Movie prime

ଆସିଗଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହରିଶ୍ଚନ୍ଦ୍ର ଯୋଜନା ! ଏଥର ସବୁ ହେବେ ମାଲାମାଲ ,ମିଳିବ ପ୍ରଚୁର ପଇସା

 
Special report
ଆପଣମାନେ ଜାଣିଥିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜନତା ଙ୍କ ପାଇଁ ଅନେକ ଯୋଜନା ଶୁଭାରମ୍ଭ କରିଛନ୍ତି।ଏମିତିକି ସାଧାରଣ ଜନତା ଙ୍କୁ ଅନେକ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି।
ତେବେ ଆହୁରି ଏକ ବଡ଼ ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାରି କରିଛନ୍ତି।ହରିଶ୍ଚନ୍ଦ୍ର ଯୋଜନା ର ସହାୟତା ରାଶି ବୃଦ୍ଧି କରିଛନ୍ତି ସରକାର।
ଏହାଛଡା ପ୍ରତି ପଞ୍ଚାୟତ ପାଇଁ ୧୫ ହଜାର ଟଙ୍କା ର ରିଭଲଭିଂ ଫଣ୍ଡ ମଧ୍ୟ ପ୍ରଦାନ କରିଛନ୍ତି।ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟ ଜନଙ୍କ ସମ୍ପାଦନା ରେ କୌଣସି ଅସୁବିଧା ରେ ସମ୍ମୁଖୀନ ନ ହୁଅନ୍ତି
ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ହରିଶ୍ଚନ୍ଦ୍ର ସହାୟତା ଯୋଜିନା ଆରମ୍ଭ କରିଥିଲେ।ତେବେ ଏହି ଯୋଜନା ରେ ଗ୍ରାମାଞ୍ଚଳ ରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳ ରେ ତିନି ହଜାର ଟଙ୍କା ସହାୟତା ମିଳୁ ଥିଲା।
କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଏହି ସହାୟତା କୁ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାର ଟଙ୍କା ରୁ ତିନି ହଜାର ଟଙ୍କା ହୋଇଛି।
ସହରାଞ୍ଚଳ ପୁରୀ ସ୍ଵର୍ଗଦ୍ଵାର ପାଇଁ ତିନି ହଜାର ଟଙ୍କା ରୁ ଚାରି ହଜାର ଟଙ୍କା ବୃଦ୍ଧି କରାଯାଇଛି।ଏଥି ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ଏକ ରିଭଲଭିଂ ଫଣ୍ଡ ଖୋଲା ଯାଇ ୧୫ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ ହରିଶ୍ଚନ୍ଦ୍ର ଯୋଜନା ର ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସାରା ରାଜ୍ୟ ର ସମସ୍ତ ପଞ୍ଚାୟତ ରରିଭଲଭିଂ ଫଣ୍ଡ ପାଇଁ
୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ମଞ୍ଜୁର କରାଯାଇଛି।ଏହି ଖବର ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.