Movie prime

ନୂଆ ଓଡ଼ିଶା - ନବୀନ ଓଡ଼ିଶା ରେ ମହିଳା ଙ୍କୁ ମିଳିଲା ସମ୍ମାନ।ମିଶନ ଶକ୍ତି ରେ ତିଆରି ଉତ୍ପାଦ କୁ ନବୀନ ଦେବେ ନୂଆ ରାସ୍ତା..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମିଶନ ଶକ୍ତି ମାଆ ମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏକ ବଡ଼ ଉପହାର। ଉଦଘାଟିତ ହେଲା ମିଶନ ଶକ୍ତି ବଜାର ଏଣିକି ଘରେ ଘରେ ପହଞ୍ଚିବ ମିଶନ ଶକ୍ତି ମହିଳାଙ୍କ ଉତ୍ପାଦ।
Special report
ମିଶନ ଶକ୍ତି ମହିଳା ମାନଙ୍କୁ ଏଭଳି ଏକ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟିତ ହୋଇଛି ମିଶନ ଶକ୍ତି ବଜାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମିଶନ ଶକ୍ତି ବଜାର କୁ ଉଦଘାଟିତ କରିଛନ୍ତି।
ଏହା ସହ ବିନା ସୁଧରେ ମିଳିବ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ। ସେହିପରି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା , ଦେଢ଼ ଲକ୍ଷ ମହିଳାଙ୍କ ପାଇଁ ଶାଢ଼ୀ ସହ ୩୦ କୋଟି ଟଙ୍କା ର ଆର୍ଥିକ ସହାୟତା ଦିଆଯିବ।
ଏହା ସହ ସୁଧ ଫେରସ୍ତ ବାବଦ କୁ ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଗତ ପାଞ୍ଚ ବର୍ଷର ୯୨୫ କୋଟି ଟଙ୍କା ଫେରସ୍ତ କରାଯାଇଛି।୫୦୦୦ ମିଶନ ଶକ୍ତି ବଜାର କରାଯିବ।
Special report
ମିଶନ ଶକ୍ତି ର ମାଆ ମାନେ ୧୫୦୦୦ କୋଟି ଟଙ୍କା ଋଣ ପାଇଛନ୍ତି। ମିଶନ ଶକ୍ତି ମାଆ ମାନଙ୍କୁ ୭୫୦୦୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯିବ। ମିଶନ ଶକ୍ତି ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ଅଟେ।
ନାରୀ ମାନଙ୍କ ସମ୍ମାନ ଓ ଉନ୍ନତୀ ପାଇଁ ସରକାର ସବୁବେଳେ କାମ କରୁଛନ୍ତି। ମାଆ ମାନେ ଏବେ ସରକାର୍ ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଭାଗୀ ମଧ୍ୟ ହେଉଛନ୍ତି। ନୂଆ ଓଡ଼ିଶା ଗଠନରେ ମିଶନ ଶକ୍ତି ମାଆ ମାନେ ସାମିଲ ହୋଇ ଛନ୍ତି।
ମାଆ ମାନେ ଏବେ ଏସଏସଜି ରୁ ଏସଏମଇ ହୋଇଛନ୍ତି।ବ୍ୟବସାୟ ରେ ମଧ୍ୟ ଆଗେଇ ଚାଲିଛନ୍ତି। ସେମାନେ ଖୁବ ଭଲ ଭଲ କାମ ମଧ୍ୟ କରୁଛନ୍ତି। ରୂପାନ୍ତରଣ ଓଡ଼ିଶାରେ ସେ ଏକ ବିଶେଷ ସ୍ଥାନ ଗ୍ରହଣ କରିଛନ୍ତି।
ତାଙ୍କର ଉତ୍ପାଦ ଏବେ ସାରା ଘରେ ଘରେ ମଧ୍ୟ ପହଞ୍ଚିବ। ତାଙ୍କର ଉତ୍ପାଦ ସବୁ ଅନଲାଇନ ଓ ଅଫଲାଇନ ଭାବରେ ମିଳି ପାରିବ। ଏହାକୁ ନେଇ ଏବେ ସବୁ ମହିଳା ମାନେ ଖୁବ୍ ଖୁସୀ ମଧ୍ୟ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.