠୁ ବେଶୀ ଲୋକପ୍ରିୟ ପାଣ୍ଡିଆନ, ସବୁ ଆଡ଼େ ତାଙ୍କରି ଚର୍ଚ୍ଚା, ନବୀନ ଙ୍କ ପରେ କଣ ପାଣ୍ଡିଆନ ସାର ହେବେ କି ମୁଖ୍ୟମନ୍ତ୍ରୀ ??

 
Special Report
ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତର ପ୍ରଥମ ଦିନରେ ହେଲିକପ୍ଟର ଯୋଗେ ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ଠାରେ ଆସି ପହଞ୍ଚିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ।
ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସିବା ସହ ଅପରାହ୍ନ ୫ ଟାରେ ମୋହନା ହାଇସ୍କୁଲ ପଡ଼ିଆରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବ୍ରହ୍ମପୁର -ଜୟପୁର ବିଜୁ ଏକ୍ସପ୍ରେସ ୱେ ର ଅନୁଧ୍ୟାନ କରିବା ସହ ପ୍ରକଳ୍ପ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। 
Special Report
ବିଜୁ ଏକ୍ସପ୍ରେସ୍ ୱେ ଯୋଜନା ରେ ବ୍ରହ୍ମପୁର-ଜୟପୁର ଚାରି ଲେନ୍ ବିଶିଷ୍ଟ ରାସ୍ତା ମୋହନା ମଧ୍ୟଦେଇଯିବ। ଏଥିନିମନ୍ତେ ଖର୍ଚ୍ଚ ହେବ ୫ ହଜାର ୧୭୮ କୋଟି ଏବଂ ୩ବର୍ଷ ମଧ୍ୟରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି
 5T ସଚିବ। ପରେ ସନ୍ଧ୍ୟା ୬ ଟା ସମୟରେ ହେଲିକପ୍ଟର ଯୋଗେ ଯାଇ ଜିରାଙ୍ଗ ପଦ୍ମ ସମ୍ଭବ ବୌଦ୍ଧ ବିହାର ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ 5T ସଚିବ l 
Special report
ସେଠାର ଗଜପତି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର ଛାତ୍ରୀ , ବିଭିନ୍ନ ସଂସ୍ଥା, ଓ ସଂଗଠନ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି l ଏଥିସହ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ପାଣ୍ଡିଆନ୍।
ବୌଦ୍ଧ ମନ୍ଦିରରେ ପୂଜାର୍ଚ୍ଚନା କଲେ 5T ସଚିବ। ଗଜପତି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଜିରାଙ୍ଗ ସ୍ଥିତି ପଦ୍ମସମ୍ଭବ ବୌଦ୍ଧ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି 5T ସଚିବ ଭିକେ ପଣ୍ଡିଆନ୍‌। 
ମନ୍ଦିରରେ ପହଞ୍ଚିବା ପରେ ତିବ୍ଦତୀୟ ସମାଜ ପକ୍ଷରୁ ପାରମ୍ପରିକ ନୃତ୍ୟର ତାଳେ ତାଳେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ମନ୍ଦିର ବେଢାରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପୂଜାର୍ଚ୍ଚନା କରିଥିଲେ 5T ସଚିବ।
ଏହାପରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଗସ୍ତ କରି ସେଠାରେ ପ୍ରକଳ୍ପ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ।