Movie prime

ବିଗତ ୫ ବର୍ଷ ହେଇଗଲା ନବୀନ ଙ୍କ ଦେଖା ନାହିଁ, ନାମକୁ ମାତ୍ର ନବୀନ ନିବାସ ହେଲେ କାମ କରୁଚି ଆଉ ଜଣେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ତଥା ବିଜୁ ଜନତା ଦଳ ର ମୁଖ୍ୟ ନବୀନ ପଟ୍ଟନାୟକ ଙ୍କୁ ନେଇ ଏବେ ରାଜନୀତି ଜୋର୍ ସୋର୍ ରେ ଚାଲିଛି।ନିକଟ ରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ତାଙ୍କ ସମ୍ବାଦ ଖବର କାଗଜ ରେ ବିଜୁ ଜନତା ଦଳ ର ବିଷୟ ରେ ଲେଖିଥିଲେ।
Special report
ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା।ସେ ଦଳ ରେ ରହି କିଭଳି ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ତାହା ଏବେ ପ୍ରଶ୍ନ କରା ଯାଇଛି।ତାଙ୍କ ଭଳି ଜଣେ ଲୋକ ଏଭଳି କଥା କହିବା ଠିକ୍ ନୁହେଁ ବୋଲି ବିଜେଡି ଦଳ ର ଅନ୍ୟ ମନ୍ତ୍ରୀ ଓ ନେତା ମାନେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଲୋକ ଙ୍କ ହିତ ପାଇଁ କାମ କରିବା କଥା।କିନ୍ତୁ ଯେତେବେଳେ ସେ ଲୋକ ଙ୍କ ଦୁଃଖ ସୁଖ ବୁଝୁନାହାନ୍ତି ତେବେ ତାଙ୍କର ୧୫ ବର୍ଷ ଶାସନ କରିବାର କିଛି ମୂଲ୍ୟ ନାହି।ଓଡ଼ିଶା ବାସୀ ମୁଖ୍ୟ ମନ୍ତ୍ରୀ ଙ୍କୁ ଖୁବ୍ ପସନ୍ଦ କରନ୍ତି।ହେଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କଣ କରୁଛନ୍ତି।
ଲୋକ ଙ୍କ ସହିତ ଦେଖା ମଧ୍ୟ କରୁ ନାହାନ୍ତି।ସାଧାରଣ ଲୋକ କଥା ତ ପରେ ତାଙ୍କରି ଦଳ ର ନେତା ମନ୍ତ୍ରୀ ମାନଙ୍କ ସହିତ ବି ସେ ଦେଖା କରୁ ନାହାନ୍ତି ବୋଲି କହିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ।ତାଙ୍କ କହିବା ଅନୁଯାୟୀ ସେ ମୁଖ୍ୟ ମନ୍ତ୍ରୀ ଙ୍କ ସହିତ ଦେଖା କରିବ ପାଇଁ ବହୁତ ଥର ନବୀନ ନିବାସ କୁ ଯାଇଛନ୍ତି।
Special report
ହେଲେ ସୁରକ୍ଷା କର୍ମୀ ମାନେ ତାଙ୍କୁ ଭିତରକୁ ଯିବାକୁ ଦେଇ ନାହାନ୍ତି।କିନ୍ତୁ ଏହି କଥା କୁ ମନ୍ତ୍ରୀ ପ୍ରତାପ ଦେବ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି।ସେ କହିଛନ୍ତି କି ସୌମ୍ୟ ରଞ୍ଜନ ପଟ୍ଟନାୟକ ନବୀନ ପଟ୍ଟନାୟକ ଙ୍କ ବିଷୟ ରେ ମିଛ କହୁଛନ୍ତି।ସେ ସମସ୍ତଙ୍କ ସହିତ ଦେଖା କରନ୍ତି।
ଯଦି ଜଣେ ସାଧାରଣ ଲୋକ ଯାଆନ୍ତି ତେବେ ସେ ସମସ୍ତଙ୍କ ଦୁଃଖ ସୁଖ ବୁଝନ୍ତି।ଏହା ସତ କି ମିଛ ଜାଣିବା ପାଇଁ ଗଣ ମାଧ୍ୟମ ର ଜଣେ ପ୍ରତିନିଧି ନବୀନ ନିବାସ କୁ ଯାଇଥିଲେ।ତାଙ୍କ ସହିତ ଦେଖା କରିବା ପାଇଁ ସେ ସୁରକ୍ଷା କର୍ମୀ ଙ୍କୁ କହିଥିଲେ।କିନ୍ତୁ ସୁରକ୍ଷା କର୍ମୀ ତାଙ୍କୁ ମନା କରି ଦେଇଥିଲେ।ସେମାନେ କହି ଥିଲେ କି ଏହା ହେଉଚି ମୁଖ୍ୟ ମନ୍ତ୍ରୀ ଙ୍କ ଘର।ଅଫିସ ନୁହେଁ।
ଆପଣଙ୍କ ର ଯାହା ବି ଅଭିଯୋଗ ଅଛି ଆପଣ ମାନେ ଅଭିଯୋଗ ପ୍ରକୋଷ୍ଠ ରେ ରିପୋର୍ଟ କରି ପାରିବେ।କିନ୍ତୁ ପରେ ଶୁଣିବାକୁ ମିଳିଲା ଯେ ମୁଖ୍ୟ ମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ଦୀର୍ଘ ଦିନ ହେଲାଣି ନବୀନ ବାବୁ ଯାଇ ନାହାନ୍ତି।
ଯଦି ସେ ଏପରି କରନ୍ତି ତେବେ ଓଡ଼ିଶା ବାସୀ ଙ୍କ ଦୁଃଖ କୁ କିଏ ବୁଝିବ।ଓଡ଼ିଶା ବାସୀ ଙ୍କ ଆଶା ଭରଷା ଯେପରି ପାଣି ଫୋଟକା ପରି ମିଳେଇ ଯିବ।ଏହା କେତେ ଦୂର ଠିକ୍ ଏ କଥା ଓଡ଼ିଶା ବାସି ଚିନ୍ତା କରନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.